ଶିକ୍ଷକତା ଜାଲିଆତି ଅଣାୟତ୍ତ

ଯାଜପୁର ଅଫିସ,୬ା୬: ଜାତିଗତ ଏବଂ ଶିକ୍ଷାଗତ ପ୍ରମାଣପତ୍ରକୁ ଜାଲିଆତି କରି ସରକାରଙ୍କ ବିଭିନ୍ନ ସୁବିଧାସୁଯୋଗ ହାସଲ କରିବା ଏବେ ସାଧାରଣ ବିଷୟ ହୋଇଛି। ବିଶେଷକରି ଶିକ୍ଷା ବିଭାଗରେ ଏହି ଜାଲିଆତି ଅଣାୟତ୍ତ ହୋଇଛି। ନକଲି ଶିକ୍ଷକଙ୍କୁ ଠାବ କରି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାୟ ଏକ ଦଶନ୍ଧି ମଧ୍ୟରେ ଶତାଧିକ ନିର୍ଦ୍ଦେଶନାମା ଜାରି ହୋଇଛି, ତାହା ଅନୁପାଳନ ହେଉନାହିଁ।
ଯେଉଁଠି ଖୋଦ ତଦନ୍ତକାରୀ ଅଧିକାରୀ ନକଲି ହୋଇଥିବେ ସେଠାରେ ନକଲି ଶିକ୍ଷକ କେତେ ସୁରକ୍ଷିତ ତାହା ସ୍ପଷ୍ଟ ଅନୁମେୟ। ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଯାଜପୁର ଜିଲା ଶିକ୍ଷା ବିଭାଗରେ। ଏହିକ୍ରମରେ ଅନ୍ୟତ୍ର କିଛି ଜମି କିଣି ସେଥିରେ ନକଲି ଆଦିବାସୀ ସାଜି ଚାକିରି କରୁଥିବା ଏକାଧିକ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ସରକାରଙ୍କ ସୂଚନା ଅଧିକାର ଆଇନ (ଆରଟିଆଇ)କୁ ବି ଦିଗହରା ଉଦ୍ୟମ କରାଯାଉଥିବା ଦେଖିବାକୁ ମିଳିଛି।
ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆବର୍ଗମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟ ନେଇ ସରକାର ନୀତି ପ୍ରଣୟନ କରି ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। କିନ୍ତୁ ଏହିସବୁ ସୁବିଧା ସୁଯୋଗକୁ ଚଞ୍ଚକତା କରି କେତେକ ସାଧାରଣ ବର୍ଗ ଲୋକେ ହାସଲ କରି ଚାଲିଛନ୍ତି। ଏପରିକି ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ରରେ ମଧ୍ୟ କାରସାଦି କରି ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇପାରୁଛନ୍ତି। ମିଥ୍ୟା ଜାତିଗତ ପ୍ରମାଣପତ୍ର ବଳରେ ବିଭିନ୍ନ ସୁବିଧାସୁଯୋଗ ହାସଲ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଅଭିଯୋଗ ହେଲେ ମଧ୍ୟ ପ୍ରଶାସନିକ ଉଦାସୀନତା ମନୋଭାବ ଯୋଗୁ କାର୍ଯ୍ୟାନୁଷ୍ଠାନ ଫସର ଫାଟିଛି। ଏପରିକି ତଦନ୍ତରେ ଶିଥିଳତା, କାର୍ଯ୍ୟରେ ଅବହେଳା, ଉପଯୁକ୍ତ ତଦନ୍ତ କରୁ ନ ଥିବା ଅଧିକାରୀଙ୍କୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ପରିସରଭୁକ୍ତ କରାଯିବ ବୋଲି ଚେତାବନୀ ଦିଆଗଲେ ହେଁ ପରିସ୍ଥିତି ଅପରିବର୍ତ୍ତିତ ରହୁଛି। ଫଳରେ ବାସ୍ତବରେ ମେଧାବୀ ଉଚ୍ଚଶିକ୍ଷିତ ଯୁବତୀଯୁବକ ସେମାନଙ୍କ ଅଧିକାର ପାଇବାରୁ ବଞ୍ଚିତ ରହୁଛନ୍ତି। ଯାଜପୁର ଜିଲା କୋରେଇ ବ୍ଲକରେ ୭୦ରୁ ଉର୍ଦ୍ଧ୍ୱ ନକଲି ଜାତିଗତ ଏବଂ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରି ଶିକ୍ଷକତା କରୁଥିବା ଚର୍ଚ୍ଚା ହେଉଛି। ଏହିକ୍ରମରେ ଅସନଝର ପଞ୍ଚାୟତର ରଞ୍ଜନ କୁମାର ନାୟକ ଏବଂ ଅନାଥ ନାୟକ ଜିଲାରେ କାର୍ଯ୍ୟରତ ଜଣେ ମଣ୍ଡଳ ଶିକ୍ଷାଧିକାରୀଙ୍କ ଜାତିଗତ ପ୍ରମାଣପତ୍ର ନକଲି ହୋଇଥିବା ଦର୍ଶାଇ ଆରଟିଆଇରେ ତଥ୍ୟ ମାଗିଥିଲେ। ରଞ୍ଜନଙ୍କ ଆରଟିଆଇ ଆବେଦନ ଉପରେ ସେହି ମଣ୍ଡଳ ଅଧିକାରୀ ପତ୍ରସଂଖ୍ୟା ୨୭/୧୭ା୫ା୨୦୨୨ରେ ଦେଇଥିବା ଉତ୍ତରରେ ଜାତିଗତ ଏବଂ ଶିକ୍ଷାଗତ ପ୍ରମାଣପତ୍ର ବ୍ୟକ୍ତିଗତ ସୂଚନା ଏବଂ ଏହା ଆରଟିଆଇ-୨୦୦୫ର ଧାରା ୮-୧(ଜେ) ଅନ୍ତର୍ଭୁକ୍ତ ବୋଲି ଦର୍ଶାଇ ସୂଚନା ଦେଇ ନ ଥିଲେ। ଅନ୍ୟପକ୍ଷେ ଏହା ପୂର୍ବରୁ ଅନାଥଙ୍କ ଆରଟିଆଇ ଆବେଦନ ଉପରେ ଭିନ୍ନ ଉତ୍ତର ରଖିଥିଲେ। ୧୩ା୮ା୨୦୨୧ରେ ଦେଇଥିବା ଉତ୍ତରରେ ଶିକ୍ଷାଗତ ଯୋଗ୍ୟତା ଏବଂ ଅନ୍ୟାନ୍ୟ ପ୍ରମାଣପତ୍ର ତାଙ୍କର ଚୋରି ହୋଇଯାଇଥିଲା। ସେ ଯୁକ୍ତ୨ କଳା ଓ ଯୁକ୍ତ୩ ପ୍ରମାଣପତ୍ର ପୁନର୍ବାର ବିଭାଗକୁ ମାଗିଛନ୍ତି। ଏହିସବୁ ପ୍ରମାଣପତ୍ର ଆସିବା ପାଇଁ ପ୍ରାୟ ୧ ମାସର ସମୟ ଆବଶ୍ୟକତା ଅଛି। ଏହିସବୁ ପ୍ରମାଣପତ୍ର ଆସିଗଲେ ସେପ୍ଟେମ୍ବର ଶେଷ ବେଳକୁ ପଠାଇଦେବି ବୋଲି ତାଙ୍କ ଆରଟିଆଇ ଉତ୍ତରରେ ଦର୍ଶାଇଥିଲେ। ପରବର୍ତ୍ତୀ ସମୟରେ ପ୍ରମାଣପତ୍ର ସବୁ ଦେଲେନି, କିନ୍ତୁ ଆରଟିଆଇରେ ବ୍ୟକ୍ତିଗତ ବୋଲି ଦର୍ଶାଇ ଭୁଆଁବୁଲାଇବାକୁ ଉଦ୍ୟମ କରିଛନ୍ତି ବୋଲି ଆବେଦନକାରୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ସେହି ଅସନଝର ମୌଜାର ଜଣେ ସାଧାରଣବର୍ଗର ଯୁବକ କେଉଁଝର ଘସିପୁରା ତହସିଲ ଅଞ୍ଚଳରେ ୨ ଡିସିମିଲ ଜମି କିଣି ସେଥିରେ ଶବର ଜାତି ଦର୍ଶାଇ ଆଦିବାସୀ ଜାତିଗତ ପ୍ରମାଣପତ୍ର ହାସଲ କରି ସରକାରୀ ଶିକ୍ଷକତା କରୁଥିବା ଅଭିଯୋଗ ହୋଇଥିଲା। ସେ ଗଜପତି ଜିଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ଏକ ସ୍କୁଲରେ ନକଲି ଜାତିଗତ ପ୍ରମାଣପତ୍ର ବଳରେ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି। ଏନେଇ ଆବଶ୍ୟକ କାଗଜପତ୍ର ସହ ଅଭିଯୋଗ ହୋଇଥିଲେ ହେଁ ଗଜପତି ଜିଲା ଶିକ୍ଷାଧିକାରୀ ସେହି ନକଲି ଶିକ୍ଷକଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି। ଏଭଳି ଭାବେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ(ଡିଇଇ) ପକ୍ଷରୁ ତାଲିକାଭୁକ୍ତ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ନକଲି ଶିକ୍ଷୟିତ୍ରୀ/ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ସେମାନେ ଅଦ୍ୟାବଧି ସରକାରଙ୍କ ସମସ୍ତ ସୁବିଧାସୁଯୋଗ ଭୋଗ କରୁଛନ୍ତି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri