Posted inଖେଳ

୩-୧ରେ ସିରିଜ ପୋଛିନେଲା ଭାରତ

ଲଡରହିଲ୍‌, ୭ା୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୪ର୍ଥ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୫୯ ରନରେ ବିଜୟ ଲାଭ କରିଛି। ଏଥିସହିତ ଭ୍ରମଣକାରୀ ଦଳ ୩-୧ରେ ଅଗ୍ରଣୀ ସହ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ କବ୍‌ଜା କରିନେଇଛି। ଏହି ମ୍ୟାଚରେ ଟସ୍‌ରେ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଘରୋଇ ଦଳ ପାଇଁ ୧୯୨ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ୧୯.୧ ଓଭରରେ ୧୩୨ରନ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଟପ୍‌ ସ୍କୋରର ଭାବେ ନିକୋଲାସ ପୁରନ ଓ ରୋଭମାନ ପାଓ୍ବେଲ ୨୪ ରନ ଲେଖାଏଁ କରିଥିଲେ। ଭାରତ ତରଫରୁ ଅର୍ଶଦୀପ ସିଂ ୧୨ ରନ ବିନିମୟରେ ୩ଟି ଉଇକେଟ ଅକ୍ତିଆର କରିଥିଲେ। ଆଭେଶ ଖାଁ, ଅକ୍ଷର ପଟେଲ ଓ ରବି ବିଷ୍ଣୋଇ ୨ଟି ଲେଖାଏଁ ଉଇକେଟ ନେଇଥିଲେ।

ଖେଳାଯାଇଥିବା ଏହି ମ୍ୟାଚରେ ରିଷଭ ପନ୍ତ ଓ ଅଧିନାୟକ ରୋହତ ଶର୍ମା ହୁଏତ ବଡ଼ ସ୍କୋର କରି ପାରି ନ ଥିଲେ ହେଲେ ଦୁହିଁଙ୍କ ଉପଯୋଗୀ ବ୍ୟାଟିଂ ସହାୟତାରେ ଭାରତ ନିର୍ଦ୍ଧାରିତ ଓଭରରେ ୫ ଉଇକେଟ ବିନିମୟରେ ୧୯୧ ରନ କରି ଥିଲା। ରୋହିତ ୧୬ ବଲ୍‌ରୁ ୩୩ ଓ ପନ୍ତ ୩୧ବଲ୍‌ରୁ ୪୪ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅକ୍ଷର ପଟେଲ ମାତ୍ର ୮ ବଲ୍‌ରୁ ୨୦ରନ ଏବଂ ସଞ୍ଜୁ ସାମସନ ୨୩ ବଲ୍‌ରୁ ୩୦ରନ କରି ଅପରାଜିତ ରହିଥିଲେ। ଓ୍ବେଷ୍ଟଇଣ୍ଡିଜର ବାମହାତି ପେସ୍‌ ବୋଲର ଓବେଡ୍‌ ମ୍ୟାକ୍‌କୟ ତାଙ୍କ ୪ ଓଭର ବୋଲିଂରେ ୨ ଉଇକେଟ ନେଇଥିଲେ ହେଁ ୬୬ ରନ ବ୍ୟୟ କରିଥିଲେ। ଜଣେ ଓ୍ବେଷ୍ଟଇଣ୍ଡିଜ ବୋଲର ହିସାବରେ ଅନ୍ତର୍ଜାତୀୟ ଟି୨୦ରେ ସେ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ। ପନ୍ତ ଓ ଦୀପକ ହୁଦା (୧୯ ବଲ୍‌ରୁ ୨୧ରନ) ମଧ୍ୟରେ ୪୭ରନର ପାର୍ଟନରଶିପ୍‌ ହୋଇଥିଲା। ଭାରତ ଏହି ମ୍ୟାଚ ପାଇଁ ୩ ଜଣ ଖେଳାଳିଙ୍କୁ ବଦଳ କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ ଓ ଶ୍ରେୟାସ ଆୟାରଙ୍କ ସ୍ଥାନରେ ରବି ବିଷ୍ଣୋଇ, ଅକ୍ଷର ପଟେଲ ଓ ସଞ୍ଜୁ ସାମ୍‌ସନଙ୍କୁ ସାମିଲ କରାଯାଇଥିଲା।

ସଂକ୍ଷିପ୍ତ ସ୍କୋର
ଭାରତ: ୨୦ ଓଭରରେ ୧୯୧/୫ ( ରିଷଭ ପନ୍ତ-୪୪, ରୋହିତ ଶର୍ମା-୩୩, ସଞ୍ଜୁ ସାମ୍‌ସନ-୩୦*, ସୂର୍ଯ୍ୟକୁମାର ଯାଦବ-୨୪; ଅଲ୍‌ଜାରି ଯୋଶେଫ-୨/୨୯, ଓବେଡ୍‌ ମ୍ୟାକ୍‌କୟ-୨/୬୬, ଅକିଲ ହୋସେନ-୧/୨୮)। ଓ୍ବେଷ୍ଟଇଣ୍ଡିଜ: ୧୯.୧ ଓଭରରେ ୧୩୨/ଅଲଆଉଟ (ନିକୋଲାସ ପୁରନ-୨୪, ରୋଭମାନ ପାଓ୍ବେଲ-୨୪;ଅର୍ଶଦୀପ ସିଂ-୩/୧୨, ଆଭେଶ ଖାଁ-୨/୧୭, ରବି ବିଷ୍ଣୋଇ-୨/୨୭,ଅକ୍ଷର ପଟେଲ -୨/୪୮)।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri