ବଂଶୀ ବଜାଇଲେ ତେଜ ପ୍ରତାପ, ବିଦେଶୀଙ୍କ ସହ ନାଚିଲେ ରାଜନାଥ

ନୂଆଦିଲ୍ଲୀ,୮ା୩: ଆଜି ସାରା ଦେଶରେ ଜୋରଦାର ପାଳନ କରାଯାଇଛି ହୋଲି। ସମସ୍ତେ ହୋଲିର ରଙ୍ଗରେ ରଙ୍ଗେଇ ହୋଇଥିବା ବେଳେ ଏଥିରୁ ବାଦ୍‌ ପଡ଼ିନାହାନ୍ତି ଆମ ରାଜନେତାମାନେ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କ ଘରେ ହୋଲି ଉତ୍ସବର ଆୟୋଜନ କରିଥିଲେ। ଭାରତ ଗସ୍ତରେ ଆସିଥିବା ଆମେରିକାର ବାଣିଜ୍ୟ ମନ୍ତ୍ରୀ ଜିନା ରେମଣ୍ଡଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରିଛନ୍ତି। ତାଙ୍କର ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସେହିପରି ବିହାରର ପରିବେଶ ମନ୍ତ୍ରୀ ତେଜ ପ୍ରତାପ ଯାଦବ ପାଟନାରେ ଲାଥମାର ହୋଲି ଖେଳିଥିଲେ। ଏହି ସମୟରେ ସେ କୃଷ୍ଣଙ୍କ ରୂପରେ ଦେଖାଦେଇଥିଲେ। କେବଳ ଏତିକି ନୁହେଁ, ସେ ନିଜେ ବଂଶୀ ବଜାଉଥିବାର ନଜର ଆସିଛନ୍ତି। ସେ ଦିଲ୍ଲୀରେ ଥିବା ତାଙ୍କ ପିତା ଲାଲୁ ଯାଦବଙ୍କୁ ଭିଡିଓ କଲ୍‌ ମାଧ୍ୟମରେ ହୋଲିର ଅଭିନନ୍ଦନ ଜଣାଇଛନ୍ତି। ଲାଲୁ ମଧ୍ୟ ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି।

Share