ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ ଆଜି ଖେଳାଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତ। ଶୁବମନ ଗିଲଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେଉଛନ୍ତି ଶ୍ରେୟସ ଆୟର। ଆଜିର ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଛି ଟିମ ଇଣ୍ଡିଆ।
ସିରିଜର ପ୍ରଥମ ଦୁଇଟି ମ୍ୟାଚ ଜିତି ଭାରତ ୨-୦ରେ ଆଗୁଆ ରହିଛି। ତୃତୀୟ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଥିଲା। ତେଣୁ ଆଜିର ମ୍ୟାଚ୍ରେ ବିଜୟ ହାସଲ କଲେ ଭାରତ ସିରିଜ କବ୍ଜା କରିବ। ଅନ୍ୟପଟେ ସିରିଜ୍କୁ ବରାବର ସ୍ଥିତିକୁ ଆଣିବା ପାଇଁ ନ୍ୟୁଜିଲାଣ୍ଡ ପାଇଁ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ।
ଶୁବମନ ଗିଲ ଆଗାମୀ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି ନିମନ୍ତେ ଦଳରୁ ବାହାରିଛନ୍ତି। ତାଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ସେହିପରି ଈଶାନ କିଶନଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି। ଆଜିର ମ୍ୟାଚ୍ର କେଏଲ ରାହୁଲ ମଧ୍ୟ ଖେଳୁନାହାନ୍ତି। ଏପଟେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ କ୍ରିକେଟ ପ୍ରେମୀଙ୍କ ନଜର ରହିବ।
ତୃତୀୟ ମ୍ୟାଚ ବର୍ଷା ଯୋଗୁ ଧୋଇଯାଇଥିବାରୁ ଆଜିର ମୁକାବିଲାକୁ ନେଇ ଉଭୟ ଦଳ ଆଶାବାଦୀ। ମାଉଣ୍ଟ ମାଉଙ୍ଗାନୁଇରେ ବର୍ଷାର ସାମାନ୍ୟ ଆଶଙ୍କା ରହିଥିଲେ ମଧ୍ୟ ଏହା ମ୍ୟାଚ୍ରେ ବଡ଼ ବାଧା ସୃଷ୍ଟି କରିବାର ସମ୍ଭାବନା କମ ରହିଛି।
ଭାରତ ଓ ନ୍ୟୁଜିଲାଣ୍ଡର ସମ୍ପୂର୍ଣ୍ଣ ଦଳ
ନ୍ୟୁଜିଲାଣ୍ଡ ଦଳ: ୱିଲ ୟଙ୍ଗ, ଫିନ ଆଲେନ, ନିକ କେଲି, ଟିମ ସିଫର୍ଟ (ଉଇକେଟ୍କିପର), ଡିନ ଫକ୍ସକ୍ରଫ୍ଟ, ମିଚେଲ ସାଣ୍ଟନର (ଅଧିନାୟକ), କାଇଲ ଜେମିସନ, କ୍ରିଷ୍ଟିଆନ କ୍ଲାର୍କ, ଜାକବ ଡଫି, ମାଥ୍ୟୁ ଫିସର, ମ୍ୟାଟ ହେନରୀ, ମାଇକେଲ ବ୍ରେସୱେଲ, ମିଚେଲ ହେ ଓ ବ୍ରେଟ ରାଣ୍ଡେଲ।
ଭାରତୀୟ ଦଳ: ରୋହିତ ଶର୍ମା, ଋତୁରାଜ ଗାଏକ୍ୱାଡ, ବିରାଟ କୋହଲି, ଶ୍ରେୟସ ଆୟର (ଅଧିନାୟକ), ଅକ୍ଷର ପଟେଲ, ଈଶାନ କିଶନ (ଉଇକେଟ୍କିପର), ନମନ ଧୀର, ଔକିବ ନବୀ, ଗୁରନୂର ବରାଡ଼, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ, ତିଳକ ବର୍ମା, କୁଲଦୀପ ଯାଦବ, କୁମାର କୁଶାଗ୍ର ଓ ଯଶ ଠାକୁର।