ଟେକ୍ନିକାଲ ରିସେସନ, ସେନ୍‌ସେକ୍ସ ସ୍ତର ୫୦ ହଜାର

ନୂଆଦିଲ୍ଲୀ: ୨୦୧୯ ମେ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ପାଳି ଆରମ୍ଭ କରିଥିଲେ। ୨୦୨୪ ସୁଦ୍ଧା ଭାରତୀୟ ଅର୍ଥ ବ୍ୟବସ୍ଥାକୁ ୫ ଟ୍ରିଲିୟନ ଡଲାରରେ ପହଞ୍ଚାଇବା ସରକାରଙ୍କ ଲକ୍ଷ୍ୟ ଥିଲା। ଆର୍ଥତ୍କ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ସରକାର ଯେତେବେଳେ ବିଭିନ୍ନ ସଂସ୍କାର ପ୍ରକ୍ରିୟା ଆରମ୍ଭ କଲେ ସେତେବେଳେ କରୋନା ମହାମାରୀ ପ୍ରଭାବ ବଜାରକୁ ସଙ୍କଟ ସ୍ଥିତିକୁ ଠେଲି ଦେଇଛି। ଗତ ୨ ବର୍ଷରେ ସରକାର ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି। ଏଭଳି ସ୍ଥିତିରେ ଭାରତ ପ୍ରଥମ ଟେକ୍ନିକାଲ ରିସେସନର ସାମ୍ନା କରିଛି। ଇତିହାସରେ ପ୍ରଥମ ଥର ଲାଗି ବଜାର ଏଭଳି ସମସ୍ୟା ଦେଇ ଗତି କରିଛି। ଗତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଲକ୍‌ଡାଉନ ଯୋଗୁ ଜିଡିପି ୨୪.୪% ହ୍ରାସ ହୋଇଛି। ଆର୍ଥତ୍କ ବର୍ଷ ସାରା ଜିଡିପି ୮% ଖସିବା ନେଇ ସରକାର ଆକଳନ କରିଛନ୍ତି। ଜିଡିପି ୭.୭% ଖସିବ ବୋଲି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଆକଳନ କରିଥିଲା। ହେଲେ ଏହାଠାରୁ ଜିଡିପି ବେଶି ପ୍ରଭାବିତ ହୋଇଛି। ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ଉନ୍ନତ ହେବା ସହ ପ୍ରାୟ ୯% ରହିପାରେ ବୋଲି ବିଶ୍ୱସ୍ତରୀୟ ଏଜେନ୍ସିଗୁଡିକ ଆକଳନ କରିଛନ୍ତି। ଉଲ୍ଲେଖଯୋଗ୍ୟ, କରୋନା ଯୋଗୁ ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ୨୦୨୦ରେ ୩.୭ ଟ୍ରିଲିୟନ ଡଲାର ଧକ୍କା ଲାଗିଛି।
କରୋନା ପ୍ରଭାବକୁ କମାଇବା ଲାଗି ସରକାର ୩ଟି ପର୍ଯ୍ୟାୟରେ ଆତ୍ମ ନିର୍ଭର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ବିଜ୍‌ନେସ ଏବଂ ଏମ୍‌ଏସ୍‌ଏମ୍‌ଇ ଲାଗି ୩ ଲକ୍ଷ କୋଟି ଟଙ୍କାର ବନ୍ଧକ ମୁକ୍ତ ଋଣ, ଚାପଗ୍ରସ୍ତ ଏମ୍‌ଏସ୍‌ଏମ୍‌ଇ ଲାଗି ୨୦ ହଜାର କୋଟିର ସବ୍‌ଅର୍ଡିନେଟ୍‌ ଡେଟ୍‌, ଏମ୍‌ଏସ୍‌ଏମ୍‌ଇ ଫଣ୍ଡ୍‌ସ ଅଫ୍‌ ଫଣ୍ଡ୍‌ରେ ୫୦ ହଜାର କୋଟିର ଇକ୍ୱିଟି, ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟ ଉପରେ ଗ୍ଲୋବାଲ ଟେଣ୍ଡରକୁ ବାତିଲ, ମୁଦ୍ରା ଶିଶୁ ଲୋନ୍‌ରେ ୧୫ ଶହ କୋଟିର ଆଶ୍ୱସ୍ତି ଭଳି ଅନ୍ୟ ପ୍ରମୁଖ ପଦକ୍ଷେପ ରହିଥିଲା। ଦ୍ୱିତୀୟ ପର୍ଯ୍ୟାୟ ପ୍ୟାକେଜ୍‌ରେ ସଡ଼କ ଭିତ୍ତିଭୂମି ପାଇଁ ଅତିରିକ୍ତ ପୁଞ୍ଜି, ପୁଞ୍ଜି ଖର୍ଚ୍ଚକୁ ପ୍ରୋତ୍ସାହନ, ଏଲ୍‌ଟିସି ଭାଉଚର ସ୍କିମ୍‌, ଫେଷ୍ଟିଭ ବୋନସ ଦିଆଯାଇଥିଲା। ସେହିଭଳି ତୃତୀୟ ପର୍ଯ୍ୟାୟରେ ବିନିର୍ମାଣ କ୍ଷେତ୍ର ଉତ୍ପାଦନ ସଂଯୋଗୀ ପ୍ରୋତ୍ସାହନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅତିରିକ୍ତ ବ୍ୟୟବରାଦ, ଗ୍ରାମୀଣ ନିଯୁକ୍ତିକୁ ପ୍ରୋତ୍ସାହନ, ଭାକ୍ସିନ ଉନ୍ନତୀକରଣ ଲାଗି ଗ୍ରାଣ୍ଟ, ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା, କୃଷି କ୍ଷେତ୍ରକୁ ଉତ୍ସାହିତ କରିବା ଲାଗି ସାର ସବ୍‌ସିଡି ଏବଂ ରପ୍ତାନି ପ୍ରୋତ୍ସାହନ ଯୋଜନା ଗ୍ରହଣ କରାଯାଇଥିଲା।
ଏହି ସମୟ ଅବଧିରେ ଦେଶ ମଧ୍ୟରେ ବେରୋଜଗାରୀ ହାର ଅହେତୁକ ଭାବେ ବଢିଛି। ଦ୍ୱିତୀୟ ଲହର ଯୋଗୁ ବର୍ତ୍ତମାନ ନିଯୁକ୍ତି ବଜାର ପ୍ରଭାବିତ ହୋଇରହିଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି(ସିଏମ୍‌ଆଇଇ) ଡାଟା ମୁତାବକ ପୁଣି ଥରେ ବେକାରି ହାର ବଢିଚାଲିଛି। ଗତ ବର୍ଷ ମେ ମାସରେ ଏହା ୨୩.୫% ସ୍ତରରେ ଥିଲା। ଅନଲକ୍‌ ପରେ ଏଥିରେ ସୁଧାର ଆସିଥିବା ବେଳେ ଦ୍ୱିତୀୟ ଲହର ଯୋଗୁ ଏହା ପୁଣି ଥରେ କ୍ଷତିଗ୍ରସ୍ତ ହୋଇଛି। ଚଳିତ ମାସ ୨୩ ସୁଦ୍ଧା ସାପ୍ତାହିକ ବେରୋଜଗାରୀ୧୪.୭% ସ୍ତରରେ ଥିଲା। ଏହାର ପୂର୍ବ ସପ୍ତାହରେ ଏହା ୧୪.୫% ଥିଲା। ଚଳିତ ବର୍ଷ ଏପ୍ରିଲ ପରଠାରୁ ବେକାରି ହାର ଲଗାତର ଉଚ୍ଚରେ ରହୁଥିବା ନଜରକୁ ଆସିଛି।
ଦେଶର ପୁଞ୍ଜି ବଜାରରେ ବର୍ତ୍ତମାନ ଊର୍ଦ୍ଧ୍ୱଗାମୀ ଧାରା ଲାଗି ରହିଛି। ଚଳିତ ବର୍ଷ ଜାନୁୟାରୀ ୨୨ରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ପ୍ରଥମଥର ଲାଗି ୫୦ ହଜାର ପଏଣ୍ଟ ସ୍ତର ଛୁଇଁଥିଲା। କୋଭିଡ୍‌ ପାଇଁ ୨୦୨୦ ମାର୍ଚ୍ଚରେ ସେନ୍‌ସେକ୍ସ ରେକର୍ଡ ନିମ୍ନ ସ୍ତରକୁ ଖସିଥିଲେ ମଧ୍ୟ ପରେ ଏଥିରେ ସୁଧାର ତ୍ୱରାନ୍ବିତ ହୋଇଛି। ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ବର୍ତ୍ତମାନ ବଢିଚାଲିଛି। ଏହି ଅବଧିରେ ସେନ୍‌ସେକ୍ସ ୧୬% ବଢିଛି। ମୋଦି ଶାସନ କ୍ଷମତାକୁ ଆସିବା ପରେ ସେନ୍‌ସେକ୍ସ ପ୍ରାୟ ୨ ଗୁଣ ବଢିଛି। ବିଏସ୍‌ଇରେ ସୂଚୀଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣ ୩ ଟ୍ରିଲିୟନ ଡଲାର ଟପିଛି। ଏହାବାଦ୍‌ ଗତ ୨୮ ବର୍ଷ ମଧ୍ୟରେ ୨୦୧୯ରେ ସରକାର ବେସ୍‌ କର୍ପୋରେଟ ଟିକସ ୩୦ରୁ ୨୨%କୁ ଖସାଇଛନ୍ତି। ନିବେଶରେ ଭାରତକୁ ବିଶ୍ୱ ସ୍ତରରେ ଆହୁରି ପ୍ରତିଦ୍ୱନ୍ଦ୍ୱୀ କରିବା ଲାଗି ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ୨୦୧୯ ଅକ୍ଟୋବର ପହିଲାରେ ନୂଆ ମାନୁଫାକ୍‌ଚରିଂ ଫାର୍ମଗୁଡିକ ଲାଗି ୨୫ରୁ ୧୫%କୁ ହ୍ରାସ କରାଯାଇଥିଲା। ସେହିଭଳି ୨୦୧୯ ଅଗଷ୍ଟ ୩୦ରେ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମେଗା ମିଶ୍ରଣ ଯୋଜନାକୁ କାର୍ଯ୍ୟକାରୀ କରାଇଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ସରକାର ପୂର୍ବ ଢାଞ୍ଚାରେ ପରିବର୍ତ୍ତନ ଆଣି ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକ ପରିବର୍ତ୍ତେ ଘରୋଇକରଣ ପ୍ରକ୍ରିୟାକୁ ଏବେ ଅଗ୍ରାଧିକାର ଦେଉଛନ୍ତି। ଦେଶ ମଧ୍ୟରେ ନିଯୁକ୍ତି ଏବେ ମଧ୍ୟ ଚ୍ୟାଲେଞ୍ଜିଂ ସ୍ଥିତିରେ ରହିଛି। କରୋନାର ଦ୍ୱିତୀୟ ଲହର ପରେ ଜିଡିପିକୁ ସୁଧାରିବା ଏବଂ ନିଯୁକ୍ତି ସୃଷ୍ଟି କରିବା ସରକାରଙ୍କ ଲାଗି ବଡ଼ ଆହ୍ବାନ ହେବ ବୋଲି ବଜାର ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରବାର ସମ୍ବଲପୁର ବନ୍ଦକୁ ସମର୍ଥନ କରି ଶତାଧିକ ଚାଷୀଙ୍କ ବାଇକ୍‌ ରାଲି

ସମ୍ବଲପୁର,୧୮ା୧୨(ପ୍ରମୋଦ ବହିଦାର): ଖରିଫ ଧାନ ବିକ୍ରି ପାଇଁ ଟୋକନ ବଣ୍ଟନ ସମସ୍ୟା ବିରୋଧରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର...

ଦାଦନ ଖଟିବାକୁ ଯାଇ ଫସିଲେ ୯ ଯୁବକ, ପାଖରେ ଟଙ୍କା ନାହିଁ କି କାମ ନାହିଁ, ଭିଡିଓ କରି କହିଲେ…

ରାୟଗଡ଼ା,୧୮ା୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଖଣିଜ ସମ୍ପଦ ଭରା କାଶୀପୁର ବ୍ଲକରେ ବକ୍ସାଇଟ ପାଇଁ ବିଶ୍ବ ପରିଚିତ ଉତ୍କଳ ଆଲୁମିନା ଭଳି କମ୍ପାନୀ ରହିଛି।...

କଟନି ଛଟନି ବନ୍ଦ କରିବାକୁ ପରାମର୍ଶ ଦେଲେ ମନ୍ତ୍ରୀ, କହିଲେ ଚାଷୀମାନେ କେବଳ ମଣ୍ଡିରେ ଧାନ ଦିଅନ୍ତୁ

ବୁଗୁଡ଼ା ୧୮/୧୨/(କାଳିଚରଣ ଦାଶ):  ଚଳିତ ମାସ ୨୩ ତାରିଖ ଠାରୁ ଖରିଫ ଋତୁ ଧାନ ସଂଗ୍ରହ କରିବେ ସରକାର । ତେଣୁ ଜିଲ୍ଲା ଓ ବ୍ଲକ...

ଅନ୍ୟ ଧର୍ମର ହୋଇଥିବାରୁ ଶବ ପଡିରହିଲା ୩୨ ଘଣ୍ଟା: ଆଉ ତା’ପରେ…

ପାଟଣା,୧୮।୧୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଇଦ ବାଜା ଗାଁ ରେ ରୋଗାକ୍ରାନ୍ତ ମକୁରୁ ମୁଣ୍ଡାଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା।...

DMK ଉପରେ ବର୍ଷିଲେ ବିଜୟ, ଉଠାଇଲେ ଅନେକ ପ୍ରଶ୍ନ

ଅମରାବତୀ,୧୮।୧୨: ଅଭିନେତାରୁ ରାଜନେତା ହୋଇଥିବା ବିଜୟ ଗୁରୁବାର ତାମିଲନାଡୁର ଇରୋଡ ଜିଲାରେ ଏକ ରାଲିକୁ ସମ୍ବୋଧିତ କରିଥିଲେ। ସେପ୍ଟେମ୍ବର ୨୭ରେ କରୁରରେ ତାଙ୍କ ରାଲିରେ ଦଳାଚକଟା...

ମେସିଙ୍କୁ ବଡ଼ ଗିଫ୍ଟ ଦେଲେ ଅନନ୍ତ ଅମ୍ବାନୀ: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ଜାମନଗରର ବନତାରା ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ। ମେସି ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ କେନ୍ଦ୍ରରେ ପାରମ୍ପରିକ ରୀତିନୀତିରେ...

Stokes-Archer Fight VIDEO: ବେନ୍ ଷ୍ଟୋକ୍ସ ଏବଂ ଜୋଫ୍ରା ଆର୍ଚରଙ୍କ ମଧ୍ୟରେ କାହିଁକି ହେଲା ଝଗଡ଼ା?

ନୂଆଦିଲ୍ଲୀ,୧୮।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଆସେସ୍ ଟେଷ୍ଟରେ ଇଂଲଣ୍ଡର ଖରାପ ପ୍ରଦର୍ଶନର ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି । ସେଥିପାଇଁ ଇଂଲଣ୍ଡ ଅଧିନାୟକ ଏବଂ ଖେଳାଳିମାନେ...

ପାଣି ତଳେ ମହଲ: ୫୦୦ ବର୍ଷ ପରେ ଆଜିବି ରହସ୍ୟମୟ ଏହି ଐତିହ୍ୟ ସ୍ଥାନ

ମଧ୍ୟପ୍ରଦେଶର ସୁନ୍ଦର ଏବଂ ଐତିହାସିକ ସହର ମାଣ୍ଡୁରେ ଏକ ଐତିହ୍ୟ ସ୍ଥାନ ଅଛି, ଯାହା ପ୍ରଥମ ନଜରରେ ଏକ ପୋଖରୀ ପରି ଦେଖାଯାଏ। କିନ୍ତୁ ପ୍ରକୃତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri