Categories: ଖେଳ

୨୪ ଘଣ୍ଟା ପୂର୍ବରୁ ଭାରତ ଏକାଦଶ ଘୋଷଣା କଲେ ବିରାଟ: ଶୁଭମନ ଗିଲଙ୍କୁ ମିଳିଲାନି ସୁଯୋଗ

ନୂଆଦିଲ୍ଲୀ,୧୬।୧୨: ଅଷ୍ଟ୍ରେଲିଆ-ଭାରତ ମଧ୍ୟରେ ଗୁରୁବାରଠାରୁ ଆରମ୍ଭ ହେବ ଟେଷ୍ଟ ସିରିଜ। ପ୍ରଥମ ମ୍ୟାଚ୍‌ ଖେଳାଯିବାର ୨୪ ଘଣ୍ଟା ପୂର୍ବରୁ ଭାରତୀୟ ଟିମ୍‌ ପକ୍ଷରୁ ପ୍ଲେଇଂ ଇଲେଭେନ୍‌ ତାଲିକା ପ୍ରକାଶ ପାଇଛି। ଅଭ୍ୟାସ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ଶୁଭମନ ଗିଲଙ୍କୁ ଏଥିରେ ସାମିଲ କରାଯାଇନାହିଁ। ସେହିଭଳି ଉଇକେଟକିପର ଦାୟିତ୍ୱ ବିରାଟ ଶାହାଙ୍କୁ ଦେଇଛନନ୍ତି। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଦଳ ପକ୍ଷରୁ ମୟଙ୍କ ଅଗ୍ରଓ୍ବାଲ ଏବଂ ପୃଥ୍ବି ଶଙ୍କୁ ଓପନିଂ ଦାୟିତ୍ୱ ଦିଆଯାଇଛି।

ଭାରତ ଏକାଦଶ:
ବିରାଟ କୋହଲି(ଅଧିନାୟକ)
ମୟଙ୍କ ଅଗ୍ରଓ୍ବାଲ
ପୃଥ୍ବି ଶ
ଚେତେଶ୍ୱର ପୂଜାରା
ଅଜିଙ୍କ୍ୟ ରାହାଣେ(ଉପଅଧିନାୟକ)
ହନୁମା ବିହାରୀ
ରିଦ୍ଧିମାନ ଶାହା
ରବିଚନ୍ଦ୍ରନ ଅଶ୍ୱିନ
ଉମେଶ ଯାଦବ
ମହମ୍ମଦ ଶାମି
ଜଶପ୍ରିତ ବୁମରାହ

Share