ରାୟଗଡ଼ା,୯।୫(ସୁଜାତା ପାଢ଼ୀ): ରାୟଗଡ଼ା ସହର ଇନ୍ଦିରା ନଗର ୩ୟ ଲାଇନ୍ରେ ଅଜଣା ଦୁର୍ବୃତ୍ତମାନେ ଶନିବାର ରାତିରେ ଗୁଳିକାଣ୍ଡ କରି ରାୟଗଡା ସହରସ୍ଥିତ ରେଲି ସାହିର ଯୁବକ ନିଖିଲ ହାଡ଼ିପାକୁ ଅପହରଣ କରିନେଇଥିଲେ । ପରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି।ନିଖିଲର ମୃତଦେହ ତୁମ୍ବିଗୁଡା ନିକଟସ୍ଥ ନାଗାବଳୀ ନଦୀ ନିକଟରୁ ମିଳିଛି। ସ୍ଥାନୀୟ ଲୋକେ ମୃତଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ରବିବାର ସକାଳୁ ପୋଲିସ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରଛନ୍ତି। ଘଟଣାସ୍ଥଳରୁ ପୋଲିସକୁ ଏକ ବ୍ୟବହୃତ ଖୋକା ମିଳିଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଇଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି।
ସୂଚନାଯୋଗ୍ୟ ଯେ, ଶନିବାରରାତି ୧୦ଟା ସମୟରେ କିଛି ଯୁବକ ଗୋଟିଏ ବୁଲେଟ ଏବଂ ଏକ ଚାରି ଚକିଆ ଗାଡିରେ ନିଖିଲଙ୍କୁ ପିଛା କରିଥିଲେ। ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।ଏହି ସମୟରେ ଯୁବକ ଜଣଙ୍କ ଭୟରେ ଦୌଡ଼ି ପଳେଇବା ସମୟରେ ଫାଇରିଂ ହୋଇଥିଲା। ଏପରିକି ଯୁବକ ଜଣଙ୍କ ପ୍ରାଣ ଭୟରେ ଜଣଙ୍କ ଘରକୁ ପସିଯିବା ସମୟରେ ଦୁର୍ବୁତ୍ତମାନେ ତାକୁ ଅପହରଣ କରି ରିଂ ରୋଡ ପଟେ ଚାଲିଯାଇଥିଲେ । ନିଖିଲଙ୍କୁ ହତ୍ୟା ପରେ ତୁମ୍ବିଗୁଡା ନିକଟରେ ଫିଙ୍ଗି ଚାଲିଯାଇଥିଲେ । ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ଛାୟା ଖେଳିଯାଇଛି ।
Dharitri – Odisha’s No.1 Odia Daily