Posted inଜାତୀୟ

ତେଲେଙ୍ଗାନାରେ ପୁଣି କୁକୁରଙ୍କୁ ହତ୍ୟା, ୫୦୦ ପରେ ଏବେ ୧୦୦ଜଣଙ୍କୁ ବିଷ ଦେଇ ମାରିଦେଲେ

ହାଇଦ୍ରାବାଦ,୨୧ା୧: ପୁଣିଥରେ ତେଲେଙ୍ଗାନାରେ ବହୁ ସଂଖ୍ୟକ ବୁଲା କୁକୁରଙ୍କୁ ହତ୍ୟା କରାଯାଇଛି । ହାଇଦ୍ରାବାଦରୁ ମାତ୍ର ୫୦ କିଲୋମିଟର ଦୂର ରଙ୍ଗାରେଡ୍ଡି ଜିଲ୍ଲାରେ ୧୦୦ କୁକୁରଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପ୍ରକାଶଥାଉକି, ପୂର୍ବରୁ ତେଲେଙ୍ଗାନାରେ ହିଁ ୫୦୦ କୁକୁରଙ୍କୁ ହତ୍ୟା କରାଯାଇଥିବା ଏକ ମାମଲା ରିପୋର୍ଟ ହୋଇଥିଲା।

ତେଲେଙ୍ଗାନା ପୋଲିସ ସନ୍ଦେହ କରୁଛି ଯେ କୁକୁରଗୁଡ଼ିକୁ ବୃତ୍ତିଗତ ହତ୍ୟାକାରୀମାନେ ହତ୍ୟା କରିଛନ୍ତି । ଗାଁର ସରପଞ୍ଚ ଏବଂ ତାଙ୍କ ସହଯୋଗୀଙ୍କ ନିର୍ଦ୍ଦେଶରେ ୧୦୦ କୁକୁରଙ୍କୁ ବିଷ ଦିଆଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ସରପଞ୍ଚଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି ।

ଏହି ଘଟଣା ସମ୍ପର୍କରେ ଷ୍ଟ୍ରେ ଆନିମଲ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ମୁଦାବତ ପ୍ରୀତି ପୋଲିସରେ ଅଭିଯୋଗ କରିଛନ୍ତି । ପୋଲିସ ପିସିଏ (ପଶୁମାନଙ୍କ ପ୍ରତି ନିଷ୍ଠୁରତା ନିବାରଣ) ଆଇନର ଧାରା ୩(୫) ଏବଂ ଧାରା ୧୧(୧)(a)(i)ଅନୁଯାୟୀ ତିନି ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ଏଥିରେ ସରପଞ୍ଚ, ଜଣେ ୱାର୍ଡ ସଦସ୍ୟ ଏବଂ ଗ୍ରାମ ସଚିବ ଅନ୍ତର୍ଭୁକ୍ତ ।

ଏହି ଘଟଣା ଜାନୁଆରୀ ୧୯ ତାରିଖରେ ଘଟିଛି । ପୋଲିସ ସନ୍ଦେହ କରୁଛି ଯେ କୁକୁରମାନଙ୍କୁ ବିଷ ଦିଆଯାଇ ସେମାନଙ୍କ ମୃତଦେହ ଗାଁ ବାହାରେ ପୋତି ଦିଆଯାଇଥିଲା। ଏସଏଚଓ ନନ୍ଦେଶ୍ୱର ରେଡ୍ଡିଙ୍କ ଅନୁଯାୟୀ, “ଆମେ ଏହି ଘଟଣାର ଗମ୍ଭୀରତାର ସହ ତଦନ୍ତ କରୁଛୁ । ଆମେ କୁକୁରମାନଙ୍କୁ ପୋତି ଦିଆଯାଇଥିବା ସ୍ଥାନ ଖୋଜିବାକୁ ଚେଷ୍ଟା କରୁଛୁ।”

ପ୍ରୀତି କୁହନ୍ତି ଯେ ଗାଁରୁ ହଠାତ୍ ଅନେକ କୁକୁର ଗାଏବ ହୋଇଗଲେ । ଯେତେବେଳେ ଗାଁ ଲୋକଙ୍କୁ ଏ ବିଷୟରେ ପଚରାଗଲା, ସେମାନେ ପରସ୍ପର ବିରୋଧୀ ବୟାନ ଦେଲେ, ଯାହା ଫଳରେ ସନ୍ଦେହ ବିଶ୍ୱାସରେ ପରିଣତ ହେଲା। ଆମେ ସନ୍ଦେହ କଲୁ ଯେ କୁକୁରମାନଙ୍କୁ ବିଷାକ୍ତ ଇଞ୍ଜେକ୍ସନ ଦେଇ ହତ୍ୟା କରାଯାଇଛି । ୱାର୍ଡ ସଦସ୍ୟ ଆଦୁଲପୁରମ ଗୌତମ ପ୍ରକାଶ କରିଛନ୍ତି ଯେ କୁକୁରମାନଙ୍କୁ ପ୍ରଥମେ ଆନାସ୍ଥେସିଆ ଇଞ୍ଜେକ୍ସନ ଦିଆଯାଇଥିଲା ଏବଂ ତା’ପରେ ଏକ ବିଷାକ୍ତ ପଦାର୍ଥ ଇଞ୍ଜେକ୍ସନ ଦିଆଯାଇଥିଲା, ଯାହା ଫଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri