Posted inଜାତୀୟ

‘ଆଇନରେ କଳା କେଉଁଠି କୁହ’

ନୂଆଦିଲ୍ଲୀ, ୬।୨(ପି.ଟି.): ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରାଯାଇ ତାହା ସ୍ଥାନରେ ବିସ୍ତୃତ ବିଚାର ବିମର୍ଶ କରି ନୂଆ ଆଇନ ଅଣାଯାଉ ବୋଲି ଶୁକ୍ରବାର ରାଜ୍ୟ ସଭାରେ ଶିବସେନା, ଶିରୋମଣି ଅକାଳୀ ଦଳ, ଏନ୍‌ସିପି, ସମାଜବାଦୀ ପାର୍ଟି ଏବଂ ବାମଦଳଗୁଡ଼ିକ ଦାବି କରିଥିଲେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଆଲୋଚନା ବେଳେ ବିରୋଧୀ ସଦସ୍ୟମାନେ ସରକାରଙ୍କ ଉପରେ ବର୍ଷିଥିଲେ। ଚାଷୀ ଆନ୍ଦୋଳନକୁ ସରକାର ଜାତୀୟତା ବିରୋଧୀ କହି ଏହାକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ ଚଳାଇଥିବାରୁ ବିରୋଧୀ ଦଳଗୁଡ଼ିକ ଏହାର ସମାଲୋଚନା କରିଥିଲେ। କେହି ସତ କଥା କହିଲେ ତାଙ୍କୁ ଦେଶଦ୍ରୋହୀ କୁହାଯାଇ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଉଥିବା ଶିବସେନା ଏମ୍‌ପି ସଞ୍ଜୟ ରାଉତ୍‌ କହିଥିଲେ। ଚାଷୀ ନିଜ ହକ୍‌ ପାଇଁ ଆନ୍ଦୋଳନ କରୁଥିବାବେଳେ ସେମାନଙ୍କୁ ଜାତୀୟତା ବିରୋଧୀ କିମ୍ବା ଖଲିସ୍ଥାନୀ ଭାବେ ନାମିତ କରାଯାଉଛି। ସରକାର ଚାଷୀଙ୍କ ଦାବି ଶୁଣନ୍ତୁ ଓ କୃଷି ଆଇନ ପ୍ରତ୍ୟାହାର କରିନିଅନ୍ତୁ ବୋଲି ଶିବସେନା ଏମ୍‌ପି ଦାବି କରିଥିଲେ।
ସରକାର ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବଢ଼ାଇବା ସହ ଚାଷୀଙ୍କ ଆୟ ଦୁଇଗୁଣା କରିଥିବା ଦାବି କରୁଛନ୍ତି, ଯାହା ସମ୍ପୂର୍ଣ୍ଣ ମିଛ ବୋଲି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ କହିଥିଲେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ସେ ପୁଞ୍ଜିପତି ମୁନାଫା ଯୋଜନା ଭାବେ ଅଭିହିତ କରିଥିଲେ।
ଅନ୍ୟପକ୍ଷରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, କୃଷି ଆଇନକୁ ବିରୋଧ କରି ଏହାକୁ କଳା ଆଇନ କହୁଥିବା ଲୋକେ ସେଥିରେ କ’ଣ କଳା ରହିଛି, ତାହା କହିବା ପାଇଁ ପ୍ରସ୍ତୁତ ନୁହନ୍ତି। କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନର ନେତାମାନେ ଏହାର ବ୍ୟବସ୍ଥା ଉପରେ ଆଲୋଚନା କରିବା ଉଚିତ। ସମସ୍ୟା ଦର୍ଶାଇଲେ ଏହାର ସମାଧାନ ହୋଇପାରିବ। କିନ୍ତୁ ଆଇନରେ କ’ଣ ସମସ୍ୟା ସେମାନେ ଦେଖାଇ ପାରୁନାହାନ୍ତି ବୋଲି ତୋମାର ରାଜ୍ୟ ସଭାରେ କହିଥିଲେ। ଆନ୍ଦୋଳନ କେବଳ ଗୋଟିଏ ରାଜ୍ୟରେ ସୀମିତ ରହିଛି। ଚାଷୀମାନଙ୍କୁ ଉସୁକାଯାଉଥିବା କୃଷିମନ୍ତ୍ରୀ କହିଥିଲେ। କଂଗ୍ରେସ ପକ୍ଷରୁ ସଦ୍ୟ ପ୍ରକାଶିତ ପୁସ୍ତକକୁ ନେଇ ମନ୍ତ୍ରୀ ସମାଲୋଚନା କରିଥିଲେ। ଚାଷ ପାଇଁ ପାଣି ଦରକାର ଏହା ସମସ୍ତେ ଜାଣନ୍ତି। କେବଳ କଂଗ୍ରେସ ରକ୍ତ ବ୍ୟବହାର କରି ଚାଷ କରିପାରେ ବୋଲି ସେ କହିଥିଲେ। ସରକାର ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ ଦେବା ଅର୍ଥ ଆଇନ ତ୍ରୁଟିପୂର୍ଣ୍ଣ ନୁହେଁ। କୃଷି ଆଇନକୁ ସମର୍ଥନ କରି ତୋମାର କହିଥିଲେ, ଚାଷୀ ଯେତେବେଳେ ଚାହିଁବେ ଚୁକ୍ତିନାମାରୁ ଓହରିଯାଇପାରିବେ, ଏଥିପାଇଁ କୌଣସି ଜରିମାନା ବ୍ୟବସ୍ଥା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri