Posted inଖେଳ

ଅଲ୍‌କାରାଜ୍‌ ଚାମ୍ପିୟନ

ନ୍ୟୁୟର୍କ,୧୩ା୯(ପି.ଟି):ୟୁଏସ୍‌ ଓପନ ଟେନିସ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାତେଇ ନେଇଛନ୍ତି ସ୍ପେନର କାର୍ଲୋସ୍‌ ଅଲକାରାଜ୍‌ ଗାର୍ଫିଆ। ରବିବାର ରାତିରେ ଖେଳା ଯାଇଥିବା ଫାଇନାଲରେ ନରଓ୍ବେ କାସ୍ପର ରୁଡ୍‌ଙ୍କୁ ୪ସେଟ୍‌ ବିଶିଷ୍ଟ ମୁକାବିଲାରେ ହରାଇବା ସହିତ ମାତ୍ର ୧୯ ବର୍ଷରେ ଏଟିପି ର଼୍ୟାଙ୍କିଙ୍ଗର ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ୩ ଘଣ୍ଟା ୫୧ ମିନିଟ ଧରି ଏହି ମ୍ୟାଚଟି ଚାଲିଥିବା ବେଳେ ୬-୪, ୨-୬, ୭-୬ (୧) ଓ ୬-୩ରେ ଏହି ମ୍ୟାଚକୁ ଜିତି ନେଇଥିଲେ ଅଲକାରାଜ୍‌। କ୍ରମାଗତ ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିଲେ ହେଁ ବିଜୟୀ ହେବାରେ ଅସମର୍ଥ ରହିଛନ୍ତି ୨୩ ବର୍ଷୀୟ ନରଓ୍ବେ ଖେଳାଳି। ଜୁନ୍‌ ମାସରେ ଫ୍ରେଞ୍ଚ ଓପନ ଫାଇନାଲରେ ପ୍ରବେଶ କରିଥିବା ବେଳେ ରାଫେଲ ନାଡାଲଙ୍କ ନିକଟରୁ ସେ ପରାଜିତ ହୋଇଥିଲେ। ୧୯ ବର୍ଷରେ ୟୁଏସ୍‌ ଓପନ ଫାଇନାଲରେ ପହଞ୍ଚି ପିଟ୍‌ ସାମ୍ପ୍ରାସଙ୍କ ୧୯୯୦ ମସିହା ରେକର୍ଡର ସମକକ୍ଷ ହୋଇଛନ୍ତି ଅଲ୍‌କାରାଜ୍‌ ।୧୯୯୦ ମସିହାରେ ୧୯ ବର୍ଷ ବୟସରେ ସାମ୍ପ୍ରାସ ୟୁଏସ୍‌ ଓପନ ଜିତିଥିଲେ। ୧୯୭୩ରେ ଏଟିପି ର଼୍ୟାଙ୍କିଙ୍ଗ ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ସର୍ବକନିଷ୍ଠ ଖେଳାଳି ଭାବରେ ସେ ୧ ନମ୍ବର ମାନ୍ୟତା ହାସଲ କରିଛନ୍ତି। ପ୍ରଥମ ସେଟକୁ ବିଶ୍ୱ ମାନ୍ୟତାରେ ୩ ନମ୍ବର ସ୍ଥାନରେ ଥିବା ଅଲ୍‌କାରାଜ୍‌ ଜିତିଥିବା ବେଳେ ଦ୍ୱିତୀୟ ସେଟକୁ ଜିତି ନେଇ ପ୍ରତ୍ୟାବର୍ତ୍ତନ କରିଥିଲେ ୨୩ ବର୍ଷୀୟ ରୁଡ୍‌। ତେବେ ତୃତୀୟ ସେଟରେ ୬-୫ରେ ପଛୁଆ ରହିଥିବା ବେଳେ ଅଲକାରାଜ୍‌ କିନ୍ତୁ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ରୁଡଙ୍କ ସର୍ଭିସ୍‌ ରହିଥିଲେ ମଧ୍ୟ ଏହାକୁ ବ୍ରେକ କରି ସେଟକୁ ସମାନ୍ତର ସ୍ଥିତିକୁ ଆଣିଥିଲେ। ସଫ୍ଟହ୍ୟାଣ୍ଡ ଭଲିର ଉପଯୋଗ ସହିତ ଏହି ସେଟକୁ ଟାଇବ୍ରେକରକୁ ନେଇ ଜିତିଥିଲେ। ସେହିପରି ୪ର୍ଥ ସେଟକୁ ଜିତି ନିଜ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବାରେ ସମର୍ଥ ହୋଇଥିଲେ। ପୂର୍ବରୁ ସେମି ଫାଇନାଲରେ ଅଲ୍‌କାରାଜ୍‌ ଆମେରିକାର ଫ୍ରାନ୍ସେସ ଟିଆଫୋଙ୍କୁ ପରାଜିତ କରିଥିବା ବେଳେ ୫୫ ଶଟ୍‌ ରାଲି ମ୍ୟାଚରେ ରୁଷିଆର କାରେନ୍‌ ଖାଚାନୋଭଙ୍କୁ ପରାସ୍ତ କରିଥିଲେ କାସ୍ପର ରୁଡ୍‌।
କ୍ରେଜିକୋଭା-ସିନିକୋଭାଙ୍କୁ ଡବଲ୍ସ: ଚେକ୍‌ ରିପବ୍ଲିକ୍‌ର ବାର୍ବୋରା କ୍ରେଜିକୋଭା ଓ କାଟେରିନା ସିନିକୋଭାଙ୍କ ଯୋଡି ହାତେଇଛି ୟୁଏସ୍‌ ଓପନ ମହିଳା ଡବଲ୍ସ ଟାଇଟଲ। ବିଶ୍ୱ ମାନ୍ୟତାର ୩ ନମ୍ବର ସ୍ଥାନରେ ରହିଥିବା ଏହି ଯୋଡି ୩-୬, ୭-୫ ଓ ୬-୧ ସେଟରେ ଅଣସିଡେଡ ଆମେରିକୀୟ ଯୋଡି କେଟି ମ୍ୟାକନେଲି ଓ ଟେଲର ଟାଉନସେଣ୍ଡଙ୍କୁ ପରାସ୍ତ କରିଥିଲେ। ପ୍ରଥମ ସେଟରେ ଚେକ୍‌ ରିପବ୍ଲିକ୍‌ ଯୋଡି ପରାଜିତ ହୋଇଥିଲେ। ତେବେ ପରବର୍ତ୍ତୀ ଦୁଇ ସେଟରେ ନିଜ ଅଭିଜ୍ଞତାର ଉପଯୋଗ କରି ଅଣସିଡେଡ ଯୋଡିଙ୍କୁ ପରାସ୍ତ କରିଥିଲେ କ୍ରେଜିକୋଭା-ସିନିକୋଭା।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri