କେନ୍ଦୁଝରକୁ ଅବହେଳା ନା ସଙ୍ଗଠନ ପ୍ରତି ବିମୁଖ

କେନ୍ଦୁଝର,୪।୨(ନରେଶ ଚନ୍ଦ୍ର ପଟ୍ଟନାୟକ): ସାଧାରଣ ନିର୍ବାଚନ ପୂର୍ବରୁ ସବୁ ବିଷୟ ଉପରେ ଲୋକେ ଟିକିନିକି ନଜର ରଖିଛନ୍ତି। ଏବେ କେନ୍ଦୁଝର ଜିଲାରେ ଆଲୋଚନା ଚାଲିଛି, ୫ ବର୍ଷ ମଧ୍ୟରେ ରାଜ୍ୟରୁ କେନ୍ଦ୍ରରେ ପାଓ୍ବାରଫୁଲ ମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ଜିଲାବାସୀଙ୍କୁ ଅଣଦେଖା କରିଚାଲିଛନ୍ତି। ଉଭୟ ମନ୍ତ୍ରୀ ହେବା ପରେ ସେମାନଙ୍କ ପାଦ ଜିଲାରେ ପଡ଼ିନାହିଁ। ପଡ଼ୋଶୀ ଜିଲାରେ ପଇଁତରା ମାରିବା ସହ ବିକାଶର ପ୍ରକଳ୍ପ ବିଛାଡ଼ି ଦେଉଥିବା ବେଳେ କେନ୍ଦୁଝରକୁ ଦିନଟିଏ ବି ଆସି ନାହାନ୍ତି। କେବଳ ଆଶ୍ୱାସନାର ବିଷୟ, ଆଖିଦୃଶିଆ ପ୍ରକଳ୍ପ କରି ନ ଥିଲେ ମଧ୍ୟ ଅନ୍ୟତମ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଜିଲାକୁ ଅନେକ ଥର ଗସ୍ତ କରିଛନ୍ତି।
ଲୁହାପଥର ପରିବହନରୁ ରେଲ୍‌ଓ୍ବେ ସର୍ବାଧିକ ରାଜସ୍ବ ପାଉଥିବା ବେଳେ କେନ୍ଦୁଝରକୁ ରେଳପଥ କ୍ଷେତ୍ରରେ ଅବହେଳା କରାଯାଇ ଆସୁଛି। ଏଣୁ ରାଜ୍ୟର ସାଂସଦ ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ଜିଲାବାସୀ ବହୁ ଆଶାବାଦୀ ହୋଇ ପଡ଼ିଥିଲେ। ତାଙ୍କୁ କିଛି ଦିନ ତଳେ ଭାଜପା ବିଧାୟକ ମୋହନ ମାଝୀ ଦେଖାକରି କେନ୍ଦୁଝର ଦେଇ ନୂଆଦିଲ୍ଲୀ ଟ୍ରେନ୍‌ ଚଳାଇବାକୁ ଦାବି କରିଥିଲେ। ମନ୍ତ୍ରୀ ଟ୍ରେନ୍‌ ଚଳାଇବା ନେଇ ପ୍ରତିଶ୍ରୁତି ଦେଇଥିଲେ ବୋଲି ତାଙ୍କ ସହିତ ଯାଇଥିବା ଭାଜପା ନେତା ଅଜୟ ସାହୁ କହିଛନ୍ତି। ଏହାକୁ ନେଇ ଜିଲାବାସୀ ଉତ୍ସାହିତ ହୋଇପଡ଼ିଥିଲେ। ତେବେ ଦିନଗଡ଼ିବା ସହ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକାଳ ସରିବାକୁ ବସିଥିଲେ ହେଁ ଟ୍ରେନ୍‌ ନ ଚାଲିବା ଜିଲା ତଥା ନିଜ ଦଳ ପ୍ରତି ମନ୍ତ୍ରୀଙ୍କ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ହେଉଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଦ୍ୱାରା ଉପସ୍ଥାପିତ ଅନ୍ତରୀଣ ବଜେଟରେ ବଡ଼ବିଲରୁ କିରିବୁର ଓ ଗନ୍ଧମାର୍ଦ୍ଦନ ଖଣିରୁ ଗୁହାଳଡ଼ିହି ରେଳ ଷ୍ଟେଶନ ନୂତନ ରେଳପଥ ନେଇ ଘୋଷଣା କରାଯାଇଛି। ଦେଖିବାକୁ ଗଲେ ଏସବୁ ଖଣିଜ ପଥର ପରିବହନ କରି ଅଧିକ ଲାଭ ଉଠାଇବା ଲାଗି ବ୍ୟବସ୍ଥା ହୋଇଛି। କିନ୍ତୁ ଯାତ୍ରୀବାହୀ ଟ୍ରେନ୍‌ ସମ୍ବନ୍ଧୀୟ କୌଣସି ବିଷୟ ଉଲ୍ଲେଖ କରାଯାଇନାହିଁ। ପୁଣି ଜିଲାରେ ଚାଲିଥିବା ଦୁଇଟି ଟ୍ରେନ୍‌ରେ ବଗି ସଂଖ୍ୟା ହ୍ରାସ କରାଯାଇଥିବାରୁ ଲୋକମାନେ ଠିଆ ହୋଇ ଅନେକ ସମୟରେ ଯାତାୟାତ କରୁଥିବା ଦେଖାଯାଉଛି। ରେଳମନ୍ତ୍ରୀ ଖୋଦ୍‌ ନିଜ ଦଳର ବିଧାୟକଙ୍କ ଏକମାତ୍ର ଦାବି ପୂରଣ କରିପାରି ନ ଥିବାରୁ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି। ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର କହିଛନ୍ତି, ଜିଲାବାସୀଙ୍କ ପ୍ରତି ମନ୍ତ୍ରୀଙ୍କ ଭାବନା ଯେମିତି ରହିଛି, ଆଗାମୀ ଦିନରେ ଭାଜପାକୁ ସେମାନେ ଠିକ୍‌ ସମୟରେ ଜବାବ ଦେବେ।
କେନ୍ଦ୍ରରେ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ମଧ୍ୟ କେନ୍ଦୁଝର ପାଇଁ ସେମିତି କିଛି କରି ନ ଥିବା ଆଲୋଚନା ହେଉଛି। ଜିଲାରୁ ରାଜକୋଷକୁ ଅନେକ ହଜାର କୋଟି ଟଙ୍କା ଖଣି ରାଜସ୍ବ ଯାଉଛି। ହେଲେ ବେରୋଜଗାର ସମସ୍ୟା ସହିତ ଖଣିଜ ପଥରର ସଦୁପଯୋଗ କରିବା ପାଇଁ ବହୁ ବର୍ଷ ହେଲା ହୋଇ ଆସୁଥିବା ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା ଦାବି କେବଳ ଦାବିରେ ରହିଯାଇଛି। ଖଣିଜସମ୍ପଦ ଭରା ଜିଲାରେ ରାଷ୍ଟ୍ରାୟତ୍ତ କମ୍ପାନୀ ଜରିଆରେ ଏକ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା କରିବା ନେଇ କେହି ଆଗ୍ରହ ପ୍ରକାଶ କରି ନାହାନ୍ତି। ଏହାଛଡ଼ା ଶିକ୍ଷାର ବିକାଶ ଦିଗରେ ଅନ୍ୟ ଜିଲାକୁ ଯେଉଁଭଳି ଅନୁଦାନ ମିଳୁଛି, ସେଭଳି ଆର୍ଥିକ ସହାୟତା କେନ୍ଦୁଝରକୁ ମିଳୁନାହିଁ। ଏଣୁ ଦୁଇ ମନ୍ତ୍ରୀଙ୍କ କେନ୍ଦୁଝର ଭଳି ଆଦିବାସୀ ବହୁଳ ଜିଲାକୁ ଏହା ଅବହେଳା ନା ଏଠାରେ ଥିବା ଭାଜପା ସଙ୍ଗଠନକୁ ଅଣଦେଖା ବୋଲି ଅନେକେ ପ୍ରଶ୍ନ ଉଠାଇଛନ୍ତି। ଭାଜପା ବିଧାୟକ ମୋହନ ମାଝୀ କହିଛନ୍ତି, ଦାବି ଉପସ୍ଥାପନ କରିଛୁ, କାମ ହେବ। ଦୁଇମନ୍ତ୍ରୀଙ୍କ ଯୋଗୁ ରାଜ୍ୟରେ କିଛି ବର୍ଷ ହେଲା ବହୁ ବିକାଶମୂଳକ କାର୍ଯ୍ୟ ହୋଇଛି। ତେବେ ସେମାନଙ୍କୁ କେନ୍ଦୁଝର ଜିଲାକୁ ଆମେ ବୋଧହୁଏ ଠିକ୍‌ ଭାବରେ ଡାକିପାରିନୁ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁଠୁ ଆସିଲା ରହସ୍ୟମୟ ‘କଳା ହୀରା’? ଗବେଷଣାରୁ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ୍ୟ

କାସୁଗା (ଜାପାନ),୨୯।୯: ବ୍ରାଜିଲ ଓ ମଧ୍ୟ ଆଫ୍ରିକାରେ ମିଳୁଥିବା ଏକ କଳା ରଙ୍ଗର ପଥରକୁ ଦେଖିଲେ ପ୍ରଥମ ନଜରରେ ଏହା ଏକ ସାଧାରଣ କାଚ ପରି ଚକଚକ…

‘ଭାଜପା ରାମଙ୍କୁ ଚୋରି କରିଛି’, ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୨୯।୯: ଭଗବାନ ରାମ ଓ ଭଗବାନ ଶିବଙ୍କୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଚର୍ଚ୍ଚା ତେଜ ହୋଇଛି । ଦିଲ୍ଲୀରେ…

ବିନା ମ୍ୟାଚ୍‌ ଖେଳି ସ୍ବର୍ଣ୍ଣ ଜିତିବ ଟିମ୍‌ ଇଣ୍ଡିଆ! ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୯।୯: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟର ନକଆଉଟ ପର୍ଯ୍ୟାୟ ଉପରେ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଛି। କ୍ୱାର୍ଟର ଫାଇନାଲ୍‌ରେ ଏକାଧିକ ମ୍ୟାଚ ବର୍ଷା ଯୋଗୁ ରଦ୍ଦ…

ସୃଷ୍ଟି ହେବ ବଡ଼ ଯୋଗ! ୪ଟି ରାଶିଙ୍କ ଉପରେ ବର୍ଷିିବ ଧନ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨ ଅକ୍ଟୋବର ୨୦୨୬, ଶୁକ୍ରବାର ଦିନ ବୁଧ ଓ ମଙ୍ଗଳ ଗ୍ରହ ୯୦ ଡିଗ୍ରୀ କୋଣରେ ରହିବେ। ଏହା ଫଳରେ ‘କେନ୍ଦ୍ର…

ଅପହଞ୍ଚ ଗାଁ ପାଣିଖିଆକୁ ମିଳିବ ମୌଳିକ ସେବା: ୯ ଅଭିଯୋଗର ତ୍ୱରିତ ସମାଧାନ

ମହାକାଳପଡ଼ା, ୨୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ୍‌ ସଭାଗୃହରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆୟାର ଯୋଗଦେଇ ମିଳିତ ଜନଶୁଣାଣି କରିଥିଲେ। ୮୫ ଅଭିଯୋଗ ହୋଇଥିଲା। ସାମୂହିକ ୧୦…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ପ୍ରତିଶ୍ରୁତି ପରେ ହଟିଲା ବସ ଅବରୋଧ: ୩ ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲିଠାରେ ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ବିକ୍ଷୋଭ ୩ ଘଣ୍ଟା ପରେ ପ୍ରତିଶ୍ରୁତି…

ବଙ୍ଗ ରାଜନୀତିରେ ହଇଚଇ; ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା, ୧୦୦ରୁ ଅଧିକ….

କୋଲକାତା,୨୯।୯: ପଶ୍ଚିମବଙ୍ଗରେ ଆଗାମୀ ଉପନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ (TMC)ରେ ଦଳୀୟ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାଲଦା ଜିଲାର ମହିଷ ବାଥାନୀ ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?