Posted inଜାତୀୟ

ତେଲଙ୍ଗାନା ଘୋଡ଼ା ବେପାର ଅଭିଯୋଗ: ସିବିଆଇ ତଦନ୍ତ ଦାବି

ନୂଆଦିଲ୍ଲୀ,୨୯ା୧୦(ପି.ଟି.): ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌)ର ୪ ବିଧାୟକଙ୍କୁ କିଣିବା ଲାଗି ଭାଜପା ଉଦ୍ୟମ ଚଳାଇଥିବା ଆଞ୍ଚଳିକ ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା। ଉକ୍ତ ବିଧାୟକମାନଙ୍କୁ ୧୦୦ କୋଟି ଟଙ୍କା ଲେଖାଏ ଯଚାଯାଇଥିବା କୁହାଯାଇଥିଲା। ମୁନୁଗୋଡ଼େ ଉପନିର୍ବାଚନକୁ ପ୍ରଭାବିତ କରିବା ଲାଗି ଟିଆର୍‌ଏସ୍‌ ଏଭଳି ମନଗଢ଼ା ଅଭିଯୋଗ ଆଣିଥିବା ଭାଜପା କହିବା ସହ ଏହାର ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେବାକୁ ଶୁକ୍ରବାର ନିର୍ବାଚନ କମିଶନ(ଇସି)ଙ୍କୁ ଅନୁରୋଧ କରିଛି। ଭାଜପା ପ୍ରତିନିଧି ଦଳରେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ଦଳର ସାଧାରଣ ସମ୍ପାଦକ ଅରୁଣ ସିଂ, ମୁଖ୍ୟ ମୁଖପାତ୍ର ଅନିଲ ବାଲୁନି ଏବଂ ଓମ୍‌ ପାଠକ୍‌ ନିର୍ବାଚନ କମିଶନଙ୍କୁ ଭେଟିଥିଲେ। ଉପନିର୍ବାଚନରେ ଟିଆର୍‌ଏସ୍‌ ପରାଜିତ ହେବା ଭୟରେ ବିଚଳିତ। ତେଣୁ ଭାଜପାକୁ ଟାର୍ଗେଟ କରିବା ଲାଗି ମିଥ୍ୟା ଅଭିଯୋଗର ଆଶ୍ରୟ ନେଇଛି। ତେଲଙ୍ଗାନା ପୋଲିସ ୩ ଜଣଙ୍କୁ ଅଟକ ରଖି ସେମାନଙ୍କ ବିରୋଧରେ ଏତଲା ଦାଏର କରିଛି।
ଇସିଙ୍କୁ ଭେଟିଥିବା ଭାଜପା ପ୍ରତିନିଧି ଦଳ ଓଡ଼ିଶାର ଶାସକ ଦଳ ବିଜେଡି ବିରୋଧରେ ଅଭିଯୋଗ ଆଣିଛି। ଧାମନଗର ବିଧାନସଭା ଉପନିର୍ବାଚନକୁ ପ୍ରଭାବିତ କରିବା ଲାଗି ମିଥ୍ୟା ଓ ଜାଲ୍‌ ଅଡିଓ କ୍ଲିପ୍‌ ଜରିଆରେ ସ୍ବର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବ୍ୟକ୍ତିଗତ ଭାବମୂର୍ତ୍ତି କ୍ଷୁଣ୍ଣ କରିବା ଲାଗି ବିଜେଡି ଉଦ୍ୟମ ଚଳାଇଥିବା ଭାଜପା ପ୍ରତିନିଧି ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଜାଲ୍‌ ଅଡିଓ କ୍ଲିପିଂ ପଛରେ ଥିବା ବିଜେଡି ସଦସ୍ୟଙ୍କ ବିରୋଧରେ ଏତଲା ଦାଏର ଲାଗି ଭାଜପା ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛି।
ନଭେମ୍ବର ୩ରେ ଉଭୟ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଧାମନଗର ନିର୍ବାଚନ ମଣ୍ଡଳୀର ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ସହ ଅମିତ୍‌ ଶାହା ବୈଠକ କରିଥିବାର ଏକ ଜାଲ୍‌ ଭିଡିଓ କ୍ଲିପ୍‌ ବିଜେଡି କାର୍ଯ୍ୟକର୍ତ୍ତା ସାମାଜିକ ଗଣମାଧ୍ୟମରେ ପ୍ରସାର କରାଇଥିଲେ। ଏଭଳି କୌଣସି ବୈଠକ ହୋଇ ନ ଥିବା ଭାଜପା ପ୍ରତିନିଧି ଦଳ କହିଛନ୍ତି। ଦୁଇ ରାଜ୍ୟର ଉପନିର୍ବାଚନକୁ ପ୍ରଭାବିତ କରିବା ଲାଗି ଏଭଳି ଗୁରୁତର ଉଦ୍ୟମ ହୋଇଥିବା କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର କହିଛନ୍ତି। ଭାଜପାର ବର୍ଦ୍ଧିତ ଲୋକପ୍ରିୟତାରେ ଉଭୟ ରାଜ୍ୟ ସରକାର ବେଆଇନ ପଦ୍ଧତିରେ ଜନମତକୁ ପ୍ରଭାବିତ କରିବାକୁ ଉଦ୍ୟମ ଚଳାଇଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri