Categories: ଖେଳ

୧୭୪ରେ ଅଟକିଲା ଟିମ୍‌ ଇଣ୍ଡିଆ

ସେଞ୍ଚୁରିଆନ,୨୯।୧୨: ପ୍ରଥମ ଇନିଂସରେ ୧୩୦ ରନ୍‌ର ଅଗ୍ରଣୀ ହାସଲ କରିଥିବା ଭାରତୀୟ ଦଳର ଦ୍ୱିତୀୟ ପାଳି ୧୭୪ ରନ୍‌ରେ ଅଟକି ଯାଇଛି। ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ଛିଡ଼ା ହୋଇଛି ୩୦୫ ରନ୍‌ର ବିଜୟଲକ୍ଷ୍ୟ। ପୂର୍ବରୁ ଭାରତ ୩୨୭ ରନ୍‌ କରିଥିବା ବେଳେ ୧୯୭ ରନ୍‌ରେ ସୀମିତ ରହିଥିଲା ଘରୋଇ ଦଳ।

୧୬/୧ରୁ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ଟିମ୍‌ ଇଣ୍ଡିଆ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇଥିଲା। ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ଲୋକେଶ ରାହୁଲ (୨୩) ଓ ନାଇଟ୍‌ ଓ୍ବାଚମ୍ୟାନ ଶାର୍ଦ୍ଦୁଳ ଠାକୁର (୧୦) ସକାଳୁ ଆଉଟ୍‌ ହୋଇଥିଲେ। ଏହାପରେ ଫେଲ ମାରିଥିଲେ ଅଧିନାୟକ ବିରାଟ କୋହଲି (୧୮), ଚେତେଶ୍ୱର ପୂଜାରା (୧୬) ଓ ଅଜିଙ୍କ୍ୟ ରାହାନେ (୨୦)ଙ୍କ ଭଳି ସିନିୟର ଖେଳାଳି। ଶେଷ ଆଡ଼କୁ ରିଷଭ ପନ୍ତ ୩୪ ରନ୍‌ର ଯୋଗଦାନ ଯୋଗୁ ୧୭୪ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା ଟିମ୍‌ ଇଣ୍ଡିଆ। ଦକ୍ଷିଣ ଆଫ୍ରିକା ପାଇଁ କାଗିସୋ ରବାଡା ଓ ପଦାର୍ପଣକାରୀ ମାର୍କୋ ଜେନସେନ ୪ ଲେଖାଏ ଉଇକେଟ ହାତେଇଥିଲେ।

Share