ଛାତ୍ରୀଛାତ୍ରଙ୍କୁ ଚାପମୁକ୍ତ କରିବା ପାଇଁ ‘ଟେଲି ମାନସ’ ସେବା, ୧୪୪୧୬ ନମ୍ବରରେ କଲ୍‌ କରି ସହାୟତା ନେଇ ପାରିବେ ପିଲା

ଭୁବନେଶ୍ୱର,୨୪ା୨(ଅସମାପିକା ସାହୁ): ରାଜ୍ୟରେ ଏବେ ମାଟ୍ରିକ ପରୀକ୍ଷା ଚାଲୁଥିବା ବେଳେ ଆଗାମୀ ଦିନରେ ଅନ୍ୟ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ପରୀକ୍ଷା ସମୟରେ ଛାତ୍ରୀଛାତ୍ରଙ୍କୁ ଚାପମୁକ୍ତ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିତ ପଦକ୍ଷେପ ଗ୍ରହଣ କରାଯାଇଛି। ଚାପଗ୍ରସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ଆରମ୍ଭ ହୋଇଛି ‘ଟେଲି ମାନସ’ ସେବା। ବିଭାଗ ପକ୍ଷରୁ ଏକ ଟୋଲ୍‌ ଫ୍ରି ନମ୍ବର ୧୪୪୧୬ ଜାରି କରାଯାଇଛି। ପରୀକ୍ଷା ସମୟରେ ପିଲାମାନେ ଚାପ ଓ ଚିନ୍ତାରେ ରହିଥାନ୍ତି। ଏ ଦିଗରେ ସଚେତନତା ବୃଦ୍ଧି କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ପରୀକ୍ଷା ସମୟରେ ଚାପଗ୍ରସ୍ତ ଥିଲେ ଏହି ଟୋଲ୍‌ ଫ୍ରି ନମ୍ବରରେ ଫୋନ୍‌ କରି
ଛାତ୍ରୀଛାତ୍ର ଏବଂ ଅଭିଭାବକ ବିଶେଷଜ୍ଞଙ୍କ ମତାମତ ନେଇ ସେମାନଙ୍କ ଦ୍ୱନ୍ଦ୍ୱ ଦୂର କରିପାରିବେ।