କାଲିଠୁ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି

ଭୁବନେଶ୍ୱର,୨୭ା୪(ବ୍ୟୁରୋ): ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆସନ୍ତାକାଲିଠାରୁ ମେ’ ୨ ତାରିଖ ପର୍ଯ୍ୟନ୍ତ ଛୁଟି କରିବାକୁ ନିଷ୍ପତ୍ତି ନେଇଛନ୍ତି। କ୍ଲାସ ବନ୍ଦ ହେଲେ ମଧ୍ୟ ପରୀକ୍ଷା ଚାଲୁ ରହିବ ବୋଲି ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।