ପୁଣି ଜଣେ ଅଭିନେତ୍ରୀ କଲେ ଆତ୍ମହତ୍ୟା

୨୦୨୦ ବର୍ଷ ସିନେମା ପାଇଁ କଳା ବର୍ଷ ବୋଲି ପ୍ରମାଣିତ ହୋଇଛି। ଗୋଟିଏ ପରେ ଗୋଟିଏ କଳାକାର ଏହି ଦୁନିଆରୁ ବିଦାୟ ନେଉଛନ୍ତି। ଏହି ସମୟରେ ତେଲୁଗୁ ଟିଭି ଅଭିନେତ୍ରୀ ଶ୍ରାବଣୀ ଆତ୍ମହତ୍ୟା କରିଛନ୍ତି। ଏହି ଖବର ଆସିବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି। ଶ୍ରାବଣୀଙ୍କ ଆତ୍ମହତ୍ୟାର କାରଣ ଜଣା ପଡିନାହିଁ। ତେବେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିନେତ୍ରୀଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ଦେବରାଜ ରେଡ୍ଡୀଙ୍କ ନିର୍ଯାତନା ଯୋଗୁ ଶ୍ରାବଣୀ ଆତ୍ମହତ୍ୟା କରିଛନ୍ତି।  ଟିକ୍‌ଟକ୍‌ ଜରିଆରେ ଦେବରାଜଙ୍କୁ ଭେଟିଥିଲେ ଶ୍ରାବଣୀ। ଏହା ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା। ପରେ ତାଙ୍କୁ ନିର୍ଯାତନା ଦେଉଥିଲେ। ଏହି କାରଣରୁ ଶ୍ରାବଣୀ ଚିନ୍ତିତ ରହୁଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ଶ୍ରାବଣୀ ଗତ ୮ ବର୍ଷ ଧରି ତେଲୁଗୁ ସିରିୟଲରେ ଅଭିନୟ କରୁଛନ୍ତି। ଶ୍ରାବଣୀଙ୍କ ମୌନରାଗମ ଏବଂ ମନସୁ ମମତା ଭଳି ଅନେକ ହିଟ୍‌ ସିରିଏଲରେ କାମ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪୭ ବର୍ଷରେ ହାତକୁ ଦି’ ହାତ ହେଲେ ଏହି ଅଭିନେତା

ବଲିଉଡ୍‌ ଅଭିନେତା ରଣଦୀପ ହୁଡା ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଲିନ ଲାଇଶ୍ରାମଙ୍କୁ ବିବାହ କରିଛନ୍ତି। ଇମ୍ଫାଲରେ ପାରମ୍ପରିକ ମଣିପୁରୀ ରୀତିନୀତିରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ...

ଆଲିଆଙ୍କୁ ପ୍ରଶଂସା କରି ଟ୍ରୋଲ ହେଲେ ସୁହାନା

ଶାହାରୁଖ ଖାନଙ୍କ ଲାଡଲୀ ସୁହାନା ଖାନ ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତାଙ୍କ ଫିଲ୍ମ ‘ଦି ଆର୍ଚିଜ’ ଆସନ୍ତା ମାସରେ ମୁକ୍ତିଲାଭ କରିବ। ସୁହାନା...

ଟନେଲ ରେସକ୍ୟୁ ନେଇ ହେବ ମିଶନ ସୁଡଙ୍ଗ ଫିଲ୍ମ, ମୁଖ୍ୟ ଭୁମିକାରେ ଏହି ଅଭିନେତା…

ମୁମ୍ବାଇ,୨୯।୧୧ : ଉତ୍ତରାଖଣ୍ଡର ସିଲ୍କିରା-ଡାଣ୍ଡାଲଗାଓଁ ଟନେଲରେ ଉଦ୍ଧାର କାର୍ଯ୍ୟର ସଫଳତା ପରେ ଏହାକୁ ନେଇ ଫିଲ୍ମ ନିର୍ମାଣ କରିବା ଯୋଜନା ଆରମ୍ଭ ହୋଇଛି। ସୋସିଆଲ ମିଡିଆ...

ଏ ସାର୍ଟିଫିକେଟ ଥିଲେ ବି ଆନିମଲରୁ କଟିବ ୫ ସିନ୍‌, ସାର୍ଟିଫିକେଟ ଭାଇରାଲ…

ମୁମ୍ବାଇ : ରଣବୀର କପୁରଙ୍କ ଅଭିନୀତ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଚଳଚ୍ଚିତ୍ର ଆନିମଲ ଏ ସାର୍ଟିଫିକେଟ ସହିତ ସେନସର ବୋର୍ଡ ଦ୍ୱାରା ପାସ ହୋଇଛି, କିନ୍ତୁ...

କାଜୋଲଙ୍କ ମୁଦି ନେଇ ଅଜୟ ତାଙ୍କୁ ହିଁ କରିଥିଲେ ପ୍ରପୋଜ

ମୁମ୍ବାଇ: ଫିଲ୍ମ ଇସ୍କକୁ ପୁରିଛି ୨୬ବର୍ଷ। ଅଭିନେତ୍ରୀ କାଜୋଲ ଏହି ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ପୋଷ୍ଟରରେ କାଜୋଲଙ୍କ ସମେତ ଅଜୟ ଦେବଗନ,...

ଫ୍ୟାନ୍ସ ଗହଳିରେ ଶାହାରୁଖଙ୍କୁ ସାମ୍ନାରେ ଦେଖି ସଲମାନଙ୍କ ଉଡିଲା ହୋସ, ଭିଡିଓ ଭାଇରାଲ

ମୁମ୍ବାଇ: ସଲମାନ ଖାନ ଓ ଶାହାରୁଖ ଖାନଙ୍କର ଏପରି କିଛି ଫ୍ୟାନ୍ସ ଅଛନ୍ତି ଯେଉଁମାନେ ତାଙ୍କ ଫେଭରେଟ ଷ୍ଟାରଙ୍କର କପି ମଧ୍ୟ କରନ୍ତି। କଥା କହିବା...

ରଣବୀର ହେଉଛନ୍ତି ଭାରତର ଶ୍ରେଷ୍ଠ ଅଭିନେତା: ମହେଶ ବାବୁ

ବମ୍ବେ: ନିଜର ଅପକମିଂ ଫିଲ୍ମ ‘ଆନିମଲ’କୁ ନେଇ ଚର୍ଚ୍ଚାରେ ବଲିଉଡ ଅଭିନେତା ରଣବୀର କପୁର। ନଭେମ୍ବର ୨୩ରେ ରିଲିଜ ହୋଇଥିଲା ଏହାର ଟ୍ରେଲର। ଏହାକୁ ଦର୍ଶକ...

ପୁଣି ବିବାହ ବନ୍ଧନରେ ଅଭିନେତା ବିନୀତ ରାଇନା, ନର୍ସଙ୍କୁ କଲେ ଜୀବନସାଥୀ

ବମ୍ବେ: ଦ୍ୱିତୀୟ ବିବାହ କରିଛନ୍ତି ‘ଇସ୍କ ମେ ମରଜାଓ୍ବା’ ଫେମ୍‌ ଅଭିନେତା ବିନୀତ ରାଇନା। ପ୍ରେମିକା ଅପେକ୍ଷାଙ୍କ ହାତ ଧରିଛନ୍ତି ସେ। ବିବାହ ପରେ ଉଭୟଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri