ସାମୂହିକ ଛୁଟିରେ ଶିକ୍ଷୟିତ୍ରୀଶିକ୍ଷକ, ଛାତ୍ରୀଛାତ୍ର ବୁଲୁଛନ୍ତି

ପଟ୍ଟାମୁଣ୍ଡାଇ,୧୧ା୯ (କଳ୍ପତରୁ ନାୟକ): ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ୫-ଟି ରୁପାନ୍ତରିକରଣରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ପ୍ରଶାସନିକ ଅଧିକାରୀଙ୍କ ନିଷ୍କ୍ରିୟତା ଓ ଶିକ୍ଷକତାର ସ୍ବାର୍ଥ ଯୋଗୁ ଏହାର ସୁଫଳ ମିଳିପାରୁନାହିଁ। କେଉଁଠି ଭିତ୍ତିଭୂମି ଅଛି ଶିକ୍ଷକ ନାହଁାନ୍ତି ଆଉ କେଉଁଠି ଏସବୁ ସତ୍ତ୍ୱେ ସରକାରୀ ସ୍କୁଲଗୁଡିକର ଆଶାନୁରୂପ ବିକାଶ ସମ୍ଭବ ହୋଇପାରୁନାହିଁ। ଏବେ ପ୍ରାଥମିକ ଶିକ୍ଷୟିତ୍ରୀଶିକ୍ଷକ ସାମୂହିକ ଛୁଟିରେ ଯାଇଛନ୍ତି। ନିଜ ସ୍ବାର୍ଥ ଲୋଭରେ ସ୍କୁଲରେ ତାଲା ପକାଇ ପିଲାଙ୍କ ପାଠପଢ଼ା ବନ୍ଦ କରି ରାଜରାସ୍ତାରେ ଧାରଣା ଦେଇଥିବାରୁ ଅଭିଭାବକଙ୍କ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଫଳରେ ପିଲାମାନେ ପାଠ ପଢା ସମୟରେ ବୁଲାବୁଲି କରୁଛନ୍ତି।
କେନ୍ଦ୍ରାପଡ଼ା ଅଭିଭାବକ ମହାସଂଘ ସମ୍ପାଦକ ନରେନ୍ଦ୍ର ଧଳ କହିଛନ୍ତି, ଅତୀତରେ ଗୁରୁକୂଳ ଆଶ୍ରମ ଥିଲା ଆମ ଶିକ୍ଷା ବ୍ୟବସ୍ଥାର ମୂଳସୂତ୍ର। ଆତ୍ମସଂଯମ ଓ ଆତ୍ମଶୃଙ୍ଖଳା ବଳରେ ସେମାନେ ଶିଷ୍ୟମାନଙ୍କୁ ପ୍ରଦାନ କରୁଥିଲେ ଆଲୋକ ଏବଂ ଅମୃତ ପଥରେ ଯାତ୍ରୀ ହେବାର ମନ୍ତ୍ର। ଆଶ୍ରମ ଯୁଗର ଅବସାନ ପରେ ଆରମ୍ଭ ହେଲା ଚାଟଶାଳୀ ଶିକ୍ଷା ବ୍ୟବସ୍ଥା। ପର୍ଯ୍ୟାୟକ୍ରମେ ସରକାର ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚଶିକ୍ଷା ବ୍ୟବସ୍ଥା ଆରମ୍ଭ କଲେ। ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ନିୟୋଜିତ ହେଲେ ଶିକ୍ଷକ ଓ ଅଧ୍ୟାପକ। ମାତ୍ର ଆଜିର ସରକାରୀ ଶିକ୍ଷକ କେଉଁଭଳି ଶିକ୍ଷାଦାନ କରିଥାନ୍ତି ସମୀକ୍ଷା କରାଗଲେ ହୁଏତ ସମଗ୍ର ଶିକ୍ଷକ ସମାଜ ବଦନାମ ହୋଇଯିବ। ବୁଦ୍ଧିଜୀବୀ ପ୍ରମୋଦ ସାହୁ କହିଛନ୍ତି, ସମୟ ବଦଳିବା ସହ ଆଜି ଶିକ୍ଷା ବଦଳିଛି। ଘରୋଇ ବିଦ୍ୟାଳୟଗୁଡ଼ିକର ପର୍ଯ୍ୟାପ୍ତ ଉପସ୍ଥିତି ପାରମ୍ପରିକ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଭାବିତ କରିଛି। ସରକାରୀ ବିଦ୍ୟାଳୟଗୁଡ଼ିକରେ ଉପସ୍ଥାନ ଉଦ୍‌ବେଗଜନକ ଭାବେ ହ୍ରାସ ପାଇ ଚାଲିଥିବାବେଳେ ଘରୋଇ ସ୍କୁଲରେ ଏହା ବୃଦ୍ଧି ପାଉଛି। ସରକାର ସରକାରୀ ସ୍କୁଲ ରୂପାନ୍ତରୀକରଣ ନଁାରେ ଦୁର୍ନୀତି ଚାଲିଛି। ଗୋଟିଏ ଶ୍ରେଣୀରେ ବସି ବିଭିନ୍ନ ଶ୍ରେଣୀର ପିଲା ପାଠ ପଢୁଛନ୍ତି। ଗୋଟିଏ କୋଠରୀରେ ଗୋଟିଏ କି ଦୁଇଟି ନୁହେଁ ବରଂ ୫ଟି ଶ୍ରେଣୀର ପିଲା ପାଠ ପଢୁଛନ୍ତି। ସରକାରୀ ସ୍କୁଲରେ ଖାଲି କୋଠରୀ ଅଭାବ ତାହା ନୁହେଁ। ଶିକ୍ଷକ ଶିକ୍ଷାର୍ଥୀ ଶିକ୍ଷାର ମାନ ତଥା ଆଧାର ଉପରେ କୌଣସି ଜ୍ଞାନ ନ ଦେଇ କେବଳ କୌଣସି ମତେ ଶିକ୍ଷା ବର୍ଷ ଶେଷରେ ଉଚ୍ଚ ସଂଖ୍ୟା ବିଶିଷ୍ଟ ପ୍ରମାଣପତ୍ର ଦେବେ ସେନେଇ ଲକ୍ଷ୍ୟ ରଖୁଛନ୍ତି। ସାମାଜିକ କର୍ମୀ ପ୍ରତାପ ପାଢୀ କହିଛନ୍ତି, ବର୍ତ୍ତମାନ ସରକାରୀ ବିଦ୍ୟାଳୟଗୁଡିକରେ ଯେଉଁମାନେ ବି ନିୟମିତ ବିଦ୍ୟାଳୟକୁ ଆସୁଛନ୍ତି, ସେମାନଙ୍କ ମଧ୍ୟରୁ ଏକ ବୃହଦାଂଶ ନିଜ ଶ୍ରେଣୀ ପାଇଁ ଅଯୋଗ୍ୟ। ତୃତୀୟ ଶ୍ରେଣୀ ପିଲା ଓଡ଼ିଆ ପଢ଼ି ପାରୁନାହିଁ। ସପ୍ତମ ଶ୍ରେଣୀ ପିଲା ଶୁଦ୍ଧ ଓଡ଼ିଆ ବାକ୍ୟଟିଏ ଲେଖି ପାରୁନାହିଁ। ଅଥଚ ମାଟ୍ରିକ ପରୀକ୍ଷାରେ ସେହି ପିଲା ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖୁଛି। ଶିକ୍ଷକମାନେ କୋଚିଂ ସେଣ୍ଟର ନାମରେ ପିଲାଙ୍କଠୁ ଅଧିକ ପଇସା ନେଉଛନ୍ତି। ଆମ ସମୟରେ ଅତି ମେଧାବୀ ଛାତ୍ର ଏପରିକି ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବା ପିଲା ୭୦ ପ୍ରତିଶତ ନମ୍ବର ରଖିବା କଷ୍ଟକର ଥିଲା। ଅଧିକ ନମ୍ବର ରଖିବା ଭଲ କଥା। କିନ୍ତୁ ତଦନୁଯାୟୀ ଗୁଣାତ୍ମକ ବିକାଶ ସାଧିତ ହେବା ଉଚିତ। ଆଜିର ଶିକ୍ଷକ ଶିକ୍ଷାଦାନ ସ୍ବାର୍ଥକୁ ଗୁତୁତ୍ୱ ଦେଇ କରୁଛନ୍ତି। ପୁରାତନ ଶିକ୍ଷକ ପ୍ରଫୁଲ୍ଲ ଦାଶ କହିଛନ୍ତି, ଆଗକାଳରେ ଗୁରୁଶିଷ୍ୟର ସମ୍ପର୍କ ଅତି ଉଚ୍ଚକୋଟିରେ ଥିଲା। ଆଗରୁ ଶିକ୍ଷକ ଶିକ୍ଷାଦାନ ଦେବାକୁ ପିଲାଙ୍କ ଘରକୁ ଯାଇ ପଢାଉ ଥିଲେ ମଧ୍ୟ କୌଣସି ଦେୟ ନେଉ ନ ଥିଲେ। ପିଲାମାନେ ଶନିବାରିଆ ମୁଠି ଚାଉଳ ଆଣୁଥିଲେ। ମାସିକିଆ ଦରମା ମଧ୍ୟ ଦେଉଥିଲେ। ସେତେବେଳେ ନୈତିକତା, ଆଧ୍ୟାତ୍ମିକତା ଶିକ୍ଷାକୁ ପ୍ରକୃତ ମୂଲ୍ୟ ଓ ମହତ୍ୱ ଦିଆଯାଉଥିଲା । ଶିକ୍ଷା ଜୀବିକା ଅର୍ଜନ ପାଇଁ ନ ହୋଇ ଜୀବନ ପାଇଁ ହେବା ଉଚିତ। ଏବେ ଶିକ୍ଷାନୁଷ୍ଠାନଗୁଡ଼ିକ ବିଶୃଙ୍ଖଳା ଓ ଅବ୍ୟବସ୍ଥାର ଆଶ୍ରୟସ୍ଥଳ ହୋଇଛି। ଅସନ୍ତୁଷ୍ଟ ଶିକ୍ଷକମାନେ ଆନ୍ଦୋଳନ କରୁଛନ୍ତି ଅସ‘ୁଷ୍ଟ ହେଉଛନ୍ତି। ଆଗକାଳରେ ମା’ବାପା, ସାଧୁସନ୍ଥ ବୀରମାନଙ୍କ କାହାଣୀ ଦେଶର ସଂସ୍କୃତି ଐତିହ୍ୟକୁ ପିଲାମାନଙ୍କୁ ଶିକ୍ଷା ଦେଉଥିଲେ। ଏବେ ମାତାପିତା ପିଲାକୁ ନିଜ ବାଟରେ ଯିବା ପାଇଁ ଓ ଉତ୍ତମ, ମହାନ୍‌, ସମୁଚିତ କଥାକୁ ଏଡ଼ାଇ ଯିବା ପାଇଁ ଅନୁମତି ଦେଉଛନ୍ତି। ଏବେ ଶିକ୍ଷକମାନେ ଛାତ୍ରମାନଙ୍କୁ ମୂଲ୍ୟବୋଧ ଶିକ୍ଷା ଦେଉନାହାନ୍ତି। ପରିତାପର ବିଷୟ, ଦେଶର ଅଧିକାଂଶ ସମସ୍ୟା ଶିକ୍ଷିତ ଲୋକମାନଙ୍କ ଦ୍ୱାରା ସୃଷ୍ଟି ହେଉଛି। ଅଶିକ୍ଷିତ ବା ନିରକ୍ଷରମାନଙ୍କ ପାଇଁ ନୁହେଁ, କାରଣ ଶିକ୍ଷିତ ଉପଯୁକ୍ତ ଶିକ୍ଷା ଲାଭ କରିନାହାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri