Posted inଜାତୀୟ

ତେଲେଙ୍ଗାନାରେ ପୁଣି କୁକୁରଙ୍କୁ ହତ୍ୟା, ୫୦୦ ପରେ ଏବେ ୧୦୦ଜଣଙ୍କୁ ବିଷ ଦେଇ ମାରିଦେଲେ

ହାଇଦ୍ରାବାଦ,୨୧ା୧: ପୁଣିଥରେ ତେଲେଙ୍ଗାନାରେ ବହୁ ସଂଖ୍ୟକ ବୁଲା କୁକୁରଙ୍କୁ ହତ୍ୟା କରାଯାଇଛି । ହାଇଦ୍ରାବାଦରୁ ମାତ୍ର ୫୦ କିଲୋମିଟର ଦୂର ରଙ୍ଗାରେଡ୍ଡି ଜିଲ୍ଲାରେ ୧୦୦ କୁକୁରଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପ୍ରକାଶଥାଉକି, ପୂର୍ବରୁ ତେଲେଙ୍ଗାନାରେ ହିଁ ୫୦୦ କୁକୁରଙ୍କୁ ହତ୍ୟା କରାଯାଇଥିବା ଏକ ମାମଲା ରିପୋର୍ଟ ହୋଇଥିଲା।

ତେଲେଙ୍ଗାନା ପୋଲିସ ସନ୍ଦେହ କରୁଛି ଯେ କୁକୁରଗୁଡ଼ିକୁ ବୃତ୍ତିଗତ ହତ୍ୟାକାରୀମାନେ ହତ୍ୟା କରିଛନ୍ତି । ଗାଁର ସରପଞ୍ଚ ଏବଂ ତାଙ୍କ ସହଯୋଗୀଙ୍କ ନିର୍ଦ୍ଦେଶରେ ୧୦୦ କୁକୁରଙ୍କୁ ବିଷ ଦିଆଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ସରପଞ୍ଚଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି ।

ଏହି ଘଟଣା ସମ୍ପର୍କରେ ଷ୍ଟ୍ରେ ଆନିମଲ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ମୁଦାବତ ପ୍ରୀତି ପୋଲିସରେ ଅଭିଯୋଗ କରିଛନ୍ତି । ପୋଲିସ ପିସିଏ (ପଶୁମାନଙ୍କ ପ୍ରତି ନିଷ୍ଠୁରତା ନିବାରଣ) ଆଇନର ଧାରା ୩(୫) ଏବଂ ଧାରା ୧୧(୧)(a)(i)ଅନୁଯାୟୀ ତିନି ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ଏଥିରେ ସରପଞ୍ଚ, ଜଣେ ୱାର୍ଡ ସଦସ୍ୟ ଏବଂ ଗ୍ରାମ ସଚିବ ଅନ୍ତର୍ଭୁକ୍ତ ।

ଏହି ଘଟଣା ଜାନୁଆରୀ ୧୯ ତାରିଖରେ ଘଟିଛି । ପୋଲିସ ସନ୍ଦେହ କରୁଛି ଯେ କୁକୁରମାନଙ୍କୁ ବିଷ ଦିଆଯାଇ ସେମାନଙ୍କ ମୃତଦେହ ଗାଁ ବାହାରେ ପୋତି ଦିଆଯାଇଥିଲା। ଏସଏଚଓ ନନ୍ଦେଶ୍ୱର ରେଡ୍ଡିଙ୍କ ଅନୁଯାୟୀ, “ଆମେ ଏହି ଘଟଣାର ଗମ୍ଭୀରତାର ସହ ତଦନ୍ତ କରୁଛୁ । ଆମେ କୁକୁରମାନଙ୍କୁ ପୋତି ଦିଆଯାଇଥିବା ସ୍ଥାନ ଖୋଜିବାକୁ ଚେଷ୍ଟା କରୁଛୁ।”

ପ୍ରୀତି କୁହନ୍ତି ଯେ ଗାଁରୁ ହଠାତ୍ ଅନେକ କୁକୁର ଗାଏବ ହୋଇଗଲେ । ଯେତେବେଳେ ଗାଁ ଲୋକଙ୍କୁ ଏ ବିଷୟରେ ପଚରାଗଲା, ସେମାନେ ପରସ୍ପର ବିରୋଧୀ ବୟାନ ଦେଲେ, ଯାହା ଫଳରେ ସନ୍ଦେହ ବିଶ୍ୱାସରେ ପରିଣତ ହେଲା। ଆମେ ସନ୍ଦେହ କଲୁ ଯେ କୁକୁରମାନଙ୍କୁ ବିଷାକ୍ତ ଇଞ୍ଜେକ୍ସନ ଦେଇ ହତ୍ୟା କରାଯାଇଛି । ୱାର୍ଡ ସଦସ୍ୟ ଆଦୁଲପୁରମ ଗୌତମ ପ୍ରକାଶ କରିଛନ୍ତି ଯେ କୁକୁରମାନଙ୍କୁ ପ୍ରଥମେ ଆନାସ୍ଥେସିଆ ଇଞ୍ଜେକ୍ସନ ଦିଆଯାଇଥିଲା ଏବଂ ତା’ପରେ ଏକ ବିଷାକ୍ତ ପଦାର୍ଥ ଇଞ୍ଜେକ୍ସନ ଦିଆଯାଇଥିଲା, ଯାହା ଫଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

BCBକୁ ଆଉ ଗୋଟିଏ ଦିନ ସମୟ ଦେଇଛି ICC, ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସେ ତେବେ…

ନୂଆଦିଲ୍ଲୀ,୨୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଭାରତ ଯାତ୍ରା କରିବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।...

ଯୁବକଙ୍କୁ ହଜି ଯାଇଥିବା ଫୋନ୍‌ ଫେରାଇଲେ ଏମ୍‌ପିଙ୍କ ପିଏ

ରାୟଗଡ଼ା,୨୧ା୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍‌ପିଙ୍କ ପିଏ ବାପି ପଟ୍ଟନାୟକ ଜଣେ ଯୁବକଙ୍କ ହଜି ଯାଇଥିବା ମୋବାଇଲ ଫେରାଇ ମାନବିକତାର ପରିଚୟ ଦେଖାଇଛନ୍ତି। ସୂଚନା ମୁତାବକ...

ଝିଅର ଜୀବନ ବଞ୍ଚାଇବାକୁ ଏମିତି ଅପିଲ କଲେ ମହିଳା ପ୍ରଶଂସକ, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ମହିଳା ସୁରକ୍ଷା ଭାଙ୍ଗୁଥିବା ଏବଂ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପାଖକୁ...

ଆପଣଙ୍କ ଏଭଳି ଅବହେଳା ପାଇଁ ଚୋରି ହୋଇଯାଇପାରେ ବାଇକ୍‌, ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ…

ନୂଆଦିଲ୍ଲୀ,୨୧।୧: ଆଜିକାଲି ସମୟରେ ବାଇକ ପ୍ରାୟ ପ୍ରତ୍ୟେକ ଘରର ଦୈନନ୍ଦିନ ଜୀବନର ଅଂଶ ହୋଇଯାଇଛି। ବାଇକ ଦ୍ୱାରା ଘରୁ ବାହାରକୁ ଯିବାଠାରୁ ଆରମ୍ଭ କରି ଅନେକ...

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ...

କେତେ ପୂରୁଣା ହେବା ପରେ କିଣିବା ଦରକାର ନୂଆ ଫୋନ? ଜାଣନ୍ତୁ ନିୟମ

ଏକ ନୂତନ ଫୋନ କିଣିବା କ୍ରମଶଃ ମହଙ୍ଗା ହୋଇଗଲାଣି। ତେଣୁ, ଲୋକମାନେ ପୁରୁଣା ଫୋନ ବ୍ୟବହାର କରିବାରେ ଲାଗିପଡ଼ିଛନ୍ତି। କିଛି ଲୋକ ଫ୍ଲାଗସିପ ଫୋନ ବ୍ୟବହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri