ପରଲୋକରେ ‘ଉଡାନ’ ଫେମ୍‌ ଅଭିନେତ୍ରୀ

ବମ୍ବେ:  ଆଉ ନାହାନ୍ତି ଟେଲି ପରଦାର ଲୋକପ୍ରିୟ ଧାରାବାହିକ ’ଉଡାନ’ ଫେମ୍‌ ଅଭିନେତ୍ରୀ କବିତା ଚୌଧୁରୀ। ହୃଦଘାତରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଅଭିନେତ୍ରୀଙ୍କ ଭଣଜା ଅଜୟ ସୟାଲ ଏନେଇ ସୂଚନା ଦେଇଛନ୍ତି। ତେବେ ଏହି ଖବର ସାମ୍ନାକୁ ଆସିବା ପରେ ମନୋରଞ୍ଜନଜଗତରେ ଶୋକର ଛାୟା ଖେଳିଯାଇଛି ।
କବିତା କର୍କଟ ରୋଗରେ ପୀଡିତ ଥିଲେ। କିଛି ଦିନ ତଳେ ହୃଦଘାତର ଶିକାର ହୋଇ ସେ ଅମୃତସରର ପାର୍ବତୀ ଦେବୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ହେଲେ ଗୁରୁବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଶୁକ୍ରବାର ଅମୃତସରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।
୧୯୮୯ରେ ’ଉଡାନ’ ଶୋ’ ରିଲିଜ ହୋଇଥିଲା। କବିତା ଏହି ଶୋ’ରେ ଆଇପିଏସ ଅଧିକାରୀ କଲ୍ୟାଣୀ ସିଂ ଭୂମିକାରେ ଅଭିନୟ କରିଥିଲେ । ସେ ଏହି ଶୋ’ର ନିର୍ଦ୍ଦେଶନା ଦେଇଥିଲେ । ଶୋ’ଟି ତାଙ୍କ ଭଉଣୀ କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟଙ୍କ ଜୀବନୀ ଉପରେ ଆଧାରିତ ଥିଲା ଯିଏ କିରଣ ବେଦୀଙ୍କ ପରେ ଦ୍ୱିତୀୟ ମହିଳା ଆଇପିଏସ ଅଧିକାରୀ ହୋଇଥିଲେ ।
କବିତା ତାଙ୍କ ଶୋ’ ’ଉଡାନ’ ମାଧ୍ୟମରେ ମହିଳା ସଶକ୍ତିକରଣର ଏକ ଉଦାହରଣ ପାଲଟିଥିଲେ। ଏଥିସହ ୧୯୮୦ ଏବଂ ୧୯୯୦ ଦଶକରେ ପ୍ରସିଦ୍ଧ ସର୍ଫ ବିଜ୍ଞାପନରେ ଲଳିତାଜୀଙ୍କ ଭୂମିକାରେ ଅଭିନୟ କରି ସେ ଲୋକପ୍ରିୟ ହୋଇଥିଲେ।
କହିରଖୁଛୁ, କରେନା କାଳରେ ଦୁରଦର୍ଶନରେ ଉଡ଼ାନର ପୁନଃପ୍ରସାରଣ କରାଯାଇଥିଲା। ଉକ୍ତ ସମୟରେ ସ୍ମୃତି ଇରାନୀ ଶୋ’ର ପ୍ରଶଂସା କରିଥିଲେ। ଏପରିକି କିଛି ଲୋକଙ୍କ ପାଇଁ ଏହା କେବଳ ଧାରାବାହିକ ହୋଇଥାଇପାରେ ହେଲେ ତାଙ୍କ ପାଇଁ ଏକ ଆହ୍ବାନ ଥିଲା ବୋଲି କହିଥିଲେ।

 

View this post on Instagram

 

A post shared by Suchitra Varma (@suchitravarma28)


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ରାମାୟଣ ସେଟ୍‌ରୁ ରଣବୀର କପୁର-ସାଇ ପଲ୍ଲବୀଙ୍କ ଲୁକ୍‌ ଭାଇରାଲ୍‌, ରାମ-ସୀତା ଅବତାରରେ ଆସିଲେ ନଜର

ଭୁବନେଶ୍ୱର,୨୭।୪: ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର...

ସଲମାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା: ମାଷ୍ଟରମାଇଣ୍ଡଙ୍କ ବିରୋଧରେ ଲୁକଆଉଟ୍‌ ସର୍କୁଲାର ଜାରି

ମୁମ୍ବାଇ,୨୭।୪: ବାନ୍ଦ୍ରାସ୍ଥିତ ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ଆବାସ ବାହାରେ ହୋଇଥିବା ଗୁଳିମାଡ଼ ଘଟଣାରେ ଅନ୍‌ମୋଲ ବିଶ୍ନୋଇଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରାଯାଇଛି। ଅନମୋଲ...

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri