Posted inଜାତୀୟ

ତେଲଙ୍ଗାନା: ପରୀକ୍ଷା ଫଳ ଘୋଷଣା ପରେ ୧୦ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ, ୧୨ା୫: ତେଲଙ୍ଗାନାରେ ଇଣ୍ଟରମିଡିଏଟ୍‌ (ଯୁକ୍ତ ଦୁଇ) ପରୀକ୍ଷା ଫଳ ଘୋଷଣା ପରେ ବୁଧବାର ୮ ଜଣ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଛନ୍ତି। ଅନ୍ୟ ଜଣେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମଙ୍ଗଳବାର ଏମ୍‌. ପ୍ରଜ୍ୱଳ ନାମକ ଜଣେ ଛାତ୍ର ଜୀବନ ହାରିଥିବାବେଳେ ଗତ ମାସରେ ଜି. କ୍ରିଷ୍ଣା ଆତ୍ମହତ୍ୟା କରିଥିଲେ। ଏହାକୁ ମିଶାଇ ମୋଟ ଆତ୍ମହତ୍ୟା ସଂଖ୍ୟା ୧୦ରେ ପହଞ୍ଚତ୍ଛି। କମ୍‌ ନମ୍ବର ଏବଂ ଶିକ୍ଷାରେ ବିଫଳତାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି। କେବଳ ହାଇଦ୍ରାବାଦରେ ୬ ଜଣ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଥିବାବେଳେ ସାଙ୍ଗାରେଡ୍ଡୀ, ଓ୍ବାନାପାର୍ଥତ୍ ଏବଂ ଜଗତିଆଲ ଜିଲାରେ ଅନ୍ୟମାନେ ଜୀବନ ହାରିଛନ୍ତି। ହାଇଦ୍ରାବାଦର ୬ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୫ ଜଣ ରଶି ଲଗାଇ ଏବଂ ଜଣେ ବିଲ୍ଡିଂର ପଞ୍ଚମ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ। ସବୁଠୁ ଦୁଃଖର କଥା ପରୀକ୍ଷାରେ ଫେଲ୍‌ ହେବା ଆଶଙ୍କାରେ ୧୯ ବର୍ଷୀୟା ଯୁକ୍ତ ଦୁଇ ଛାତ୍ର ଜି. କ୍ରିଷ୍ଣା ଗତ ମାସ ୧୦ ତାରିଖରେ ଆତ୍ମହତ୍ୟା କରିଥିଲେ। ପରୀକ୍ଷା ଫଳ ବାହାରିବା ପରେ ସେ ୧,୦୦୦ରୁ ୮୯୨ ନମ୍ବର ରଖିଥିବା ଜଣାପଡ଼ିଛି। ଏଭଳି ବହୁ ଘଟଣା ଛାତ୍ରୀଛାତ୍ରଙ୍କୁ ଚରମ ପଦକ୍ଷେପ ନେବାକୁ ପ୍ରେରିତ କରୁଛି। ଏଭଳି ପଦକ୍ଷେପ ନ ନେବା ଲାଗି ପୋଲିସ ଏବଂ ମନସ୍ତତ୍ତ୍ୱବିଦ୍‌ମାନେ ଛାତ୍ରୀଛାତ୍ରଙ୍କୁ ଅପିଲ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri