କେନ୍ଦୁଝରକୁ ଅବହେଳା ନା ସଙ୍ଗଠନ ପ୍ରତି ବିମୁଖ

କେନ୍ଦୁଝର,୪।୨(ନରେଶ ଚନ୍ଦ୍ର ପଟ୍ଟନାୟକ): ସାଧାରଣ ନିର୍ବାଚନ ପୂର୍ବରୁ ସବୁ ବିଷୟ ଉପରେ ଲୋକେ ଟିକିନିକି ନଜର ରଖିଛନ୍ତି। ଏବେ କେନ୍ଦୁଝର ଜିଲାରେ ଆଲୋଚନା ଚାଲିଛି, ୫ ବର୍ଷ ମଧ୍ୟରେ ରାଜ୍ୟରୁ କେନ୍ଦ୍ରରେ ପାଓ୍ବାରଫୁଲ ମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ଜିଲାବାସୀଙ୍କୁ ଅଣଦେଖା କରିଚାଲିଛନ୍ତି। ଉଭୟ ମନ୍ତ୍ରୀ ହେବା ପରେ ସେମାନଙ୍କ ପାଦ ଜିଲାରେ ପଡ଼ିନାହିଁ। ପଡ଼ୋଶୀ ଜିଲାରେ ପଇଁତରା ମାରିବା ସହ ବିକାଶର ପ୍ରକଳ୍ପ ବିଛାଡ଼ି ଦେଉଥିବା ବେଳେ କେନ୍ଦୁଝରକୁ ଦିନଟିଏ ବି ଆସି ନାହାନ୍ତି। କେବଳ ଆଶ୍ୱାସନାର ବିଷୟ, ଆଖିଦୃଶିଆ ପ୍ରକଳ୍ପ କରି ନ ଥିଲେ ମଧ୍ୟ ଅନ୍ୟତମ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଜିଲାକୁ ଅନେକ ଥର ଗସ୍ତ କରିଛନ୍ତି।
ଲୁହାପଥର ପରିବହନରୁ ରେଲ୍‌ଓ୍ବେ ସର୍ବାଧିକ ରାଜସ୍ବ ପାଉଥିବା ବେଳେ କେନ୍ଦୁଝରକୁ ରେଳପଥ କ୍ଷେତ୍ରରେ ଅବହେଳା କରାଯାଇ ଆସୁଛି। ଏଣୁ ରାଜ୍ୟର ସାଂସଦ ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ଜିଲାବାସୀ ବହୁ ଆଶାବାଦୀ ହୋଇ ପଡ଼ିଥିଲେ। ତାଙ୍କୁ କିଛି ଦିନ ତଳେ ଭାଜପା ବିଧାୟକ ମୋହନ ମାଝୀ ଦେଖାକରି କେନ୍ଦୁଝର ଦେଇ ନୂଆଦିଲ୍ଲୀ ଟ୍ରେନ୍‌ ଚଳାଇବାକୁ ଦାବି କରିଥିଲେ। ମନ୍ତ୍ରୀ ଟ୍ରେନ୍‌ ଚଳାଇବା ନେଇ ପ୍ରତିଶ୍ରୁତି ଦେଇଥିଲେ ବୋଲି ତାଙ୍କ ସହିତ ଯାଇଥିବା ଭାଜପା ନେତା ଅଜୟ ସାହୁ କହିଛନ୍ତି। ଏହାକୁ ନେଇ ଜିଲାବାସୀ ଉତ୍ସାହିତ ହୋଇପଡ଼ିଥିଲେ। ତେବେ ଦିନଗଡ଼ିବା ସହ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକାଳ ସରିବାକୁ ବସିଥିଲେ ହେଁ ଟ୍ରେନ୍‌ ନ ଚାଲିବା ଜିଲା ତଥା ନିଜ ଦଳ ପ୍ରତି ମନ୍ତ୍ରୀଙ୍କ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ହେଉଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଦ୍ୱାରା ଉପସ୍ଥାପିତ ଅନ୍ତରୀଣ ବଜେଟରେ ବଡ଼ବିଲରୁ କିରିବୁର ଓ ଗନ୍ଧମାର୍ଦ୍ଦନ ଖଣିରୁ ଗୁହାଳଡ଼ିହି ରେଳ ଷ୍ଟେଶନ ନୂତନ ରେଳପଥ ନେଇ ଘୋଷଣା କରାଯାଇଛି। ଦେଖିବାକୁ ଗଲେ ଏସବୁ ଖଣିଜ ପଥର ପରିବହନ କରି ଅଧିକ ଲାଭ ଉଠାଇବା ଲାଗି ବ୍ୟବସ୍ଥା ହୋଇଛି। କିନ୍ତୁ ଯାତ୍ରୀବାହୀ ଟ୍ରେନ୍‌ ସମ୍ବନ୍ଧୀୟ କୌଣସି ବିଷୟ ଉଲ୍ଲେଖ କରାଯାଇନାହିଁ। ପୁଣି ଜିଲାରେ ଚାଲିଥିବା ଦୁଇଟି ଟ୍ରେନ୍‌ରେ ବଗି ସଂଖ୍ୟା ହ୍ରାସ କରାଯାଇଥିବାରୁ ଲୋକମାନେ ଠିଆ ହୋଇ ଅନେକ ସମୟରେ ଯାତାୟାତ କରୁଥିବା ଦେଖାଯାଉଛି। ରେଳମନ୍ତ୍ରୀ ଖୋଦ୍‌ ନିଜ ଦଳର ବିଧାୟକଙ୍କ ଏକମାତ୍ର ଦାବି ପୂରଣ କରିପାରି ନ ଥିବାରୁ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି। ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର କହିଛନ୍ତି, ଜିଲାବାସୀଙ୍କ ପ୍ରତି ମନ୍ତ୍ରୀଙ୍କ ଭାବନା ଯେମିତି ରହିଛି, ଆଗାମୀ ଦିନରେ ଭାଜପାକୁ ସେମାନେ ଠିକ୍‌ ସମୟରେ ଜବାବ ଦେବେ।
କେନ୍ଦ୍ରରେ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ମଧ୍ୟ କେନ୍ଦୁଝର ପାଇଁ ସେମିତି କିଛି କରି ନ ଥିବା ଆଲୋଚନା ହେଉଛି। ଜିଲାରୁ ରାଜକୋଷକୁ ଅନେକ ହଜାର କୋଟି ଟଙ୍କା ଖଣି ରାଜସ୍ବ ଯାଉଛି। ହେଲେ ବେରୋଜଗାର ସମସ୍ୟା ସହିତ ଖଣିଜ ପଥରର ସଦୁପଯୋଗ କରିବା ପାଇଁ ବହୁ ବର୍ଷ ହେଲା ହୋଇ ଆସୁଥିବା ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା ଦାବି କେବଳ ଦାବିରେ ରହିଯାଇଛି। ଖଣିଜସମ୍ପଦ ଭରା ଜିଲାରେ ରାଷ୍ଟ୍ରାୟତ୍ତ କମ୍ପାନୀ ଜରିଆରେ ଏକ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା କରିବା ନେଇ କେହି ଆଗ୍ରହ ପ୍ରକାଶ କରି ନାହାନ୍ତି। ଏହାଛଡ଼ା ଶିକ୍ଷାର ବିକାଶ ଦିଗରେ ଅନ୍ୟ ଜିଲାକୁ ଯେଉଁଭଳି ଅନୁଦାନ ମିଳୁଛି, ସେଭଳି ଆର୍ଥିକ ସହାୟତା କେନ୍ଦୁଝରକୁ ମିଳୁନାହିଁ। ଏଣୁ ଦୁଇ ମନ୍ତ୍ରୀଙ୍କ କେନ୍ଦୁଝର ଭଳି ଆଦିବାସୀ ବହୁଳ ଜିଲାକୁ ଏହା ଅବହେଳା ନା ଏଠାରେ ଥିବା ଭାଜପା ସଙ୍ଗଠନକୁ ଅଣଦେଖା ବୋଲି ଅନେକେ ପ୍ରଶ୍ନ ଉଠାଇଛନ୍ତି। ଭାଜପା ବିଧାୟକ ମୋହନ ମାଝୀ କହିଛନ୍ତି, ଦାବି ଉପସ୍ଥାପନ କରିଛୁ, କାମ ହେବ। ଦୁଇମନ୍ତ୍ରୀଙ୍କ ଯୋଗୁ ରାଜ୍ୟରେ କିଛି ବର୍ଷ ହେଲା ବହୁ ବିକାଶମୂଳକ କାର୍ଯ୍ୟ ହୋଇଛି। ତେବେ ସେମାନଙ୍କୁ କେନ୍ଦୁଝର ଜିଲାକୁ ଆମେ ବୋଧହୁଏ ଠିକ୍‌ ଭାବରେ ଡାକିପାରିନୁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri