ଗାଁକୁ ଯାଇ ପାଠ ପଢ଼ାଇବେ ଶିକ୍ଷକ

ଭୁବନେଶ୍ୱର,୧୫।୮(ବ୍ୟୁରୋ): କରୋନା ସଂକ୍ରମଣ ଯୋଗୁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଦୋହଲିଯାଇଛି। କେବେ ସ୍କୁଲ ଖୋଲିବ ଏବଂ ଶ୍ରେଣୀରେ ପାଠପଢ଼ା ସ୍ବାଭାବିକ ହେବ ସେନେଇ ନିର୍ଦ୍ଦିଷ୍ଟ କହିହେଉନାହିଁ। ତେଣୁ ଅନ୍‌ଲାଇନ୍‌ ପାଠପଢ଼ାକୁ ଅଧିକାଂଶ ଶିକ୍ଷାନୁଷ୍ଠାନ ଆପଣାଇଛନ୍ତି। କିନ୍ତୁ ଏ କ୍ଷେତ୍ରରେ ସରକାରୀ ବିଦ୍ୟାଳୟଗୁଡିକ ଏକ ପ୍ରକାର ଫେଲ୍‌ ହୋଇଥିବା ଜଣାପଡିଛି। ରାଜ୍ୟର ମୋଟ ୬୦ ଲକ୍ଷ ପିଲାଙ୍କ ମଧ୍ୟରୁ ୨୨ ଲକ୍ଷ ଅନ୍‌ଲାଇନ ବ୍ୟବସ୍ଥାରେ ପଢ଼ିବାକୁ ସକ୍ଷମ ଥିବାବେଳେ ୪୦ଲକ୍ଷ ଏଥିରୁ ବଞ୍ଚିତ ଅଛନ୍ତି। ଏଥିସକାଶେ ଅନ୍‌ଲାଇନ ପାଠପଢ଼ାର ବିକଳ୍ପ ଚିନ୍ତା କରି ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ‘ଶିକ୍ଷା ସମ୍ପର୍କ’ ଆରମ୍ଭ ହେବାକୁ ଯାଉଥିବା ଜଣାପଡିଛି। ଏହି ବ୍ୟବସ୍ଥା ଦ୍ୱାରା ଶିକ୍ଷକମାନେ ଗ୍ରାମାଞ୍ଚଳକୁ ଯାଇ ପିଲାମାନଙ୍କୁ ପାଠ ପଢ଼ାଇବେ। ଏଥିପାଇଁ ବିଭାଗୀୟ ବୈଠକ ଶେଷ ହୋଇସାରିଥିବା ବେଳେ ଆସନ୍ତା ସପ୍ତାହକ ମଧ୍ୟରେ ଘୋଷଣା ହେବ ବୋଲି ଜଣାପଡିଛି।
ସରକାର ଆରମ୍ଭ କରିବାକୁ ଯାଉଥିବା ‘ଶିକ୍ଷା ସମ୍ପର୍କ’ ଅନୁଯାୟୀ, ଶିକ୍ଷକମାନେ ଗାଁରେ ଯାଇ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପଢ଼ାଇବେ। ଗୋଟିଏ ସ୍ଥାନରେ ସର୍ବାଧିକ ୧୦ଜଣ ପିଲାଙ୍କ ପାଠପଢ଼ା ହୋଇପାରିବ। ଗାଁର ଗୋଟିଏ ସ୍ଥାନ ଚୂଡାନ୍ତ କରାଯିବା ସହ ସବୁ କୋଭିଡ୍‌ ନିୟମ ମାନି ପାଠ ପଢ଼ାଯିବ। ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଶିକ୍ଷୟିତ୍ରୀ, ଶିକ୍ଷକମାନେ ପାଳି ଅନୁସାରେ ଗାଁକୁ ଯାଇ ପଢାଇବେ। ପ୍ରଧାନ ଶିକ୍ଷକ ଏ ସମସ୍ତ ବ୍ୟବସ୍ଥାର ତଦାରଖ କରିବେ। ପାଠପଢ଼ା ସ୍ଥାନରେ ଗହଳି ନ ହେବା ପ୍ରତି ଧ୍ୟାନ ଦିଆଯିବ। ଶିକ୍ଷକମାନେ ପିଲାମାନଙ୍କୁ ହୋମଓ୍ବାର୍କ ଦେଇଆସିବେ ଏବଂ ପରଦିନ ସେସବୁକୁ ଠିକ୍‌ଭାବେ ଯାଞ୍ଚ କରିବେ। ଗାଁର କେଉଁଠାରେ ପାଠପଢ଼ା ଲାଗି ସ୍ଥାନ(କୋଠଘର, ପଞ୍ଚାୟତ ଅଫିସ, ଭାଗବତ ଟୁଙ୍ଗି) ଠିକ ହେବ ସେନେଇ ସରପଞ୍ଚଙ୍କ ସହ ଆଲୋଚନା କରାଯାଇ ସ୍ଥିର ହେବ। ସେହିପରି ୯ମରୁ ୧୦ଶ୍ରେଣୀ ପର୍ଯ୍ୟନ୍ତ ସର୍ବାଧିକ ୨୦ରୁ ୨୫ ପିଲାଙ୍କୁ ନେଇ ପାଠପଢ଼ା ହେବ। ସପ୍ତାହକୁ ଗୋଟିଏ ଥର ଅଭିଭାବକଙ୍କ ସହିତ ଶିକ୍ଷକମାନେ ଯୋଗାଯୋଗ କରି ସେମାନଙ୍କ ମତାମତ ନେବେ। ଯେଉଁ ପିଲାମାନେ ଗଁାରେ ପଢ଼ାହେବା ସ୍ଥାନକୁ ନ ଆସିପାରିବେ ସେହି କ୍ଷେତ୍ରରେ ଅନୁପସ୍ଥିତ ଛାତ୍ରୀଛାତ୍ରଙ୍କୁ ଅଡିଓ କଲ୍‌ କରାଯିବ। ଏହାସହ ସ୍କୁଲ ଲାଇବ୍ରେରୀରେ ଥିବା ବହିଗୁଡ଼ିକକୁ ମଧ୍ୟ ଶିକ୍ଷକମାନେ ଗାଁରେ ପଢାହେବା ସ୍ଥାନକୁ ଆଣି ଯୋଗାଇବା ଲାଗି ସ୍ଥିର କରାଯାଇଛି।
‘ଶିକ୍ଷା ସମ୍ପର୍କ’ ବ୍ୟବସ୍ଥାକୁ ଠିକଣା ଢଙ୍ଗରେ ପରିଚାଳନା ପାଇଁ ରାଜ୍ୟ ଏବଂ ଜିଲାସ୍ତରରେ କଣ୍ଟ୍ରୋଲ ରୁମ୍‌ ରହିବ। ଶିକ୍ଷକମାନେ ଗଁାର ଯେଉଁଠି ପାଠ ପଢ଼ାଇବେ ସେଠାରୁ ଫଟୋ ଉଠାଇ ଜିଓ-ଟ୍ୟାଗିଂ କରି ପଠାଇବେ। ପ୍ରଧାନ ଶିକ୍ଷକ ଏସବୁର ଦାୟିତ୍ୱ ତୁଲାଇବା ସହ ପ୍ରତ୍ୟେକ ଶନିବାର ସମୀକ୍ଷା କରିବେ। ବ୍ଲକ ଶିକ୍ଷା ଅଧିକାରୀ(ବିଇଓ), ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ (ସିଆର୍‌ସିସି) ଅଚାନକ ପାଠପଢ଼ା ସ୍ଥାନକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ। କେତେ ଗ୍ରାମରେ ପାଠପଢ଼ା ହେଲା, କେତେ ଛାତ୍ରୀଛାତ୍ର ଭାଗ ନେଇଛନ୍ତି ଏବଂ କେଉଁସବୁ ବିଷୟ କେତେ ସରିଲା ତାହାର ତଥ୍ୟ ସଂଗ୍ରହ କରାଯିବ। ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ହେଲ୍ପଲାଇନ ନମ୍ବର ରହିବ। ଯେଉଁ ଶିକ୍ଷୟିତ୍ରୀ, ଶିକ୍ଷକମାନେ କୋଭିଡ୍‌-୧୯ ଦାୟିତ୍ୱରେ ରହିଛନ୍ତି ସେମାନଙ୍କୁ କୌଣସି ଦାୟିତ୍ୱ ଦିଆଯିବ ନାହିଁ। ଏଭଳି ଅନେକ ନିୟମ କରାଯାଇଥିବାବେଳେ ଆହୁରି ଦୁଇଟି ପ୍ରସ୍ତାବ ଏଥିରେ ଯୋଡ଼ାଯିବ ବୋଲି ଜଣାପଡିଛି। ଶିକ୍ଷକମାନେ ପାଠ ପଢ଼ାଇବାକୁ ଆସିବା ସମୟରେ ସେମାନଙ୍କ ସାନିଟାଇଜେଶନ ଲାଗି ଯାହା ଖର୍ଚ୍ଚ ହେବ ତାହା ସ୍କୁଲ ପାଣ୍ଠିରୁ ଦିଆଯିବ। ଏହାସହ ପରିବର୍ତ୍ତିତ କୋର୍ସ ଅନୁଯାୟୀ ପାଠ ପଢ଼ାଯିବ। ଏହି ନୂଆ ବ୍ୟବସ୍ଥା ଅଗଷ୍ଟ ଶେଷ ସୁଦ୍ଧା ଆରମ୍ଭ ହୋଇପାରେ ବୋଲି ଜଣାପଡ଼ିଛି। ହେଲେ ସହରାଞ୍ଚଳ ପିଲାଙ୍କ କ୍ଷେତ୍ରରେ ଏହି ବ୍ୟବସ୍ଥା ଲାଗୁ ହେବନାହିଁ। ଏହି କ୍ଷେତ୍ରରେ କ’ଣ କରାଯିବ ତାହାକୁ ନେଇ ସରକାର ବିଚାର କରିନାହାନ୍ତି। ସହରାଞ୍ଚଳ ପିଲାଙ୍କ ଲାଗି କିଛି ନୂଆ ବ୍ୟବସ୍ଥା ଆସିପାରେ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri