ନିଜ ପତ୍ନୀଙ୍କ ଠାରୁ ଗରିବ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ

ହାଇଦ୍ରାବାଦ,୭।୧୨: ରେଭନ୍ଥ ରେଡ୍ଡୀ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ହାଇଦ୍ରାବାଦର ଏଲବି ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରାଇଛନ୍ତି। ବିଧାନସଭା ନିର୍ବାଚନରେ ୧୧୯ଟି ଆସନରୁ ୬୪ଟି ଜିତିବା ପରେ କଂଗ୍ରେସ ରେଭନ୍ଥଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିଛି। ୨୦୧୭ରେ ତେଲୁଗୁ ଦେଶମ ପାର୍ଟି ଛାଡି ରେଡ୍ଡୀ କଂଗ୍ରେସରେ ଯୋଗ ଦେଇଥିଲେ। ୨୦୨୧ରେ ରାଜ୍ୟ କଂଗ୍ରେସର ସେ ସଭାପତି ହୋଇଥିଲେ। ୧୭ବର୍ଷର ରାଜନୈତିକ କ୍ୟାରିୟରରେ ସେ ଜିଲା ପରିଷଦର ସଦସ୍ୟ, ବିଧାୟକ, ଏମପି ହେବା ପରେ ଗୁରବାର ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ରେଡ୍ଡୀଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଥିବାବେଳେ ତାଙ୍କ ସ୍ତ୍ରୀଙ୍କ ସମ୍ପତ୍ତି ତାଙ୍କ ଠାରୁ କମ ଥିବା ଜଣାପଡିଛି।

ଏକ ଜାତୀୟ ଗଣମାଧ୍ୟମର ତଥ୍ୟ ଅନୁଯାୟୀ, ଏସବିଆଇର ପୃଥକ ଆକାଉଣ୍ଟରେ ୩ ଲକ୍ଷରୁ ଅଧିକ ଟଙ୍କା ଜମା ରହିଛି। ତାଙ୍କର ବିଭିନ୍ନ ଏସବିଆଇ ଆକାଉଣ୍ଟରେ ପାଖାପାଖି ୩୫ ଲକ୍ଷ ଟଙ୍କା ଜମା ରହିଛି। ଏଥିସହିତ ରେଡ୍ଡୀ ଏବଂ ତାଙ୍କ ସ୍ତ୍ରୀଙ୍କ ଜଏଣ୍ଟ ଆକାଉଣ୍ଟରେ ପ୍ରାୟ ୮୨ହଜାର ୫୯୪ ଟଙ୍କା ଜମା ରହିଛି। My neta info ଅନୁଯାୟୀ, 51ବର୍ଷିୟ ରେଡ୍ଡୀଙ୍କ ସମ୍ପତ୍ତି ମୂଲ୍ୟ ୩୦କୋଟି ଟଙ୍କା। ଏସବିଆଇର କୋଡଙ୍ଗାଲ ଶାଖାରେ ମୁଖ୍ୟମନ୍ତ୍ରୀ ରେଡ୍ଡୀଙ୍କ ଗୋଟିଏ ବି ଟଙ୍କା ନ ଥିବା ଜଣାପଡିଛି। ତାଙ୍କ ଆକାଉଣ୍ଟ ଜିରୋ ବାଲାନ୍ସରେ ଅଛି।
ନିର୍ବାଚନ ଆୟୋଗ ଦେଇଥିବା ଆଫିଡେଭିଟ ଅନୁଯାୟୀ, ୨୦୧୪ ନିର୍ବାଚନ ପରେ ରେଡ୍ଡୀ ଅନେକ ସମ୍ପତ୍ତି କିଣିଛନ୍ତି। ଏହି ଅବଧି ମଧ୍ୟରେ ତାଙ୍କର ଅସ୍ଥାବର ସମ୍ପତ୍ତି ୪.୪୪ କୋଟିରୁ ୭.୭୯କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥାତ ନଅ ବର୍ଷ ମଧ୍ୟରେ ତାଙ୍କ ଅସ୍ଥାବର ସମ୍ପତ୍ତି ୩.୪୮କୋଟି ଟଙ୍କା ବୃଦ୍ଧି ପାଇଛି।

ନିକଟରେ ସେ ସିରିଲିଙ୍ଗମ୍ପାଲିରେ ଜମି କିଣିଛନ୍ତି। ସୂଚନାନୁସାରେ, ତାଙ୍କ ନିବେଶ ଏବଂ ଶେୟାରର ମୂଲ୍ୟ ଚାରି ବର୍ଷରେ ୫୧ଲକ୍ଷରୁ ୧.୭୫କୋଟି ଟଙ୍କାକୁ ବୃଦ୍ଧି ପାଇଛି। ତାଙ୍କ ସ୍ତ୍ରୀ ଗୀତା ରେଡ୍ଡୀଙ୍କ ୯.୪୪କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି। ଅସ୍ଥାବର ସମ୍ପତ୍ତି ବିଷୟରେ କହିବାକୁ ଗଲେ ମୁଖ୍ୟମନ୍ତ୍ରୀ ରେଡ୍ଡୀଙ୍କ ସମ୍ପତ୍ତି ୮କୋଟି ୬୨ଲକ୍ଷ ୩୩ହଜାର ୫୬୭ଟଙ୍କା ଥିବାବେଳେ ଗୀତା ରେଡ୍ଡୀଙ୍କ ୧୫କୋଟି ୨ଲକ୍ଷ ୬୭ହଜାର ୨୨୫ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି। ଏହି ଅସ୍ଥାବର ସମ୍ପତ୍ତିରେ ଜମି, କୃଷି ଜମି ଏବଂ ଘର ଅନ୍ତର୍ଭୁକ୍ତ ରହିଛି। ରେଡ୍ଡୀ ଦମ୍ପତିଙ୍କ ମୋଟ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୧,୯୦,୨୬,୩୩୯ଟଙ୍କା ଥିବା ଜଣାପଡିଛି।

ମୁଖ୍ୟମନ୍ତ୍ରୀ ରେଡ୍ଡୀଙ୍କ ବିରୋଧରେ ମୋଟ ୮୯ଟି ଆପରାଧିକ ମାମଲା ବିଚାରାଧୀନ ଅଛି। ହେଲେ ତାଙ୍କୁ କୌଣସି ମାମଲାରେ ଦୋଷୀ କରାଯାଇ ନାହିଁ। ୮୯ଟି ମାମଲା ମଧ୍ୟରୁ ୩୪ଟି ଭାରତୀୟ ଦଣ୍ଡ ସଂହିତା ଧାରା ୫୦୬ଅନୁଯାୟୀ ପଞ୍ଜିକୃତ ହୋଇଛି। ଧାରା ୫୦୪ଅନୁଯାୟୀ ୩୮ଟି ମାମଲା ପଞ୍ଜିକୃତ ହୋଇଛି। ଉଦ୍ଦେଶ୍ୟମୂଳକ ଭାବେ ଶାନ୍ତି ଭଙ୍ଗ କରି ଅପମାନ କରିବା ମାମଲାରେ ଏହି ମାମଲା ପଞ୍ଜିକୃତ ହୋଇଛି। ସେହିପରି ୧୫୩ଅଧିନରେ ୨୧ଟି ମାମଲା ରହିଛି। ଯାହା ଦଙ୍ଗା ସୃଷ୍ଟି କରିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ଉତ୍ତେଜନା ସୃଷ୍ଟି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଗଠନ ପାଇଁ ହିମନ୍ତଙ୍କୁ ମିଳିଲା ଆମନ୍ତ୍ରଣ: ୧୨ରେ ଶପଥ ଗ୍ରହଣ

ଗୁଆହାଟୀ,୧୦ା୫: ଆସାମରେ ପରବର୍ତ୍ତୀ ସରକାର ଗଠନ ପାଇଁ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ରବିବାର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହିମନ୍ତ ବିଶ୍ୱଶର୍ମାଙ୍କୁ ଆମନ୍ତ୍ରଣ କରିଛନ୍ତି। ଫଳରେ ଆସାମରେ ଏନ୍‌ଡିଏ…

ବଡ଼ ଧରଣର ବିସ୍ଫୋରଣ, ୧୫ ପୋଲିସ ନିହତ

ପେଶଓ୍ବାର,୧୦।୫: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ଏକ ପୋଲିସ ପୋଷ୍ଟ ଉପରେ ଆତ୍ମଘାତୀ ଆକ୍ରମ ହୋଇଛି । ଏଥିରେ ପନ୍ଦର ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି…

ଯୁଦ୍ଧର ପ୍ରଭାବକୁ କମ୍ କରିବାକୁ ମୋଦିଙ୍କ ବଡ଼ ଆହ୍ବାନ; ପେଟ୍ରୋଲ-ଡିଜେଲର ବ୍ୟବହାର ହ୍ରାସ, ବର୍ଷେ ସୁନା….

ନୂଆଦିଲ୍ଲୀ,୧୦ା୫: ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ମଧ୍ୟରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତବାସୀଙ୍କୁ ବଡ଼ ପରାମର୍ଶ ଦେଇଛନ୍ତି । ସଂଯମତାର ସହିତ ପେଟ୍ରୋଲିୟମ ଉତ୍ପାଦ ବ୍ୟବହାର କରିବାକୁ…

ୱାରେଣ୍ଟ ବଳରେ ଜେଲ୍ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୧୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ଗ୍ରାମର ଅଶ୍ଵିନୀ ଗୌଡ଼ଙ୍କୁ ରବିବାର ପାଟପୁର ପୋଲିସ ଗିରଫ କରି କୋଦଳା କୋର୍ଟକୁ ଚାଲାଣ କରିଛନ୍ତି…

ସୁନାଥର ଗ୍ରାମରେ ଗ୍ଯାସ ଲଗାଇବା ବେଳେ ଫାଟିଗଲା ସିଲିଣ୍ଡର; ଉଡିଗଲା ଟିଣ, ୬….

ପୁରୁଷୋତ୍ତମପୁର,୧୦ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ଭୟଙ୍କର ବିସ୍ଫୋରଣ । ରବିବାର ସଂଧ୍ଯ୍ଯାରେ ରୋଷେଇ ଲାଗି ଗ୍ଯାସ ଲଗାଇବା ବେଳେ ହଠାତ୍…

ଥୁଆମୂଳ ରାମପୁର: PWD ରାସ୍ତାରେ ଝୁଲୁଛି ମୃତ୍ୟୁର ଖଣ୍ଡା! ଶୁଖିଲା ଗଛ ସାଜିଛି ମରଣଯନ୍ତା

ଥୁଆମୂଳ ରାମପୁର, ୧୦ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଜୀବନରେଖା କୁହାଯାଉଥିବା ଥୁଆମୂଳ ରାମପୁର – କାଶୀପୁର ମୁଖ୍ୟ PWD ରାସ୍ତା ଏବେ…

ମାଙ୍କଡଡିଆଁ ଜଳପ୍ରପାତରେ ଅଘଟଣ, ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ମୋହନା,୧୦ା୫( ମନ୍ମଥ ମିଶ୍ର ): ମାଙ୍କଡଡିଆଁ ଜଳପ୍ରପାତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତିଙ୍କର ନାମ ଅଭିଜିତ ଦାସ ହୋଇଥିବା ବେଳେ ସେ ଜଣେ…

ଘୋର ଆର୍ଥିକ ସଙ୍କଟରେ ତୈଳ କମ୍ପାନୀ, ଦୈନିକ ୧୭୦୦ କୋଟିର କ୍ଷତି; ଶୀଘ୍ର ବଢ଼ିବ ପେଟ୍ରୋଲ-ଡିଜେଲ ଦାମ୍‌

ନୂଆଦିଲ୍ଲୀ,୧୦।୫: ଇରାନ ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ (Strait of Hormuz) ଅବରୋଧ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri