Posted inଫୁରସତ

ପୃଥିବୀକୁ ଛୋଟ କରିଛି ଟେଲି ଯୋଗାଯୋଗ

ପ୍ରତିବର୍ଷ ମେ ୧୭ରେ ବିଶ୍ୱ ଟେଲି ଯୋଗାଯୋଗ ଦିବସ ପାଳନ କରାଯାଇଥାଏ। ୨୦୦୬ରେ ତୁର୍କୀର ଆଣ୍ଟାଲିଆରେ ଚାଲିଥିବା ଅନ୍ତର୍ଜାତୀୟ ଟେଲି କମ୍ୟୁନିକେଶନ ୟୁନିୟନର ବିଶ୍ୱସ୍ତରୀୟ ସମ୍ମିଳନୀ ଦ୍ୱାରା ପ୍ରତିବର୍ଷ ଏହି ଦିବସ ପାଳନ କରାଯିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।ଏହି ଦିବସ ୧୭ ମେ ୧୮୬୫ରେ ଅନ୍ତର୍ଜାତୀୟ ଟେଲି ଯୋଗାଯୋଗ ୟୁନିୟନର ପ୍ରତିଷ୍ଠାକୁ ସ୍ମରଣ କରିବା ପାଇଁ ପାଳନ କରାଯାଇଥାଏ। ସାମାଜିକ ପରିବର୍ତ୍ତନ ଆଣିବାରେ ଟେକ୍ନୋଲୋଜିର ଅବଦାନକୁ ଆଲୋକିତ କରିବା ପାଇଁ ୧୯୬୯ ମସିହାରେ ମିଳିତ ଜାତିସଂଘ ଦ୍ୱାରା ବିଶ୍ୱ ଟେଲି ଯୋଗାଯୋଗ ଦିବସ ପାଳନ ଲାଗି ପ୍ରସ୍ତାବ ଅଣାଯାଇଥିଲା। ୧୯୭୩ ରେ ମାଲାଗା-ଟୋରେମୋଲିନୋସରେ ସର୍ବଦଳୀୟ ସମ୍ମିଳନୀ ଦ୍ୱାରା ଏନେଇ ପ୍ରସ୍ତାବ ଆଗତ ହୋଇଥିଲା ।
ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ଇଣ୍ଟରନେଟ ଏବଂ ନୂତନ ପ୍ରଯୁକ୍ତିବିଦ୍ୟା ଦ୍ୱାରା ସାମାଜିକ ପରିବର୍ତ୍ତନ ବିଷୟରେ ବିଶ୍ୱସ୍ତରୀୟ ସଚେତନତା ସୃଷ୍ଟି କରିବା। ଏହା ମଧ୍ୟ ଡିଜିଟାଲ ବିଭାଜନକୁ ହ୍ରାସ କରିବାରେ ସାହାଯ୍ୟ କରିବାକୁ ଲକ୍ଷ୍ୟ ରଖିଥାଏ।ଇଣ୍ଟରନେଟ ତଥା ଅନ୍ୟାନ୍ୟ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ଆଇସିଟି)ର ବ୍ୟବହାର ସମାଜ ତଥା ଅର୍ଥନୀତିରେ ବିକାଶ ଆଣିବା ସହିତ ଡିଜିଟାଲ ବିଭେଦ ଦୂର କରିବାର ଉପାୟ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରୋତ୍ସାହିତ କରିଥାଏ। ୧୭ ମେ’ରେ ପ୍ରଥମ ଅନ୍ତର୍ଜାତୀୟ ଟେଲିଗ୍ରାଫ ସମ୍ମିଳନୀ ସ୍ବାକ୍ଷର ଏବଂ ଅନ୍ତର୍ଜାତୀୟ ଟେଲି ଯୋଗାଯୋଗ ୟୁନିୟନ (ଆଇଟିୟୁ)ର ବାର୍ଷିକୀ ପାଳନକୁ ଏହି ଦିବସ ମଧ୍ୟ ସ୍ମରଣ କରିଥାଏ।
ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ବିଶ୍ୱ ଟେଲି ଯୋଗାଯୋଗ ଦିବସ ଗତ କିଛି ଦଶନ୍ଧିର ବୈଷୟିକ ସଫଳତାକୁ ବିକଶିତ କରିଛି।
ଏହି ଦିବସ ଏକ ନୂତନ ଥିମ୍‌ ଉପରେ ପର୍ଯ୍ୟବସିତ ହୋଇଥାଏ। ଚଳିତ ୨୦୨୩ ବର୍ଷ ପାଇଁ ଏହି ଦିବସର ବିଷୟବସ୍ତୁ ହେଉଛି ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସର୍ବନିମ୍ନ ବିକଶିତ ଦେଶକୁ ସଶକ୍ତ କରିବା(ଏମ୍‌ପାଓ୍ବାରିଂ ଦି ଲିଷ୍ଟ ଡେଭଲପଡ୍‌ କଣ୍ଟ୍ରିଜ୍‌ ଥ୍ରୁ ଇନ୍‌ଫର୍ମେଶନ ଆଣ୍ଡ କମ୍ୟୁନିକେଶନ ଟେକ୍ନୋଲୋଜିସ୍‌)। ଏହି ଦିବସ ପାଳନ ଅବସରରେ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ କମ୍ପାନୀ ଏବଂ ଲୋକଙ୍କୁ ବିଶ୍ୱସ୍ତରୀୟ ସଂଯୋଗ ଏବଂ ଡିଜିଟାଲ ରୂପାନ୍ତରଣକୁ ପ୍ରୋତ୍ସାହିତ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri