ଜିଲା ଶିକ୍ଷା ବିଭାଗରେ ମନମାନି, ଶିକ୍ଷାଦାନ ହୋଇପାରୁନି

ପଟ୍ଟାମୁଣ୍ଡାଇ,୧୭ା୯(କଳ୍ପତରୁ ନାୟକ)ପଟ୍ଟାମୁଣ୍ଡାଇ ବ୍ଲକରେ ଗୁଣାତ୍ମକ ଶିକ୍ଷାର ପ୍ରସାର ପାଇଁ ରାଜ୍ୟ ସରକାର ଚନ୍ଦନନଗର ପଞ୍ଚାୟତ ବନ୍ତୋପାଟଣାଠାରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ପ୍ରାୟ ୧୧ କୋଟି ୭୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ହସ୍ତାନ୍ତର ହୋଇ ନ ଥିବା ଯୋଗୁ ଶିକ୍ଷାଦାନ ହୋଇ ପାରୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଞ୍ଚାୟତ ବନ୍ତୋପାଟଣାଠାରେ ପ୍ରତିଷ୍ଠା କରାଯାଇଥିବା ଆଦର୍ଶ ବିଦ୍ୟାଳୟ ଗୃହରେ ଶିକ୍ଷାଦାନ କରା ନ ଯାଇ ପୌରାଞ୍ଚଳ ଅନ୍ତର୍ଗତ କଷଣଅଣ୍ଟାଠାରେ ଅସ୍ଥାୟୀ ଭାବେ ପଟ୍ଟାମୁଣ୍ଡାଇ ଆଦର୍ଶ ବିଦ୍ୟାଳୟ ଶିକ୍ଷାଦାନ ଚାଲୁ ରହିଛି। ଫଳରେ ଛାତ୍ରୀଛାତ୍ରମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ଏ ନେଇ ଅବିଭାବକ ଓ ଛାତ୍ରୀଛାତ୍ର ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଜୁଲାଇ ୩୧ରେ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଏ ନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଜିଲାପାଳ ଜିଲା ଶିକ୍ଷାଧିକାରୀ ଆସନ୍ତା ଅଗଷ୍ଟ ୧୫ରେ ବନ୍ତୋପାଟଣା ଆଦର୍ଶ ବିଦ୍ୟାଳୟ ନବନିର୍ମିତ ଗୃହରେ ଆଦର୍ଶ ବିଦ୍ୟାଳୟ ଯଥାରୀତି ଚାଲିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବସ୍ତୁତଃ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ। ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଆଦର୍ଶ ବିଦ୍ୟାଳୟ ଗୃହକୁ ଗତ ୬ ମାସ ହେବ ଜିଲା ଶିକ୍ଷା ବିଭାଗକୁ ବିଧିବଦ୍ଧ ଭାବେ ହସ୍ତାନ୍ତର କରାଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଜିଲା ଶିକ୍ଷାଧିକାରୀଙ୍କ ଉଦାସୀନ ମନୋଭାବ ଯୋଗୁ ଉକ୍ତ ଆଦର୍ଶ ବିଦ୍ୟାଳୟର ନବନିର୍ମିତ ଶ୍ରେଣୀ ଗୃହ ପାଇଁ ଡେସ୍କ, ବେଞ୍ଚ ସହ ଅନୁଷଙ୍ଗିକ ବ୍ୟବସ୍ଥା ହୋଇ ନ ଥିବାରୁ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ କରାଯାଇପାରୁନାହିଁ। ଗତ ଜନଶୁଣାଣି ଶିବିରରେ ଅଭିଯୋଗ ଉପରେ ଜିଲାପାଳ ଅମୃତ ଋତୁରାଜ ତୁରନ୍ତ ନୂତନ ଗୃହରେ ଶିକ୍ଷାଦାନ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେବା ପରେ ଅଗଷ୍ଟ ୧୫ସୁଦ୍ଧା ଶିକ୍ଷାଦାନ ଆରମ୍ଭ କରିବା ପାଇଁ ଜିଲା ଶିକ୍ଷାଧିକାରୀଙ୍କ ପ୍ରତିଶ୍ରୁତିରେ ରହିଯାଇଛି।

ଯାହା ଫଳରେ ଆଦର୍ଶ ବିଦ୍ୟାଳୟ ନୂତନ ଗୃହରେ ଶିକ୍ଷାଦାନ ନ ହୋଇ ଅସ୍ଥାୟୀ ଭାବେ କଷଣଅଣ୍ଟା ହାଇସ୍କୁଲରେ ଶିକ୍ଷାଦାନ ଚାଲିବା ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ଖେଳିବା ସଙ୍ଗେ ସମାନ ବୋଲି ଅଭିଯୋଗ ହେଉଛି। ପଟ୍ଟାମୁଣ୍ଡାଇ ଚନ୍ଦନନଗର ପଞ୍ଚାୟତ ବନ୍ତୋପାଟଣାଠାରେ ନବନିର୍ମିତ ଆଦର୍ଶ ବିଦ୍ୟାଳୟ ଶ୍ରେଣୀ ଗୃହ ପାଇଁ ଡେସ୍କ, ବେଞ୍ଚ ଶୀଘ୍ର ନିର୍ମାଣ କରି ଶିକ୍ଷାଦାନ ଆରମ୍ଭ କରିବା ଦିଗରେ ଜିଲାପାଳ ଓ ଜିଲାଶିକ୍ଷାଧିକାରୀ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri