Posted inଫୁରସତ

ଟେକ୍‌ ଷ୍ଟାର୍ଟଅପ୍‌

ବର୍ତ୍ତମାନ ଜବ୍‌ ବଦଳରେ ଅନେକେ ବିଭିନ୍ନ ଷ୍ଟାର୍ଟଅପ୍‌ ବିଜ୍‌ନେସ୍‌କୁ ନିଜର କ୍ୟାରିୟର ଅପ୍ସନ ଭାବେ ବାଛୁଥିବା ଦେଖିବାକୁ ମିଳୁଛି। ଯାହାକୁ ଗ୍ରୋ କରିବା ଲାଗି ସବୁଠୁ ଅଧିକ ଆବଶ୍ୟକ ହେଉଛି ଟେକ୍ନୋଲୋଜି । ତେଣୁ ଡିଜିଟାଲ ଟେକ୍ନୋଲୋଜିର ବହୁଳ ବ୍ୟବହାରକୁ ଦୃଷ୍ଟିରେ ରଖି ଯୁବପିଢ଼ିଙ୍କ ମଧ୍ୟରେ ଟେକ୍‌ ବେସ୍‌ଡ ଷ୍ଟାର୍ଟଅପ୍‌ର ଡିମାଣ୍ଡ ବଢିବାରେ
ଲାଗିଛି…

ବର୍ତ୍ତମାନ ଟେକ୍ନୋଲୋଜି ବିନା କିଛି ବି କାର୍ଯ୍ୟର ପରିକଳ୍ପନା ଯେପରି ଅସମ୍ଭବ ମନେ ହେଉଛି। ତେଣୁ ସର୍ବଦା କିଛି ଭିନ୍ନ କରିବାକୁ ଆଗ୍ରହୀ ଆଜିର ଯୁବପିଢ଼ି ଟେକ୍ନୋଲୋଜି ବେସ୍‌ଡ ଷ୍ଟାର୍ଟଅପ୍‌କୁ ନେଇ କ୍ୟାରିୟର ଗଢ଼ିବା ପ୍ରତି ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି। ଧୀରେ ଧୀରେ ଏହି କ୍ଷେତ୍ର ଦ୍ରୁତ ଗତିରେ ବଢ଼ୁଛି। ଆମେରିକା, ୟୁରୋପ ଭଳି ଉନ୍ନତ ଦେଶଗୁଡ଼ିକରେ ଏଭଳି ଷ୍ଟାର୍ଟଅପ୍‌ ସର୍ବାଧିକ ଥିବା ବେଳେ ଆମ ଦେଶରେ ବର୍ତ୍ତମାନ ଏଥିପ୍ରତି ଯୁବପିଢ଼ିଙ୍କର ଆଗ୍ରହ ବଢ଼ୁଥିବା ଦେଖିବାକୁ ମିଳୁଛି। ଆସନ୍ତୁ ଜାଣିବା ସବୁଠୁ ଭଲ ଟେକ୍ନୋଲୋଜି ବେସ୍‌ଡ ଷ୍ଟାର୍ଟଅପ୍‌ଗୁଡ଼ିକ ବିଷୟରେ…
ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ: ଟେକ୍‌ ବେସ୍‌ଡ ଷ୍ଟାର୍ଟଅପ୍‌ କହିଲେ ସବୁଠୁ ଅଧିକ ଡିମାଣ୍ଡରେ ଅଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ। କାରଣ ସମଗ୍ର ପୃଥିବୀରେ ବର୍ତ୍ତମାନ ଅଧିକାଂଶ ଲୋକ ଆର୍ଟିଫିସିଆଲ ଟେକ୍ନୋଲୋଜିର ବ୍ୟବହାର କରୁଛନ୍ତି, ଯାହାକି ୨୦୨୫ ସୁଦ୍ଧା ୯୭ ମିଲିଅନ୍‌ରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି। ଏହା ଡିଜିଟାଲ ମାର୍କେଟିଂ, କଷ୍ଟମର ସର୍ଭିସ୍‌ ପ୍ଲାଟଫର୍ମ, ଡିଜିଟାଲ ଆଡ୍‌, ସ୍ମାର୍ଟଫୋନ୍‌ ଆଦିରେ ବହୁଳ ଭାବେ ବ୍ୟବହାର କରାଯାଉଛି। ଆମ ଦେଶରେ ଇ-କମର୍ସ ସେକ୍ଟରରେ ଏହା ସବୁଠୁ ଅଧିକ ବ୍ୟବହାର କରାଯାଉଛି। ଆଇଟି କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବାକୁ ଚାହୁଁଥିବା ଅନେକ ଛାତ୍ରୀଛାତ୍ର ଏଥିପ୍ରତି ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି।
ଡିଜିଟାଲ୍‌ ମାର୍କେଟିଂ: ବର୍ତ୍ତମାନ ଆମ ଦେଶରେ ସବୁଠୁ ଅଧିକ ଷ୍ଟାର୍ଟଅପ୍‌ ଏହି କ୍ଷେତ୍ରରେ ଦେଖିବାକୁ ମିଳୁଛି। ଅନେକ ଯୁବତୀଯୁବକ ବିଭିନ୍ନ କମ୍ପାନୀର ପ୍ରଡକ୍ଟକୁ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ହେଉ କିମ୍ବା ନିଜର ହାତ ତିଆରି ଯେପରି ପୋଷାକ, ଖାଦ୍ୟ, ଆର୍ଟ ଆଣ୍ଡ କ୍ରାଫ୍ଟ ଭଳି ବିଭିନ୍ନ ପ୍ରଡକ୍ଟ ଲୋକଙ୍କ ପାଖରେ ପହଞ୍ଚାଇ ଭଲ ରୋଜଗାର କରିପାରୁଛନ୍ତି। କେବଳ ଏତିକି ନୁହେଁ, ସେମାନେ ଅନେକଙ୍କୁ ରୋଜଗାରକ୍ଷମ ହେବାର ସୁଯୋଗ ମଧ୍ୟ ଦେଇପାରୁଛନ୍ତି।
କ୍ଲାଉଡ୍‌ କମ୍ପ୍ୟୁଟିଂ: କ୍ଲାଉଡ୍‌ କମ୍ପ୍ୟୁଟିଂରେ ଇଣ୍ଟରନେଟ୍‌ ବ୍ୟବହାର କରାଯାଇ ଇନ୍‌ଫ୍ରାଷ୍ଟ୍ରକ୍ଚର, ପ୍ଲାଟଫର୍ମ, ଆପ୍ଲିକେଶନ୍‌, ଷ୍ଟୋରେଜ୍‌ ସ୍ପେଶ୍‌ ଭଳି ବିଭିନ୍ନ ପ୍ରକାରର କାର୍ଯ୍ୟ କରାଯାଇଥାଏ। କ୍ଲାଉଡ୍‌ ଡିଷ୍ଟ୍ରିବ୍ୟୁଟେଡ୍‌ କମ୍ପ୍ୟୁଟିଂ ଟେକ୍ନୋଲୋଜି ଦ୍ୱାରା ବ୍ୟବହୃତ ା ସର୍ବଦା ବିଜ୍‌ନେସ୍‌ ଆକ୍ଟିଭିଟି ସହ ଯୋଡ଼ିହୋଇ ରହୁଥିବାରୁ ଏଥିରେ ଷ୍ଟାର୍ଟଅପ୍‌ ଲାଗି ଅନେକେ ଆଗ୍ରହୀ ହେଉଛନ୍ତି।
ଇ-କନ୍‌ସଲ୍‌ଟାଣ୍ଟ ଆଡଭାଇସ୍‌ ବିଜ୍‌ନେସ୍‌: ବର୍ତ୍ତମାନ ଆମ ଦେଶରେ ଏହି କ୍ଷେତ୍ରରେ ଅନେକ ଯୁବପିଢ଼ି ସଫଳତା ହାସଲ କରୁଥିବା ଦେଖିବାକୁ ମିଳୁଛି। ଯଦି ଆପଣଙ୍କର ଅନ୍‌ଲାଇନ୍‌ ବିଜ୍‌ନେସ୍‌ ଉପରେ ଭରପୂର ଜ୍ଞାନ ରହିଛି, ତେବେ ନିଜର ଏକ ଷ୍ଟାର୍ଟଅପ୍‌ ଆରମ୍ଭ କରି ନୂଆ ଅନ୍‌ଲାଇନ୍‌ ବିଜ୍‌ନେସ୍‌ ଆରମ୍ଭ କରୁଥିବା ଯୁବପିଢ଼ିଙ୍କ ପାଇଁ ବିଜ୍‌ନେସ୍‌ କନ୍‌ସଲ୍‌ଟାଣ୍ଟ ବା ଆଡ୍‌ଭାଇଜର୍‌ ଭାବେ କାମ କରିପାରିବେ। ସେମାନଙ୍କୁ ସର୍ଚ୍ଚ ଇଞ୍ଜିନ୍‌ ଅପ୍ଟିମାଇଜେଶନ୍‌ ଏବଂ ନିସ୍‌ ସମ୍ପର୍କରେ ଜ୍ଞାନ ଦେଇପାରିବେ। ଏଭଳି ଷ୍ଟାର୍ଟଅପ୍‌ରେ ଥରେ ଜଣେ ଉପକୃତ ହେବା ପରେ ବିଶେଷ କରି ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ୟୁଟ୍ୟୁବ୍‌ ଭଳି ସୋସିଆଲ୍‌ ମିଡିଆରେ ବିଜ୍‌ନେସ୍‌ ପାଇଁ ଇଚ୍ଛୁକ ଅନ୍ୟମାନେ ମଧ୍ୟ ଆପଣଙ୍କ ସହାୟତା ଲୋଡ଼ିବେ। ଯାହାଫଳରେ ନିଜର ଏକ ପରିଚୟ ସୃଷ୍ଟି ହେବା ସହ ବେଶ୍‌ ଭଲ ରୋଜଗାର ମଧ୍ୟ ହୋଇପାରିବ।
ଭଏସ୍‌ ରେକଗ୍‌ନାଇଜ୍‌ ଟେକ୍ନୋଲୋଜି: ଗୁଗଲ୍‌, ଆପଲ୍‌ ଭଳି ବଡ଼ ବଡ଼ ଟେକ୍ନୋଲୋଜି ସେକ୍ଟର ହେଉ କିମ୍ବା ଆମାଜନ ଭଳି ବଡ଼ ଇ-ଶପିଂ ବ୍ରାଣ୍ଡରେ ବର୍ତ୍ତମାନ ଭଏସ୍‌ ରେକଗ୍‌ନାଇଜ୍‌ ଟେକ୍ନୋଲୋଜି ବହୁତ ବ୍ୟବହାର ହେଉଛି। ଏକ ରିସର୍ଚ୍ଚ ରିପୋର୍ଟ ମୁତାବକ ଏହି ଟେକ୍ନୋଲୋଜି ଏବଂ ଏହା ସହ ଜଡ଼ିତ ଅନ୍ୟ ପ୍ରଡକ୍ଟର ବ୍ୟବହାରକାରୀଙ୍କ ସଂଖ୍ୟା ବର୍ତ୍ତମାନ ୪୦%ରୁ ଅଧିକ। ହେଲେ ଏହି ସେକ୍ଟରର ଅନ୍ୟାନ୍ୟ ସର୍ଭେ ରିପୋର୍ଟ ଅନୁଯାୟୀ ୨୦୨୫ ମସିହା ସୁଦ୍ଧା ଏହି ଟେକ୍ନୋଲୋଜି ବ୍ୟବହାରକାରୀଙ୍କ ସଂଖ୍ୟ ପ୍ରାୟ ୫୫%ରୁ ଅଧିକ ହୋଇଯିବ। ବର୍ତ୍ତମାନ ଆମେରିକାରେ ଏହାର ବ୍ୟବହାର ସର୍ବାଧିକ। ଯେଉଁମାନେ ଏଥିରେ ଷ୍ଟାର୍ଟଅପ୍‌ କରିବା ଲାଗି ଚାହାନ୍ତି; ସେମାନଙ୍କ ଲାଗି ହେଲ୍‌ଥ କେୟାର, ଫାର୍ମା, ମାନୁଫ୍ୟାକ୍ଚରିଂ, ଫିଲ୍ଡ ସର୍ଭିସ୍‌, ସଫ୍ଟଓ୍ବେର ଏବଂ ମୋବାଇଲ ଆପ୍‌ ମେକିଂ ଆଦି ଦିଗ ବେଷ୍ଟ ଅପ୍ସନ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri