ଗାଁକୁ ଯାଇ ପାଠ ପଢ଼ାଇବେ ଶିକ୍ଷକ

ଭୁବନେଶ୍ୱର,୧୫।୮(ବ୍ୟୁରୋ): କରୋନା ସଂକ୍ରମଣ ଯୋଗୁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଦୋହଲିଯାଇଛି। କେବେ ସ୍କୁଲ ଖୋଲିବ ଏବଂ ଶ୍ରେଣୀରେ ପାଠପଢ଼ା ସ୍ବାଭାବିକ ହେବ ସେନେଇ ନିର୍ଦ୍ଦିଷ୍ଟ କହିହେଉନାହିଁ। ତେଣୁ ଅନ୍‌ଲାଇନ୍‌ ପାଠପଢ଼ାକୁ ଅଧିକାଂଶ ଶିକ୍ଷାନୁଷ୍ଠାନ ଆପଣାଇଛନ୍ତି। କିନ୍ତୁ ଏ କ୍ଷେତ୍ରରେ ସରକାରୀ ବିଦ୍ୟାଳୟଗୁଡିକ ଏକ ପ୍ରକାର ଫେଲ୍‌ ହୋଇଥିବା ଜଣାପଡିଛି। ରାଜ୍ୟର ମୋଟ ୬୦ ଲକ୍ଷ ପିଲାଙ୍କ ମଧ୍ୟରୁ ୨୨ ଲକ୍ଷ ଅନ୍‌ଲାଇନ ବ୍ୟବସ୍ଥାରେ ପଢ଼ିବାକୁ ସକ୍ଷମ ଥିବାବେଳେ ୪୦ଲକ୍ଷ ଏଥିରୁ ବଞ୍ଚିତ ଅଛନ୍ତି। ଏଥିସକାଶେ ଅନ୍‌ଲାଇନ ପାଠପଢ଼ାର ବିକଳ୍ପ ଚିନ୍ତା କରି ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ‘ଶିକ୍ଷା ସମ୍ପର୍କ’ ଆରମ୍ଭ ହେବାକୁ ଯାଉଥିବା ଜଣାପଡିଛି। ଏହି ବ୍ୟବସ୍ଥା ଦ୍ୱାରା ଶିକ୍ଷକମାନେ ଗ୍ରାମାଞ୍ଚଳକୁ ଯାଇ ପିଲାମାନଙ୍କୁ ପାଠ ପଢ଼ାଇବେ। ଏଥିପାଇଁ ବିଭାଗୀୟ ବୈଠକ ଶେଷ ହୋଇସାରିଥିବା ବେଳେ ଆସନ୍ତା ସପ୍ତାହକ ମଧ୍ୟରେ ଘୋଷଣା ହେବ ବୋଲି ଜଣାପଡିଛି।
ସରକାର ଆରମ୍ଭ କରିବାକୁ ଯାଉଥିବା ‘ଶିକ୍ଷା ସମ୍ପର୍କ’ ଅନୁଯାୟୀ, ଶିକ୍ଷକମାନେ ଗାଁରେ ଯାଇ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପଢ଼ାଇବେ। ଗୋଟିଏ ସ୍ଥାନରେ ସର୍ବାଧିକ ୧୦ଜଣ ପିଲାଙ୍କ ପାଠପଢ଼ା ହୋଇପାରିବ। ଗାଁର ଗୋଟିଏ ସ୍ଥାନ ଚୂଡାନ୍ତ କରାଯିବା ସହ ସବୁ କୋଭିଡ୍‌ ନିୟମ ମାନି ପାଠ ପଢ଼ାଯିବ। ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଶିକ୍ଷୟିତ୍ରୀ, ଶିକ୍ଷକମାନେ ପାଳି ଅନୁସାରେ ଗାଁକୁ ଯାଇ ପଢାଇବେ। ପ୍ରଧାନ ଶିକ୍ଷକ ଏ ସମସ୍ତ ବ୍ୟବସ୍ଥାର ତଦାରଖ କରିବେ। ପାଠପଢ଼ା ସ୍ଥାନରେ ଗହଳି ନ ହେବା ପ୍ରତି ଧ୍ୟାନ ଦିଆଯିବ। ଶିକ୍ଷକମାନେ ପିଲାମାନଙ୍କୁ ହୋମଓ୍ବାର୍କ ଦେଇଆସିବେ ଏବଂ ପରଦିନ ସେସବୁକୁ ଠିକ୍‌ଭାବେ ଯାଞ୍ଚ କରିବେ। ଗାଁର କେଉଁଠାରେ ପାଠପଢ଼ା ଲାଗି ସ୍ଥାନ(କୋଠଘର, ପଞ୍ଚାୟତ ଅଫିସ, ଭାଗବତ ଟୁଙ୍ଗି) ଠିକ ହେବ ସେନେଇ ସରପଞ୍ଚଙ୍କ ସହ ଆଲୋଚନା କରାଯାଇ ସ୍ଥିର ହେବ। ସେହିପରି ୯ମରୁ ୧୦ଶ୍ରେଣୀ ପର୍ଯ୍ୟନ୍ତ ସର୍ବାଧିକ ୨୦ରୁ ୨୫ ପିଲାଙ୍କୁ ନେଇ ପାଠପଢ଼ା ହେବ। ସପ୍ତାହକୁ ଗୋଟିଏ ଥର ଅଭିଭାବକଙ୍କ ସହିତ ଶିକ୍ଷକମାନେ ଯୋଗାଯୋଗ କରି ସେମାନଙ୍କ ମତାମତ ନେବେ। ଯେଉଁ ପିଲାମାନେ ଗଁାରେ ପଢ଼ାହେବା ସ୍ଥାନକୁ ନ ଆସିପାରିବେ ସେହି କ୍ଷେତ୍ରରେ ଅନୁପସ୍ଥିତ ଛାତ୍ରୀଛାତ୍ରଙ୍କୁ ଅଡିଓ କଲ୍‌ କରାଯିବ। ଏହାସହ ସ୍କୁଲ ଲାଇବ୍ରେରୀରେ ଥିବା ବହିଗୁଡ଼ିକକୁ ମଧ୍ୟ ଶିକ୍ଷକମାନେ ଗାଁରେ ପଢାହେବା ସ୍ଥାନକୁ ଆଣି ଯୋଗାଇବା ଲାଗି ସ୍ଥିର କରାଯାଇଛି।
‘ଶିକ୍ଷା ସମ୍ପର୍କ’ ବ୍ୟବସ୍ଥାକୁ ଠିକଣା ଢଙ୍ଗରେ ପରିଚାଳନା ପାଇଁ ରାଜ୍ୟ ଏବଂ ଜିଲାସ୍ତରରେ କଣ୍ଟ୍ରୋଲ ରୁମ୍‌ ରହିବ। ଶିକ୍ଷକମାନେ ଗଁାର ଯେଉଁଠି ପାଠ ପଢ଼ାଇବେ ସେଠାରୁ ଫଟୋ ଉଠାଇ ଜିଓ-ଟ୍ୟାଗିଂ କରି ପଠାଇବେ। ପ୍ରଧାନ ଶିକ୍ଷକ ଏସବୁର ଦାୟିତ୍ୱ ତୁଲାଇବା ସହ ପ୍ରତ୍ୟେକ ଶନିବାର ସମୀକ୍ଷା କରିବେ। ବ୍ଲକ ଶିକ୍ଷା ଅଧିକାରୀ(ବିଇଓ), ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ (ସିଆର୍‌ସିସି) ଅଚାନକ ପାଠପଢ଼ା ସ୍ଥାନକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ। କେତେ ଗ୍ରାମରେ ପାଠପଢ଼ା ହେଲା, କେତେ ଛାତ୍ରୀଛାତ୍ର ଭାଗ ନେଇଛନ୍ତି ଏବଂ କେଉଁସବୁ ବିଷୟ କେତେ ସରିଲା ତାହାର ତଥ୍ୟ ସଂଗ୍ରହ କରାଯିବ। ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ହେଲ୍ପଲାଇନ ନମ୍ବର ରହିବ। ଯେଉଁ ଶିକ୍ଷୟିତ୍ରୀ, ଶିକ୍ଷକମାନେ କୋଭିଡ୍‌-୧୯ ଦାୟିତ୍ୱରେ ରହିଛନ୍ତି ସେମାନଙ୍କୁ କୌଣସି ଦାୟିତ୍ୱ ଦିଆଯିବ ନାହିଁ। ଏଭଳି ଅନେକ ନିୟମ କରାଯାଇଥିବାବେଳେ ଆହୁରି ଦୁଇଟି ପ୍ରସ୍ତାବ ଏଥିରେ ଯୋଡ଼ାଯିବ ବୋଲି ଜଣାପଡିଛି। ଶିକ୍ଷକମାନେ ପାଠ ପଢ଼ାଇବାକୁ ଆସିବା ସମୟରେ ସେମାନଙ୍କ ସାନିଟାଇଜେଶନ ଲାଗି ଯାହା ଖର୍ଚ୍ଚ ହେବ ତାହା ସ୍କୁଲ ପାଣ୍ଠିରୁ ଦିଆଯିବ। ଏହାସହ ପରିବର୍ତ୍ତିତ କୋର୍ସ ଅନୁଯାୟୀ ପାଠ ପଢ଼ାଯିବ। ଏହି ନୂଆ ବ୍ୟବସ୍ଥା ଅଗଷ୍ଟ ଶେଷ ସୁଦ୍ଧା ଆରମ୍ଭ ହୋଇପାରେ ବୋଲି ଜଣାପଡ଼ିଛି। ହେଲେ ସହରାଞ୍ଚଳ ପିଲାଙ୍କ କ୍ଷେତ୍ରରେ ଏହି ବ୍ୟବସ୍ଥା ଲାଗୁ ହେବନାହିଁ। ଏହି କ୍ଷେତ୍ରରେ କ’ଣ କରାଯିବ ତାହାକୁ ନେଇ ସରକାର ବିଚାର କରିନାହାନ୍ତି। ସହରାଞ୍ଚଳ ପିଲାଙ୍କ ଲାଗି କିଛି ନୂଆ ବ୍ୟବସ୍ଥା ଆସିପାରେ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

୨୦୨୬ରେ ବନ୍ଦ ହୋଇଯିବ ଏସବୁ ସରକାରୀ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୭।୧୨: କେନ୍ଦ୍ର ସରକାର ଏବେ ସାର୍ୱଜନୀନ କ୍ଷେତ୍ର ବ୍ୟାଙ୍କ (PSU ବ୍ୟାଙ୍କ)ର ପ୍ରତିଛବି ଏବଂ ଭାଗ୍ୟ ଉଭୟକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ରିପୋର୍ଟ ଅନୁଯାୟୀ,...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri