Posted inଜାତୀୟ

ତେଜସ୍ବୀଙ୍କ ନୂଆ ନିର୍ଦ୍ଦେଶ, କେହି କିଣିବେନି ଗାଡ଼ି-ପାଦ ଛୁଇଁବାକୁ ମନା…

ପାଟନା,୨୦।୮ : ବିହାରରେ ଗଠିତ ନୂତନ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ତାଙ୍କ ବିଭାଗର କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିବା ସହିତ ତାଙ୍କ ଦଳର କୋଟା ମନ୍ତ୍ରୀମାନଙ୍କ ପାଇଁ ୬ଟି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ ତେଜସ୍ବୀ କହିଛନ୍ତି। ସେଥିମଧ୍ୟରେ ନୂଆ ଗାଡ଼ କିଣିବା ଉପରେ ନିଷେଧାଦେଶ ଜାରି ହୋଇଛି। ଏହା ସହିତ ସଚ୍ଚୋଟତା, ସ୍ବଚ୍ଛତା, ତ୍ୱରିତତା ଏବଂ କାର୍ଯ୍ୟକାରିତା ଆଦିକୁ ପାଳନ କରିବାକୁ ସେ ମନ୍ତ୍ରୀ ମାନଙ୍କୁ କହିଛନ୍ତି।

ସରକାରରେ ରାଷ୍ଟ୍ରୀୟ ଜନତା ଦଳ କୋଟାରୁ ହୋଇଥିବା ମନ୍ତ୍ରୀମାନେ ବିଭାଗରେ ନିଜ ପାଇଁ କୌଣସି ନୂତନ ଯାନ କିଣିବେ ନାହିଁ।
ସେହିପରି ମନ୍ତ୍ରୀମାନେ ଶ୍ରମିକ, ଶୁଭେଚ୍ଛୁ, ସମର୍ଥକ କିମ୍ବା ତାଙ୍କଠାରୁ ବୟସ୍କ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ପାଦ ଛୁଇଁବାକୁ ଦେବେ ନାହିଁ। ସୌଜନ୍ୟ ଏବଂ ଅଭିବାଦନ ପାଇଁ ନମସ୍କାର ପରମ୍ପରାକୁ ପ୍ରୋତ୍ସାହିତ କରାଯିବ ବୋଲି ତେଜସ୍ବୀ କହିଛନ୍ତି।

 

ସମସ୍ତ ମନ୍ତ୍ରୀଙ୍କୁ ସମସ୍ତଙ୍କ ସହ ଭଦ୍ର ଏବଂ ସୌଜନ୍ୟମୂଳକ ଆଚରଣ କରିବାକୁ ଅନୁରୋଧ କରାଯାଇଛି ଏବଂ ବାର୍ତ୍ତାଳାପ ସକରାତ୍ମକ ହେବା ଉଚିତ ବୋଲି କୁହାଯାଇଛି। ସରଳତା ସହିତ କାର୍ଯ୍ୟ କରିବାବେଳେ, ସମସ୍ତ ଜାତି / ଧର୍ମର ଗରିବ ଏବଂ ଅଭାବୀ ଲୋକଙ୍କୁ ବିଳମ୍ବ ନକରି ପ୍ରାଥମିକତା ଭିତ୍ତିରେ ସାହାଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଉପହାର ସ୍ବରୂପ ଫୁଲ ତୋଡ଼ ଦେବା ପରିବର୍ତ୍ତେ, ପୁସ୍ତକ-କଲମ ଆଦାନ ପ୍ରଦାନକୁ ଉତ୍ସାହିତ କରାଯିବ। ସମସ୍ତ ବିଭାଗୀୟ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସଚ୍ଚୋଟତା, ସୱଚ୍ଛତା, ତ୍ୱରିତତା ଏବଂ ତୁରନ୍ତ କାର୍ଯ୍ୟକାରିତାକୁ ପ୍ରୋତ୍ସାହିତ କରାଯିବ।

ସମସ୍ତ ମନ୍ତ୍ରୀ କ୍ରମାଗତ ଭାବରେ ମୁଖ୍ୟମନ୍ତ୍ରୀ ବିହାର ସରକାର ଏବଂ ସେମାନଙ୍କ ଅଧୀନରେ ଥିବା ବିଭାଗ, କାର୍ଯ୍ୟ ଯୋଜନା ଏବଂ ବିକାଶ କାର୍ଯ୍ୟ ସୋସିଆଲ ମିଡିଆରେ ପ୍ରଚାର କରିବେ ଯାହା ଦ୍ୱାରା ଜନସାଧାରଣ ମନ୍ତ୍ରୀଙ୍କର ପ୍ରତ୍ୟେକ ପଦକ୍ଷେପ ବିଷୟରେ ସକାରାତ୍ମକ ସୂଚନା ପାଇପାରିବେ। ତେଜସ୍ବୀଙ୍କ ଏଭଳି ନିର୍ଦ୍ଦେଶ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ

ଅତାବିରା,୧୨।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖଇରପାଲି କୋଶଲ ସ୍କୁଲକୁ ରବିବାର ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଗସ୍ତ କରିଥିଲେ। ଏହି ଅବସରରେ…

୨୫୨ ଟଙ୍କା ମହଙ୍ଗା ହେଲା LPG ଗ୍ୟାସ, ଜାଣନ୍ତୁ କେତେ ରହିଛି ଦାମ୍

ଢାକା,୧୨।୧୦: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଏବେ ଘରୋଇ LPG ଗ୍ୟାସ୍‌ର ଦାମ୍‌କୁ ନେଇ ଉପଭୋକ୍ତା ଚିନ୍ତାରେ ରହିଛନ୍ତି । ଗ୍ୟାସ୍‌ର ଯୋଗାଣ ହ୍ରାସ ପାଇଥିବାରୁ ବଜାରରେ…

ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ପାଳନ କରନ୍ତୁ ଚାଣକ୍ୟ ଏହି ୪ କଥା…

ଆଚାର୍ଯ୍ୟ ଚାଣକ୍ୟ ଜଣେ ପ୍ରାଚୀନ ଭାରତୀୟ ଶିକ୍ଷକ, ଦାର୍ଶନିକ ତଥା ରାଜ ପରାମର୍ଶଦାତା ଥିଲେ। ତାଙ୍କୁ ‘ଅର୍ଥଶାସ୍ତ୍ର’ର ରଚୟିତା ଭାବରେ ଜଣାଯାଏ। ଯିଏ କି ଅର୍ଥନୀତି, ରାଜନୀତି…

ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ପଣ୍ଡ; ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୋଲିସ

ୱାର୍ସା,୧୨।୧୦: ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ସମ୍ଭାବ୍ୟ ବିପଦ…

ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…

ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

ବଡ଼ ଖୁଲାସା କଲେ ପୂର୍ବତନ କ୍ରିକେଟର, ବିରାଟଙ୍କ ଟେଷ୍ଟ ସନ୍ନ୍ୟାସ ପଛରେ ଥିଲା ଏହି ବ୍ୟକ୍ତିଙ୍କ ହାତ

ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ୍‌ର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା ଏବେ ବି କ୍ରିକେଟ୍‌ପ୍ରେମୀଙ୍କ ମନରେ ରହିଛି…

ଆଖିରୁ ଝରାଇଲାଣି ଲୁହ, କେବେ କମିବ ପିଆଜ ଦର? ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଦଶହରା, ଦୀପାବଳି ଏବଂ ଛଠ ପରି ପ୍ରମୁଖ ପର୍ବପର୍ବାଣୀ ଗୋଟିଏ ପରେ ଗୋଟିଏ ଆସୁଥିବା ବେଳେ, ପିଆଜର ବୃଦ୍ଧି ପାଉଥିବା ଦର ସାଧାରଣ ଲୋକଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?