Posted inଜାତୀୟ

ତେଲେଙ୍ଗାନାରେ ଭାଜପାର ମିଶନ ଜାରି! ଇସ୍ତଫା ଦେଲେ ଟିଆର୍‌ଏସ୍‌ ବିଧାୟକ

ହାଇଦ୍ରାବାଦ,୧୨।୬: ତେଲେଙ୍ଗାନା ରାଷ୍ଟ୍ର ସମିତିର ବରିଷ୍ଠ ନେତା ତଥା ତେଲେଙ୍ଗାନାର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଇ. ରାଜେନ୍ଦ୍ର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। କିଛି ଦିନ ପୂର୍ବରୁ ସେ ଦଳର ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଥିଲେ। ହୁଜୁରାବାଦ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ରାଜେନ୍ଦ୍ର ଶାସକ ଟିଆର୍‌ଏସ୍‌ର ଜଣେ ବରିଷ୍ଠ ନେତା ଅଟନ୍ତି। ତେବେ ଦଳ ଛାଡ଼ିବା ନେଇ କହିଛନ୍ତି, ମୁଁ ମୋର ଇସ୍ତଫା ପତ୍ର ସିଧାସଳଖ ବାଚସ୍ପତିଙ୍କ ନିକଟେରେ ଦାଖଲ କରିବାକୁ ଚାହୁଁଥିଲି। ହେଲେ ତାଙ୍କୁ ଭେଟି ପାରିଲି ନାହିଁ। ଏଭଳି ପରିସ୍ଥିତିରେ ମୋତେ ବିଧାନସଭା ସଚିବଙ୍କ ନିକଟରେ ଇସ୍ତଫା ଦେବାକୁ ହେବ ବୋଲି ସେ କହିଛନ୍ତି।

ଏହାଛଡ଼ା ଇସ୍ତଫା ଦେବା ପୂର୍ବରୁ ରାଜେନ୍ଦ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ତାଙ୍କର ଅନେକ ଶୁଭେଚ୍ଛୁ ତାଙ୍କୁ ଇସ୍ତଫା ଦେବାକୁ ପରାମର୍ଶ ଦେଇଛନ୍ତି। ହେଲେ ସେ ନିଜର ନିର୍ବାଚନମଣ୍ଡଳୀ ତଥା ତେଲେଙ୍ଗାନାବାସୀଙ୍କ ଆତ୍ମସମ୍ମାନ ପାଇଁ ଏଭଳି କରୁଛନ୍ତି। ଅପରପକ୍ଷେ ଜୁନ ୧୪ରେ ସେ ଭାଜପା ରାଷ୍ଟ୍ରୀୟ ସଭାପତିଙ୍କ ଉପସ୍ଥିତିରେ ପଦ୍ମ ଧରିବାର ସମ୍ଭାବନା ଥିବା ନେଇ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ନ ଲଢ଼ି ବିଧାୟକ ହୋଇଯାଇଥିଲେ ମୁଲାୟମ; ଜାଣନ୍ତୁ ତାଙ୍କ ରାଜନୀତିର କିଛି ରୋଚକ କଥା…

ଲକ୍ଷ୍ନୌ,୧୯।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଚାଲିଛି। ଏପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ ରବିବାର ଅର୍ଥାତ ଫେବୃୟାରୀ ୨୦ରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ...

ଜୁଲାଇ ୪ରେ ହେବ ଭାରତୀୟ କୁସ୍ତି ସଂଘର ନିର୍ବାଚନ

ନୂଆଦିଲ୍ଲୀ,୧୨।୬: କୁସ୍ତିଯୋଦ୍ଧାଙ୍କ ଦ୍ୱାରା କୁସ୍ତି ମହାସଂଘ ଉପରେ କରାଯାଇଥିବା ଗୁରୁତର ଅଭିଯୋଗ ପରେ ଅଲିମ୍ପିକ ଆସୋସିଏଶନ ସୋମବାର ଡବ୍ଲୁଏଫଆଇର ଅଧ୍ୟକ୍ଷ ନିର୍ବାଚନ ପାଇଁ ତାରିଖ ଘୋଷଣା...

୨୦୨୮ ସୁଦ୍ଧା ପୃଥିବୀର ତୃତୀୟ ବୃହତ ଅର୍ଥନୀତି ହେବ ଭାରତ…

ନୂଆଦିଲ୍ଲୀ,୧୬।୧୦ : ଆସନ୍ତା ୨୦୨୮ ବର୍ଷ ବେଳକୁ ଭାରତ ଜର୍ମାନୀ ଏବଂ ଜାପାନକୁ ଅତିକ୍ରମ କରି ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହୋଇପାରେ। ଅନ୍ତର୍ଜାତୀୟ ମୁଦ୍ରା...

ଡାକ ଟିକେଟ-ଶହେ ଟଙ୍କିଆ ମୂଦ୍ରା ଜାରି କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ୧୦୦ତମ ବାର୍ଷିକୀ ଉତ୍ସବରେ ଭିଡିଓ କନ୍‌ଫରେନ୍ସ ଜରିଆରେ ଯୋଗଦେଇଥିଲେ। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ୧୦୦ ବର୍ଷ ପୂରଣ...

ଆଣ୍ଡାମାନ-ନିକୋବର ଜେଲକୁ ସ୍ଥାନାନ୍ତର ହେବେ ବଡ଼ ଗ୍ୟାଙ୍ଗଷ୍ଟର…

ନୂଆଦିଲ୍ଲୀ,୨।୭ : ଉତ୍ତର ଭାରତର ଜେଲରେ ଥିବା ଗ୍ୟାଙ୍ଗଷ୍ଟରମାନଙ୍କୁ ଆଣ୍ଡାମାନ ଏବଂ ନିକୋବର ଜେଲକୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ଜନ୍ମିତ ଶିଶୁଙ୍କୁ ମିଳିବ ସୁନା ମୁଦି, ବଣ୍ଟାଯିବ ୭୨୦ କିଲୋ ମାଛ

ଚେନ୍ନାଇ,୧୬।୯:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସେପ୍ଟେମ୍ବର ୧୭ରେ ୭୨ ବର୍ଷରେ ପଦାର୍ପଣ କରିବେ। ତାଙ୍କ ଜନ୍ମଦିନକୁ ନେଇ ଭାଜପା କର୍ମୀଙ୍କ ମଧ୍ୟରେ ଉତ୍ସାହ ଚରମ ସୀମାରେ...

ୟାସିନ ମଲିକଙ୍କ ସମର୍ଥନରେ ବାହାରିଲେ ଆଫ୍ରିଦି: ଅମିତ୍‌ ମିଶ୍ର ଦେଲେ ମୁହଁତୋଡ଼ ଜବାବ

ନୂଆଦିଲ୍ଲୀ, ୨୫।୫: ଆତଙ୍କବାଦୀ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜମ୍ମୁ କଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର...

ଚାକିରି ଯିବାର ଥିଲା ଭୟ, ଏମିତି ଚରମ ପଦକ୍ଷେପ ନେଲେ ପରିବାର

ବେଙ୍ଗାଲୁରୁ,୨୬।୭:କରୋନା ଯୋଗୁ ଲୋକେ ଅନେକ ସଙ୍କଟର ସାମ୍ନା କରୁଛନ୍ତି। କିଏ ପେଟ ପୋଷିବା ପାଇଁ ସଂଗ୍ରାମ କରୁଛନ୍ତି ତ ଆଉ କିଏ ଚାକିରି ଚାଲିଯିବା ଭୟରେ...

Advertisement
Archives

Model This Week