ନିଜ ପତ୍ନୀଙ୍କ ଠାରୁ ଗରିବ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ

ହାଇଦ୍ରାବାଦ,୭।୧୨: ରେଭନ୍ଥ ରେଡ୍ଡୀ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ହାଇଦ୍ରାବାଦର ଏଲବି ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରାଇଛନ୍ତି। ବିଧାନସଭା ନିର୍ବାଚନରେ ୧୧୯ଟି ଆସନରୁ ୬୪ଟି ଜିତିବା ପରେ କଂଗ୍ରେସ ରେଭନ୍ଥଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିଛି। ୨୦୧୭ରେ ତେଲୁଗୁ ଦେଶମ ପାର୍ଟି ଛାଡି ରେଡ୍ଡୀ କଂଗ୍ରେସରେ ଯୋଗ ଦେଇଥିଲେ। ୨୦୨୧ରେ ରାଜ୍ୟ କଂଗ୍ରେସର ସେ ସଭାପତି ହୋଇଥିଲେ। ୧୭ବର୍ଷର ରାଜନୈତିକ କ୍ୟାରିୟରରେ ସେ ଜିଲା ପରିଷଦର ସଦସ୍ୟ, ବିଧାୟକ, ଏମପି ହେବା ପରେ ଗୁରବାର ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ରେଡ୍ଡୀଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଥିବାବେଳେ ତାଙ୍କ ସ୍ତ୍ରୀଙ୍କ ସମ୍ପତ୍ତି ତାଙ୍କ ଠାରୁ କମ ଥିବା ଜଣାପଡିଛି।

ଏକ ଜାତୀୟ ଗଣମାଧ୍ୟମର ତଥ୍ୟ ଅନୁଯାୟୀ, ଏସବିଆଇର ପୃଥକ ଆକାଉଣ୍ଟରେ ୩ ଲକ୍ଷରୁ ଅଧିକ ଟଙ୍କା ଜମା ରହିଛି। ତାଙ୍କର ବିଭିନ୍ନ ଏସବିଆଇ ଆକାଉଣ୍ଟରେ ପାଖାପାଖି ୩୫ ଲକ୍ଷ ଟଙ୍କା ଜମା ରହିଛି। ଏଥିସହିତ ରେଡ୍ଡୀ ଏବଂ ତାଙ୍କ ସ୍ତ୍ରୀଙ୍କ ଜଏଣ୍ଟ ଆକାଉଣ୍ଟରେ ପ୍ରାୟ ୮୨ହଜାର ୫୯୪ ଟଙ୍କା ଜମା ରହିଛି। My neta info ଅନୁଯାୟୀ, 51ବର୍ଷିୟ ରେଡ୍ଡୀଙ୍କ ସମ୍ପତ୍ତି ମୂଲ୍ୟ ୩୦କୋଟି ଟଙ୍କା। ଏସବିଆଇର କୋଡଙ୍ଗାଲ ଶାଖାରେ ମୁଖ୍ୟମନ୍ତ୍ରୀ ରେଡ୍ଡୀଙ୍କ ଗୋଟିଏ ବି ଟଙ୍କା ନ ଥିବା ଜଣାପଡିଛି। ତାଙ୍କ ଆକାଉଣ୍ଟ ଜିରୋ ବାଲାନ୍ସରେ ଅଛି।
ନିର୍ବାଚନ ଆୟୋଗ ଦେଇଥିବା ଆଫିଡେଭିଟ ଅନୁଯାୟୀ, ୨୦୧୪ ନିର୍ବାଚନ ପରେ ରେଡ୍ଡୀ ଅନେକ ସମ୍ପତ୍ତି କିଣିଛନ୍ତି। ଏହି ଅବଧି ମଧ୍ୟରେ ତାଙ୍କର ଅସ୍ଥାବର ସମ୍ପତ୍ତି ୪.୪୪ କୋଟିରୁ ୭.୭୯କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥାତ ନଅ ବର୍ଷ ମଧ୍ୟରେ ତାଙ୍କ ଅସ୍ଥାବର ସମ୍ପତ୍ତି ୩.୪୮କୋଟି ଟଙ୍କା ବୃଦ୍ଧି ପାଇଛି।

ନିକଟରେ ସେ ସିରିଲିଙ୍ଗମ୍ପାଲିରେ ଜମି କିଣିଛନ୍ତି। ସୂଚନାନୁସାରେ, ତାଙ୍କ ନିବେଶ ଏବଂ ଶେୟାରର ମୂଲ୍ୟ ଚାରି ବର୍ଷରେ ୫୧ଲକ୍ଷରୁ ୧.୭୫କୋଟି ଟଙ୍କାକୁ ବୃଦ୍ଧି ପାଇଛି। ତାଙ୍କ ସ୍ତ୍ରୀ ଗୀତା ରେଡ୍ଡୀଙ୍କ ୯.୪୪କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି। ଅସ୍ଥାବର ସମ୍ପତ୍ତି ବିଷୟରେ କହିବାକୁ ଗଲେ ମୁଖ୍ୟମନ୍ତ୍ରୀ ରେଡ୍ଡୀଙ୍କ ସମ୍ପତ୍ତି ୮କୋଟି ୬୨ଲକ୍ଷ ୩୩ହଜାର ୫୬୭ଟଙ୍କା ଥିବାବେଳେ ଗୀତା ରେଡ୍ଡୀଙ୍କ ୧୫କୋଟି ୨ଲକ୍ଷ ୬୭ହଜାର ୨୨୫ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି। ଏହି ଅସ୍ଥାବର ସମ୍ପତ୍ତିରେ ଜମି, କୃଷି ଜମି ଏବଂ ଘର ଅନ୍ତର୍ଭୁକ୍ତ ରହିଛି। ରେଡ୍ଡୀ ଦମ୍ପତିଙ୍କ ମୋଟ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୧,୯୦,୨୬,୩୩୯ଟଙ୍କା ଥିବା ଜଣାପଡିଛି।

ମୁଖ୍ୟମନ୍ତ୍ରୀ ରେଡ୍ଡୀଙ୍କ ବିରୋଧରେ ମୋଟ ୮୯ଟି ଆପରାଧିକ ମାମଲା ବିଚାରାଧୀନ ଅଛି। ହେଲେ ତାଙ୍କୁ କୌଣସି ମାମଲାରେ ଦୋଷୀ କରାଯାଇ ନାହିଁ। ୮୯ଟି ମାମଲା ମଧ୍ୟରୁ ୩୪ଟି ଭାରତୀୟ ଦଣ୍ଡ ସଂହିତା ଧାରା ୫୦୬ଅନୁଯାୟୀ ପଞ୍ଜିକୃତ ହୋଇଛି। ଧାରା ୫୦୪ଅନୁଯାୟୀ ୩୮ଟି ମାମଲା ପଞ୍ଜିକୃତ ହୋଇଛି। ଉଦ୍ଦେଶ୍ୟମୂଳକ ଭାବେ ଶାନ୍ତି ଭଙ୍ଗ କରି ଅପମାନ କରିବା ମାମଲାରେ ଏହି ମାମଲା ପଞ୍ଜିକୃତ ହୋଇଛି। ସେହିପରି ୧୫୩ଅଧିନରେ ୨୧ଟି ମାମଲା ରହିଛି। ଯାହା ଦଙ୍ଗା ସୃଷ୍ଟି କରିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ଉତ୍ତେଜନା ସୃଷ୍ଟି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖୁସିଖବର ଦେଲେ ସୀମା ହାଇଦର: ବଢୁଛି ଚର୍ଚ୍ଚା

ଲକ୍ଷ୍ନୌ,୮।୧୨: ପାକିସ୍ତାନରୁ ପ୍ରବାସୀ ସୀମା ହାଇଦର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସୀମା ହାଇଦର ଏବେ ପୁଣି ଥରେ ଗର୍ଭବତୀ ଏବଂ ଷଷ୍ଠ ଥର ପାଇଁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri