୪ ଦଫା ଦାବି ନେଇ ତହସିଲ କାର୍ଯ୍ୟାଳୟ ଘେରାଉ, ଭୂମିହୀନଙ୍କୁ ଚିହ୍ନଟ କରି…

ଥୁଆମୂଳ ରାମପୁର,୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକସ୍ଥିତ କର୍ଲାପାଟ ଅଭୟାରଣ୍ୟ ଖଣ୍ଡୁଆଳମାଳି ସ୍ଥାୟୀ ସୁରକ୍ଷା ସମିତି ପକ୍ଷରୁ ବୁଧବାର କଳାହାଣ୍ଡି ଜିଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ଜରିଆରେ ୪ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଓଡ଼ିଶା ରାଜ୍ୟ ଜମି ବନ୍ଦୋବସ୍ତ ଆଇନ, ୧୯୬୨ ସାଲ ୧୯୬୫ଠାରୁ କାର୍ଯ୍ୟକ୍ଷମ ଅଛି। ଏହା ପରେ ଆଦିବାସୀଙ୍କୁ ଜମି ଓ ଜଙ୍ଗଲ ଉପରେ ଅଧିକ ନିୟନ୍ତ୍ରଣ ଓ ସ୍ବାଧୀନତା ଦେବାକୁ ପଞ୍ଚାୟତ (ଅନୁସୂଚିତ ଅଞ୍ଚଳ) ବିସ୍ତାର ଆଇନ, ୧୯୯୬ (PESA) ବି ପ୍ରଚଳିତ ହୋଇଛି। ଏଥି ସହ ସେମାନେ ଖଣ୍ଡୁଆଳମାଳି ଅଞ୍ଚଳବାସୀ ଜଙ୍ଗଲ ଅଧିକାର ଆଇନ, ୨୦୦୬ (FRA)ର ଯଥାର୍ଥ କାର୍ଯ୍ୟାୟନର ଅପେକ୍ଷାରେ ଆଦିବାସୀଙ୍କୁ ଦିଆଯାଇଥିବା ଜଙ୍ଗଲ ଜମି ପଟ୍ଟାର ଜମି ଚିହ୍ନଟ ଏବଂ ଆଦିବାସୀ, ହରିଜନ ଓ ଅନ୍ୟାନ୍ୟ ବର୍ଗର ଭୂମିହୀନମାନଙ୍କୁ ଚିହ୍ନଟ କରି ଜମିପଟ୍ଟା ପ୍ରଦାନ, ଆଦିବାସୀ ଜମିକୁ ଅର୍ଥକାରୀ ଫସଲ ଓ କୃଷି ଭିତ୍ତିକ ଶିଳ୍ପ ଉପରେ ଗୁରୁତ୍ୱ, ଓଡ଼ିଶାରେ କପଡ଼ା ଶିଳ୍ପ, ଔଷଧ ଶିଳ୍ପ, ଇଲୋକ୍ଟୋନିକ ଶିଳ୍ପ ଆଦି ପ୍ରତିଷ୍ଠା କରାଯାଉ ବୋଲି ଉକ୍ତ ସମିତି ପକ୍ଷରୁ ବିଶ୍ବ ପରିବେଶ ଦିବସର ଦିନକ ପୂର୍ବରୁ ନିଜ ସଂଘର୍ଷ ସଂକଳ୍ପକୁ ନେଇ ଆମେ ଆପଣଙ୍କୁ ଆମର ଜମି ଜଳ ଜଙ୍ଗଲକୁ ସୁରକ୍ଷିତ ରଖିବାକୁ ଅନୁରୋଧ କରୁଅଛୁ ବୋଲି ଦାବିପତ୍ରରେ ଉଲ୍ଲେଖ କରିଥିବା ସହ ଆଦିବାସୀ ଜମି ହଡ଼ପ ସମସ୍ୟାର ସମାଧାନ ପାଇଁ ବୋର୍ଡ ଅଫ ରେଭିନ୍ୟୁ ଫେବରମାନେ ଦାୟିତ୍ୱ ନେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜମି ଚିହ୍ନଟ ହୋଇପାରିନାହିଁ। ଫଳତଃ ଆମେ ବହୁ ସମସ୍ୟାର ସମ୍ମୁଖୀନ ହୋଇଆସୁଛୁ। ବିକାଶ ନାମରେ ଆଜି ସମ୍ବିଧାନର ପଞ୍ଚମ ସୂଚୀ ଅନ୍ତର୍ଗତ ଜମି ବଡ଼ବଡ଼ ବେସରକାରୀ କମ୍ପାନୀମାନଙ୍କୁ ହସ୍ତାନ୍ତର କରାଯାଉଛି। ଉଭୟ ଜଙ୍ଗଲ ଅଧିକାର ଆଇନ (୨୦୦୬) ଏବଂ ‘ଜମି ଅଧିଗ୍ରହଣ, ପୁନର୍ବାସ ଓ ପୁନଃ ଥଇଥାନରେ ନ୍ୟାୟସଙ୍ଗତ କ୍ଷତିପୂରଣ ଓ ସଚ୍ଛତାର ଅଧିକାର ଅଧିନିୟମ, ୨୦୧୩ ୨୨ ଅନୁସାରେ ଉକ୍ତ ଜମି ଉପରେ ରହୁଥିବା ଲୋକମାନଙ୍କର ଗ୍ରାମ ସଭା ମାଧ୍ୟମରେ ସହମତି ଆବଶ୍ୟକ। କିନ୍ତୁ ମାଇନିଂ କମ୍ପାନୀଗୁଡ଼ିକ ଏହି ସମସ୍ତ ଆଇନ ଉଲଂଘନ କରି ଖଣିଜ ସମ୍ପଦ ପରିପୂର୍ଣ୍ଣ ପାହାଡ଼ସବୁରେ ପ୍ରବେଶି କରିବା ପାଇଁ ଯୋଜନା କରୁଛନ୍ତି ବୋଲି ଦାବିପତ୍ରରେ ଉଲ୍ଲେଖ କରିଥିଲା। ତେବେ ଏହି ପରିପ୍ରେକ୍ଷୀରେ ଥୁଆମୂଳ ରାମପୁର ବଜାରଠାରୁ ଏକ ଶୋଭାଯାତ୍ରା ବାହାରି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଦାବିଗୁଡ଼ିକ ଉପସ୍ଥାପନା ପୂର୍ବକ ସମିତିର ବରିଷ୍ଠ ନେତୃମଣ୍ତଳୀ ନିଜନିଜ ଅଭିଭଷଣ ରଖି ତହସିଲଦାରଙ୍କ ଅନୁପସ୍ଥିତ ରହିଥିବା ଯୋଗୁ ଅତିରିକ୍ତ ତହସିଲଦାର ଦେବାଶିଷ କରକରିଆଙ୍କ ଜରିଆରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରିଥିଲେ।

ଉକ୍ତ ଦାବିପତ୍ର ଦେବା ସମୟରେ ଦାମୋଦର ବେହେରା ସିପିଆଇ ରାଜ୍ୟ ସମ୍ପାଦକ, ଲେନିନ ମହାନ୍ତି ଜନ ଆନ୍ଦୋଳନକାରୀ ସିପିଆଇ , ବ୍ରିଟିଶ ନାଏକ ଖଣ୍ଡୁଆଳମାଳି ସୁରକ୍ଷା କମିଟି ସମ୍ପାଦକ, କାର୍ତ୍ତିକ ମାଝୀ ଖଣ୍ଡୁଆଳମାଳି ସ୍ଥାୟୀ ସୁରକ୍ଷା ସମିତି ସଭାପତି, ସନାତନ ମାଝୀ ବ୍ଲକ ଆଦିବାସୀ ସଂଘ ସଭାପତି, ବୀର ବଜରଙ୍ଗ ଚାରୁ ମଞ୍ଜୁଦାର ନାଏକ ଖଣ୍ଡୁଆଳମାଳି ସ୍ଥାୟୀ ସୁରକ୍ଷା ସମିତି ସଦସ୍ୟ, ରାମ ମାଝୀ କର୍ଲାପାଟ ଖଣ୍ଡୁଆଳମାଳି ସ୍ଥାୟୀ ସୁରକ୍ଷା ସମିତି ସଦସ୍ୟ, ବଳଭଦ୍ର ଜାନୀ ସରପଞ୍ଚ ସଂଘ ସଭାପତି ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଖଣ୍ଡୁଆଳମାଳି ସ୍ଥାୟୀ ସୁରକ୍ଷା ସମିତିର କର୍ମକର୍ତ୍ତା ସମେତ ଶତାଧିକ ନାରୀ ପୁରୁଷ ଏଥିରେ ସାମିଲ ହୋଇଥିଲେ। ଏଥିରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଥୁଆମୂଳ ରାମପୁର ଥାନା ଅଧିକାରୀ କୈବତ୍ତ୍ୟ ସେଠଙ୍କ ନେତୃତ୍ୱରେ ୩ ପ୍ଲାଟୁନ୍‌ ପୋଲିସ ମୁତୟନ କରାଯାଇଥିଲା। ସେଥିମଧ୍ୟରୁ ଭବାନୀପାଟଣା ସଦର ଏସଡିପିଓ ବିମଳ କୁମାର ବାରିକ, କର୍ଲାପାଟ ଥାନା ଅଧିକାରୀ ଶ୍ରୀକାନ୍ତ କୋଳକାଙ୍କ ସମେତ ୨ ଏସ୍‌ଆଇ, ଜଣେ ଏଏସ୍‌ଆଇ, ମହିଳା ଓ ପୁରୁଷ କନଷ୍ଟେବଳ ଏବଂ ଆଇଆରବି ଦଳ ଉପସ୍ଥିତ ରହିଥିଲେ।

ସୂଚନାଯୋଗ୍ୟ, ଦାବିପତ୍ର ପ୍ରଦାନ ପରେ ଏହାର ସ୍ଥାୟୀ ସମାଧାନ ପାଇଁ ଅଞ୍ଚଳବାସୀଙ୍କୁ ଅତିରିକ୍ତ ତହସିଲଦାର ୨ମାସ ସମୟ ମାଗିଥିବା ଜଣାପଡ଼ିଛି। ଯଦି ଆଗାମୀ ୨ମାସ ମଧ୍ୟରେ ଏହାର କୌଣସି ସମାଧାନ ନହୁଏ ତେବେ ପୁଣି ଜିଲାପାଳଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାର, ରାଜ୍ୟ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହେବୁ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri