Categories: ରାଜ୍ୟ

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏପରିକି ଏପ୍ରିଲ ପହିଲାରେ ତାପମାତ୍ରା 40 ଡିଗ୍ରୀ ପାର କରିପାରେ ବୋଲି କୁହାଯାଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏହି ସମୟ ମଧ୍ୟରେ କାଳବୈଶାଖୀର ସମ୍ଭାବନା ଥିବାରୁ ରାଜ୍ୟର କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।

ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାରେ ଆଜି କାଳବୈଶାଖୀର ସମ୍ଭାବନା ଅଛି । ବୌଦ୍ଧରେ ଗତକାଲି ସର୍ବାଧିକ ତାପମାତ୍ରା ୩୮ ଦଶମିକ ୫ ଡିଗ୍ରୀ ସେଲସିୟସ ଥିଲା । ଅନ୍ୟପକ୍ଷରେ ନୟାଗଡ, ମାଲକାନଗିରି, ଭବାନୀପାଟଣା, ବଲାଙ୍ଗୀରର ତାପମାତ୍ରା ୩୮ଡିଗ୍ରୀ ସେଲସିୟସ ଥିଲା ।