୪ ଦଫା ଦାବି ନେଇ ତହସିଲ କାର୍ଯ୍ୟାଳୟ ଘେରାଉ, ଭୂମିହୀନଙ୍କୁ ଚିହ୍ନଟ କରି…

ଥୁଆମୂଳ ରାମପୁର,୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକସ୍ଥିତ କର୍ଲାପାଟ ଅଭୟାରଣ୍ୟ ଖଣ୍ଡୁଆଳମାଳି ସ୍ଥାୟୀ ସୁରକ୍ଷା ସମିତି ପକ୍ଷରୁ ବୁଧବାର କଳାହାଣ୍ଡି ଜିଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ଜରିଆରେ ୪ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଓଡ଼ିଶା ରାଜ୍ୟ ଜମି ବନ୍ଦୋବସ୍ତ ଆଇନ, ୧୯୬୨ ସାଲ ୧୯୬୫ଠାରୁ କାର୍ଯ୍ୟକ୍ଷମ ଅଛି। ଏହା ପରେ ଆଦିବାସୀଙ୍କୁ ଜମି ଓ ଜଙ୍ଗଲ ଉପରେ ଅଧିକ ନିୟନ୍ତ୍ରଣ ଓ ସ୍ବାଧୀନତା ଦେବାକୁ ପଞ୍ଚାୟତ (ଅନୁସୂଚିତ ଅଞ୍ଚଳ) ବିସ୍ତାର ଆଇନ, ୧୯୯୬ (PESA) ବି ପ୍ରଚଳିତ ହୋଇଛି। ଏଥି ସହ ସେମାନେ ଖଣ୍ଡୁଆଳମାଳି ଅଞ୍ଚଳବାସୀ ଜଙ୍ଗଲ ଅଧିକାର ଆଇନ, ୨୦୦୬ (FRA)ର ଯଥାର୍ଥ କାର୍ଯ୍ୟାୟନର ଅପେକ୍ଷାରେ ଆଦିବାସୀଙ୍କୁ ଦିଆଯାଇଥିବା ଜଙ୍ଗଲ ଜମି ପଟ୍ଟାର ଜମି ଚିହ୍ନଟ ଏବଂ ଆଦିବାସୀ, ହରିଜନ ଓ ଅନ୍ୟାନ୍ୟ ବର୍ଗର ଭୂମିହୀନମାନଙ୍କୁ ଚିହ୍ନଟ କରି ଜମିପଟ୍ଟା ପ୍ରଦାନ, ଆଦିବାସୀ ଜମିକୁ ଅର୍ଥକାରୀ ଫସଲ ଓ କୃଷି ଭିତ୍ତିକ ଶିଳ୍ପ ଉପରେ ଗୁରୁତ୍ୱ, ଓଡ଼ିଶାରେ କପଡ଼ା ଶିଳ୍ପ, ଔଷଧ ଶିଳ୍ପ, ଇଲୋକ୍ଟୋନିକ ଶିଳ୍ପ ଆଦି ପ୍ରତିଷ୍ଠା କରାଯାଉ ବୋଲି ଉକ୍ତ ସମିତି ପକ୍ଷରୁ ବିଶ୍ବ ପରିବେଶ ଦିବସର ଦିନକ ପୂର୍ବରୁ ନିଜ ସଂଘର୍ଷ ସଂକଳ୍ପକୁ ନେଇ ଆମେ ଆପଣଙ୍କୁ ଆମର ଜମି ଜଳ ଜଙ୍ଗଲକୁ ସୁରକ୍ଷିତ ରଖିବାକୁ ଅନୁରୋଧ କରୁଅଛୁ ବୋଲି ଦାବିପତ୍ରରେ ଉଲ୍ଲେଖ କରିଥିବା ସହ ଆଦିବାସୀ ଜମି ହଡ଼ପ ସମସ୍ୟାର ସମାଧାନ ପାଇଁ ବୋର୍ଡ ଅଫ ରେଭିନ୍ୟୁ ଫେବରମାନେ ଦାୟିତ୍ୱ ନେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜମି ଚିହ୍ନଟ ହୋଇପାରିନାହିଁ। ଫଳତଃ ଆମେ ବହୁ ସମସ୍ୟାର ସମ୍ମୁଖୀନ ହୋଇଆସୁଛୁ। ବିକାଶ ନାମରେ ଆଜି ସମ୍ବିଧାନର ପଞ୍ଚମ ସୂଚୀ ଅନ୍ତର୍ଗତ ଜମି ବଡ଼ବଡ଼ ବେସରକାରୀ କମ୍ପାନୀମାନଙ୍କୁ ହସ୍ତାନ୍ତର କରାଯାଉଛି। ଉଭୟ ଜଙ୍ଗଲ ଅଧିକାର ଆଇନ (୨୦୦୬) ଏବଂ ‘ଜମି ଅଧିଗ୍ରହଣ, ପୁନର୍ବାସ ଓ ପୁନଃ ଥଇଥାନରେ ନ୍ୟାୟସଙ୍ଗତ କ୍ଷତିପୂରଣ ଓ ସଚ୍ଛତାର ଅଧିକାର ଅଧିନିୟମ, ୨୦୧୩ ୨୨ ଅନୁସାରେ ଉକ୍ତ ଜମି ଉପରେ ରହୁଥିବା ଲୋକମାନଙ୍କର ଗ୍ରାମ ସଭା ମାଧ୍ୟମରେ ସହମତି ଆବଶ୍ୟକ। କିନ୍ତୁ ମାଇନିଂ କମ୍ପାନୀଗୁଡ଼ିକ ଏହି ସମସ୍ତ ଆଇନ ଉଲଂଘନ କରି ଖଣିଜ ସମ୍ପଦ ପରିପୂର୍ଣ୍ଣ ପାହାଡ଼ସବୁରେ ପ୍ରବେଶି କରିବା ପାଇଁ ଯୋଜନା କରୁଛନ୍ତି ବୋଲି ଦାବିପତ୍ରରେ ଉଲ୍ଲେଖ କରିଥିଲା। ତେବେ ଏହି ପରିପ୍ରେକ୍ଷୀରେ ଥୁଆମୂଳ ରାମପୁର ବଜାରଠାରୁ ଏକ ଶୋଭାଯାତ୍ରା ବାହାରି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଦାବିଗୁଡ଼ିକ ଉପସ୍ଥାପନା ପୂର୍ବକ ସମିତିର ବରିଷ୍ଠ ନେତୃମଣ୍ତଳୀ ନିଜନିଜ ଅଭିଭଷଣ ରଖି ତହସିଲଦାରଙ୍କ ଅନୁପସ୍ଥିତ ରହିଥିବା ଯୋଗୁ ଅତିରିକ୍ତ ତହସିଲଦାର ଦେବାଶିଷ କରକରିଆଙ୍କ ଜରିଆରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରିଥିଲେ।

ଉକ୍ତ ଦାବିପତ୍ର ଦେବା ସମୟରେ ଦାମୋଦର ବେହେରା ସିପିଆଇ ରାଜ୍ୟ ସମ୍ପାଦକ, ଲେନିନ ମହାନ୍ତି ଜନ ଆନ୍ଦୋଳନକାରୀ ସିପିଆଇ , ବ୍ରିଟିଶ ନାଏକ ଖଣ୍ଡୁଆଳମାଳି ସୁରକ୍ଷା କମିଟି ସମ୍ପାଦକ, କାର୍ତ୍ତିକ ମାଝୀ ଖଣ୍ଡୁଆଳମାଳି ସ୍ଥାୟୀ ସୁରକ୍ଷା ସମିତି ସଭାପତି, ସନାତନ ମାଝୀ ବ୍ଲକ ଆଦିବାସୀ ସଂଘ ସଭାପତି, ବୀର ବଜରଙ୍ଗ ଚାରୁ ମଞ୍ଜୁଦାର ନାଏକ ଖଣ୍ଡୁଆଳମାଳି ସ୍ଥାୟୀ ସୁରକ୍ଷା ସମିତି ସଦସ୍ୟ, ରାମ ମାଝୀ କର୍ଲାପାଟ ଖଣ୍ଡୁଆଳମାଳି ସ୍ଥାୟୀ ସୁରକ୍ଷା ସମିତି ସଦସ୍ୟ, ବଳଭଦ୍ର ଜାନୀ ସରପଞ୍ଚ ସଂଘ ସଭାପତି ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଖଣ୍ଡୁଆଳମାଳି ସ୍ଥାୟୀ ସୁରକ୍ଷା ସମିତିର କର୍ମକର୍ତ୍ତା ସମେତ ଶତାଧିକ ନାରୀ ପୁରୁଷ ଏଥିରେ ସାମିଲ ହୋଇଥିଲେ। ଏଥିରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଥୁଆମୂଳ ରାମପୁର ଥାନା ଅଧିକାରୀ କୈବତ୍ତ୍ୟ ସେଠଙ୍କ ନେତୃତ୍ୱରେ ୩ ପ୍ଲାଟୁନ୍‌ ପୋଲିସ ମୁତୟନ କରାଯାଇଥିଲା। ସେଥିମଧ୍ୟରୁ ଭବାନୀପାଟଣା ସଦର ଏସଡିପିଓ ବିମଳ କୁମାର ବାରିକ, କର୍ଲାପାଟ ଥାନା ଅଧିକାରୀ ଶ୍ରୀକାନ୍ତ କୋଳକାଙ୍କ ସମେତ ୨ ଏସ୍‌ଆଇ, ଜଣେ ଏଏସ୍‌ଆଇ, ମହିଳା ଓ ପୁରୁଷ କନଷ୍ଟେବଳ ଏବଂ ଆଇଆରବି ଦଳ ଉପସ୍ଥିତ ରହିଥିଲେ।

ସୂଚନାଯୋଗ୍ୟ, ଦାବିପତ୍ର ପ୍ରଦାନ ପରେ ଏହାର ସ୍ଥାୟୀ ସମାଧାନ ପାଇଁ ଅଞ୍ଚଳବାସୀଙ୍କୁ ଅତିରିକ୍ତ ତହସିଲଦାର ୨ମାସ ସମୟ ମାଗିଥିବା ଜଣାପଡ଼ିଛି। ଯଦି ଆଗାମୀ ୨ମାସ ମଧ୍ୟରେ ଏହାର କୌଣସି ସମାଧାନ ନହୁଏ ତେବେ ପୁଣି ଜିଲାପାଳଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାର, ରାଜ୍ୟ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହେବୁ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ରେଳଧାରଣରୁ ମିଳିଲା ୨ ମୃତଦେହ

ବ୍ରହ୍ମପୁର,୨୧।୮( ସୁବାସ ଚନ୍ଦ୍ର ପାଢ଼ୀ ): ଜିଆର୍‌ପି ପୋଲିସ ଗୋଶାଣିନୂଆଗାଁ ବ୍ରିଜ ତଳ ଦେଇ ଯାଇଥିବା ରେଳଧାରଣ ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri