ମେ’ପ୍ରଥମ ସପ୍ତାହରୁ କମିବ ତାତି!

ଭୁବନେଶ୍ୱର,୨୮।୪(ବ୍ୟୁରୋ): କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ହିଟ୍‌ ଓ୍ବେବ୍‌ରେ ବ୍ରେକ୍‌ ଲାଗିବ। ମେ’୧ରୁ ୨ ମଧ୍ୟରେ ଦିନର ତାପମାତ୍ରା କମିବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ୩ ଦିନ ପରେ ରାଜ୍ୟରେ ୨ ଡିଗ୍ରୀ ଯାଏ ତାପମାତ୍ରା ଖସିପାରେ।
ସେହିପରି ୩୦ରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲା ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସୋନପୁର, ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲାକୁ ୟେଲୋ ୱାନିର୍ଂ ଜାରି କରାଯାଇଛି ।