ଟେକ୍‌ ରିପୋର୍ଟର

କେ ବଳ ଭାରତ ନୁହେଁ, ଏସିଆ ମହାଦେଶର ଅଧିକାଂଶ ମାତାପିତା ସେମାନଙ୍କ ପିଲାଙ୍କ ଭବିଷ୍ୟତ ଓ ବୃତ୍ତିଗତ ଜୀବନ ନେଇ ଯେଉଁ ଆକାଂକ୍ଷା ରଖିଥାଆନ୍ତି ସେଥିରେ ଡାକ୍ତର ଓ ଇଞ୍ଜିନିୟରଙ୍କ ଚିତ୍ର ସର୍ବଦା ଆଗରେ ରହିଆସିଛି। ଏହାର ସଦ୍ୟ ତଥା ମଧୁର ଉଦାହରଣ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଘଟଣାରୁ ଜଣାପଡ଼ିଛି। ଲଣ୍ଡନରେ ବାସ କରୁଥିବା ଭାରତୀୟ ବଂଶୋଦ୍ଭବ ସାମ୍ବାଦିକା ମେଘା ରାଜଗୋପାଲନ୍‌ ଆମେରିକାଭିତ୍ତିକ ଅନ୍ତର୍ଜାତୀୟ ମର୍ଯ୍ୟାଦାଜନକ ପୁଲିଜର ପୁରସ୍କାର ପାଇବେ ବୋଲି ଜୁନ୍‌ ୧୧ରେ ଘୋଷଣା ହେଲା। ଏହା ପରେ ପୃଥିବୀର କୋଣଅନୁକୋଣରୁ ମେଘାଙ୍କୁ ଶୁଭେଚ୍ଛା ବାର୍ତ୍ତା ଆସିବାରେ ଲାଗିଲା। ହେଲେ ସେ ତାଙ୍କ ପିତାଙ୍କ ସହ ମେସେଜ୍‌ ମାଧ୍ୟମରେ ଆଦାନପ୍ରଦାନ ହୋଇଥିବା ସ୍କ୍ରିନ୍‌ଶଟ୍‌କୁ ଟୁଇଟରରେ ଶେୟାର କରିଥିଲେ। ସେଥିରେ ଲେଖାଥିଲା-‘କଙ୍ଗ୍ରାଚୁଲେଶନ୍ସ ମେଘା। ମମ୍‌ ଜଷ୍ଟ ଫରଓ୍ବାର୍ଡେଡ୍‌ ମି। ପୁଲିଜର ପ୍ରାଇଜ୍‌। େଓଲ୍‌ ଡନ୍‌।’ ଏତକ ପୋଷ୍ଟ୍‌ କରିବା ପରେ ମେଘା ଲେଖିଥିଲେ ପିତା ତାଙ୍କ ସଫଳତାରେ ଅତି ଖୁସି ହୋଇ ଗୋଟେ ଇମୋଜି ଦେଲେ ନା ଏକ ବିସ୍ମୟସୂଚକ ଚିହ୍ନଟିଏ ତାଙ୍କ ମେସେଜ୍‌ରୁ ଦେଖିବାକୁ ମିଳିଲା। ଭାରତୀୟ ବଂଶୋଦ୍ଭବ ହୋଇଥିବାରୁ ଅଲିଅଳୀ ଝିଅମାନେ ପିତାଙ୍କଠାରୁ ଆହୁରି କିଛି ଆଶା ରଖିବା ସ୍ବାଭାବିକ। ନିଜର ସଫଳତାରେ ଆତ୍ମହରା ହୋଇଯାଉଥିବା ପ୍ରତ୍ୟେକ ବ୍ୟକ୍ତି ମେଘାଙ୍କ ଏଭଳି ଟୁଇଟ୍‌ରେ ନିଶ୍ଚିତ ବିସ୍ମିତ ହେଉଥିବେ। ମେଘାଙ୍କ ଏପରି ମେସେଜ୍‌ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ହେବା ପରେ ଅନେକେ ବିଭିନ୍ନ ଟିପ୍ପଣୀ ଦେଉଛନ୍ତି। କେତେକେ କହୁଛନ୍ତି ବୋଧେ ଝିଅ ନୋବେଲ ପାଇଥିଲେ ପିତା ଅଧିକ ଖୁସି ହୋଇଥାଆନ୍ତେ। ଆଉ କିଛି ମତ ରଖିଛନ୍ତି ଝିଅ ଡାକ୍ତର କିମ୍ବା ଇଞ୍ଜିନିୟର ହୋଇ ନ ପାରିବାରୁ ପିତା ମନ ଊଣା କରିଥିବେ। ଏଭଳି ଆଲୋଚନା ମଧ୍ୟରେ ଯେଉଁ ବିଷୟଟି ପିତାଙ୍କୁ ଅଧିକ ବ୍ୟଥିତ କରିଥିବ, ତାହା ହୁଏତ ଅନ୍ୟ ଏକ ଦିଗକୁ ଇଙ୍ଗିତ କରିପାରେ। ଅନୁସନ୍ଧାନମୂଳକ ସାମ୍ବାଦିକତା ବର୍ଗରେ ଝିଅ ନାମ ପୁଲିଜର ପୁରସ୍କାର ପାଇଁ ଘୋଷଣା ହୋଇଥିବାରୁ ପିତାଙ୍କ ମନରେ ଭୟ ଜାତ ହୋଇଥାଇପାରେ। କାଳେ କେହି ତାଙ୍କୁ ଟାର୍ଗେଟ୍‌ କରିବେ। ବିଭିନ୍ନ ଦେଶରେ ବାସ୍ତବ ଖବର ଲୋକଲୋଚନକୁ ଆଣୁଥିବା ସାମ୍ବାଦିକଙ୍କ ଜୀବନ ପ୍ରତି ବିପଦ ରହୁଥିବା ଖବର ପଢ଼ି ମେଘାଙ୍କ ପିତା ଅତି ଖୁସି ଦେଖେଇ ହୋଇ ନ ଥାଇପାରନ୍ତି। କିନ୍ତୁ ଏହା ଅନୁଭବ୍ୟ ଯେ ଝିଅର ସଫଳତାରେ ପିତା ନିଶ୍ଚିତ ଗର୍ବ ଅନୁଭବ କରୁଥିବେ।
ମେଘାଙ୍କ ବ୍ୟକ୍ତିଗତ ଜୀବନ ଓ କ୍ୟାରିୟର ବିଷୟରେ କେଉଁଠାରେ ବିଶେଷ ଉଲ୍ଲେଖ କରାଯାଇ ନାହିଁ। ସେ ତାମିଲ କନ୍ୟା ବୋଲି କେତେ ଜଣ ସୋସିଆଲ ମିଡିଆରେ ମନ୍ତବ୍ୟ ଦେଇଛନ୍ତି। ମାତ୍ର ତାଙ୍କ ସାମ୍ବାଦିକତା କ୍ୟାରିୟର ଦେଖିଲେ ଏକ ଅସମ୍ଭବ ରାଇଜକୁ ଯାଇ ସେ ସଂଗ୍ରହ କରିଥିବା ତଥ୍ୟ ତାଙ୍କୁ ଆଜି ସାହସୀ ସାମ୍ବାଦିକ ସ୍ଥାନରେ ବସାଇ ଦେଇଛି। କୋଭିଡ୍‌-୧୯ର ଜନ୍ମ ରାଷ୍ଟ୍ର କୁହାଯାଉଥିବା ଚାଇନା ଯାଇ ସେ ଭୂତାଣୁର ଉତ୍ପତ୍ତି ବିଷୟରେ ଅନୁସନ୍ଧାନ କରି ନ ଥିଲେ। ବରଂ ଉଇଗର ମୁସଲମାନଙ୍କୁ ଚାଇନା ସରକାର କିଭଳି ଦମନ କରି ଅଧିକାଂଶଙ୍କୁ ଅଟକ ଶିବିରରେ ରଖି ଅକଥନୀୟ ଅତ୍ୟାଚାର ଚଳାଇଛି ତାହାର ବିବରଣୀ ବିଶ୍ୱ ସମ୍ମୁଖରେ ପ୍ରକାଶ କରି ମେଘା ସମସ୍ତଙ୍କ ସୃଷ୍ଟି ଆକର୍ଷଣ କରିଛନ୍ତି। ଜିନ୍‌ଜିଆଙ୍ଗ ଅଞ୍ଚଳରେ ଚାଇନା ସରକାର ବନ୍ଦୀ ଜୀବନ କଟାଉଥିବା ଅସଂଖ୍ୟ ଉଇଗର ମୁସଲମାନଙ୍କୁ କିଭଳି ଭାବେ ଛପେଇ ରଖିଛି ଓ ସେହି ଭିତ୍ତିଭୂମିଗୁଡ଼ିକର ଚିତ୍ରକୁ ଉପଗ୍ରହ ମାଧ୍ୟମରେ ଉତ୍ତୋଳନ କରି ତାହାର ତଥ୍ୟକୁ ବିଶ୍ଳେଷଣ କରିବାରେ ଏହି ସାମ୍ବାଦିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଇଣ୍ଟରରନେଟ୍‌ ମିଡିଆ ‘ବଜ୍‌ଫିଡ୍‌ ନ୍ୟୁଜ୍‌’ରେ କାର୍ଯ୍ୟରତ ମେଘାଙ୍କୁ ଏହି କାର୍ଯ୍ୟରେ ଦୁଇ ଜଣ ଏଲିସନ୍‌ କିଲିଂ ଓ ଖ୍ରୀଷ୍ଟୋ ବୁସ୍‌ଚେକ୍‌ ସାହାଯ୍ୟ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏଲିସନ୍‌ ଉପଗ୍ରହ ଚିତ୍ର ବିଶ୍ଳେଷଣ କରିବାରେ ସିଦ୍ଧହସ୍ତ ଓ ଖ୍ରୀଷ୍ଟୋ ପ୍ରୋଗ୍ରାମର୍‌ ଭାବେ ତଥ୍ୟ ଯୋଗାଇ ମେଘାଙ୍କ ଅନୁସନ୍ଧାନମୂଳକ ରିପୋର୍ଟିଂ ‘ଜିନଜିଆଙ୍ଗ୍‌ ସିରିଜ୍‌’କୁ ପ୍ରମାଣସିଦ୍ଧ କରାଇପାରିଛନ୍ତି। ମେଘା ତାଙ୍କ ଦୁଇ ଟେକ୍ନୋ ପାରଙ୍ଗମ୍‌ ବ୍ୟକ୍ତିଙ୍କ ସହାୟତାରେ ଅନ୍‌ସେନ୍‌ସର୍ଡ ମ୍ୟାପିଂ ସଫ୍ଟଓ୍ବେର ଜରିଆରେ ୫୦,୦୦୦ ତଥ୍ୟାବଳୀ ସାଇଟ୍‌ ଉପରେ ଅନୁଧ୍ୟାନ କରିବା ପରେ ୨୬୦ଟି ଅଟକ ଶିବିରକୁ ଚିହ୍ନଟ କରିଥିଲେ। ଏହି ତିନିହେଁ ଜିନ୍‌ଜିଆଙ୍ଗ ଅଞ୍ଚଳର ହଜାର ହଜାର ଉପଗ୍ରହ ଚିତ୍ର ବିଶ୍ଳେଷଣ କରିବା ପରେ ଜାଣିବାକୁ ପାଇଥିଲେ ଯେ, ପ୍ରାୟ ୧୦ ଲକ୍ଷ ଉଇଗର ମୁସଲମାନ, କାଜାଖ ଓ ଅନ୍ୟାନ୍ୟ ସ୍ଥାନର ସଂଖ୍ୟାଲଘୁଙ୍କ ଉପରେ ଚାଇନା ଅତ୍ୟାଚାର ଜାରି ରଖିଛି। ସମ୍ଭବତଃ ବର୍ତ୍ତମାନ ସମୟରେ ବିଶ୍ୱରେ ମାନବ ଅଧିକାର ଉଲ୍ଲଂଘନର ଏହା କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ଏଠାରେ ସ୍ମରଣ କରାଯାଇପାରେ ଯେ, ଚାଇନା ଏଭଳି ଅଟକ ଶିବିର ଥିବା ବିଷୟକୁ ବାରମ୍ବାର ଅସ୍ବୀକାର କରିଥିଲା। ହେଲେ ମେଘା ପ୍ରଥମ ସାମ୍ବାଦିକା ଭାବେ ୨୦୧୭ରେ ଚାଇନାର ସମ୍ପୃକ୍ତ ଅଞ୍ଚଳକୁ ଯାଇ ତଥ୍ୟ ସଂଗ୍ରହ କରିବା ସହ କେତେ ଜଣ ଉଇଗର ମୁସଲମାନ୍‌ଙ୍କ ସାକ୍ଷାତ୍‌କାର ଆଣିବାରେ ସଫଳ ହୋଇଥିଲେ। ଏ ବିଷୟ ଜାଣିବା ପରେ ତାଙ୍କ ଭିଜାକୁ ରଦ୍ଦ କରିଦିଆଯାଇଥିଲା ଓ ତାଙ୍କୁ ଚାଇନାରୁ ବଳପୂର୍ବକ ବାହାର କରିଦିଆଯାଇଥିଲା।
ମେଘାଙ୍କ ସାମ୍ବାଦିକତା କ୍ୟାରିୟର ଦେଖିଲେ ଚାଇନା, ଥାଇଲାଣ୍ଡ ଓ ଆଫଗାନିସ୍ତାନ ସମେତ ୨୩ ଦେଶରେ ରିପୋର୍ଟିଂ କରିବାର ସୁଯୋଗ ପାଇଛନ୍ତି। ବଜ୍‌ଫିଡ୍‌ରେ ଟେକ୍‌ ରିପୋର୍ଟର ହେବା ପୂର୍ବରୁ ସେ ରଏଟରର ରାଜନୈତିକ ଖବରଦାତା ଭାବେ ନାମ କମାଇଥିଲେ।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri