ଅଶ୍ଳୀଳ ଓ୍ବେବ୍‌ସାଇଟ୍‌ରେ ଏହି ଶିକ୍ଷକ ଦେଉଛନ୍ତି ଗଣିତ ଶିକ୍ଷା, ଭାଇରାଲ ହେଉଛି ଭିଡିଓ

କରୋନା ମହାମାରୀ ଯୋଗୁ ଶିକ୍ଷା ପଦ୍ଧତିରେ ଅନେକ ପରିବର୍ତ୍ତନ ହୋଇଛି। ପିଲା ସ୍କୁଲ ନ ଯାଇ ଅନ୍‌ଲାଇନ ଶିକ୍ଷା ଗ୍ରହଣ କରୁଛନ୍ତି। ଲାଇଭ୍‌ କ୍ଲାସ୍‌କୁ ବାଦ୍‌ ଦେଲେ ପ୍ରି-ରେକର୍ଡେଡ କ୍ଲାସ ଉପରେ ଛାତ୍ରୀଛାତ୍ର ନିର୍ଭରଶୀଳ। ଏହି ସମୟରେ ତାଇଓ୍ବାନର ଜଣେ ଶିକ୍ଷକ ଭିନ୍ନ ଏକ ପନ୍ଥା ଅବଲମ୍ବନ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ।

ତାଇଓ୍ବାନର ଗଣିତ ଶିକ୍ଷକ ଚାଙ୍ଗସୁ ଏକ ନିର୍ଦ୍ଦିଷ୍ଟ ଅଶ୍ଳୀଳ ଭିଡିଓ ଓ୍ବେବ୍‌ସାଇଟ୍‌ରେ ୨୦୦ରୁ ଅଧିକ ଗଣିତ ଶିକ୍ଷାର ଭିଡିଓ ଅପଲୋଡ୍‌ କରିଛନ୍ତି। ପ୍ରଥମେ ଛାଙ୍ଗ୍‌ସୁ ଶିକ୍ଷକ କେବଳ ୟୁଟ୍ୟୁବ୍‌ରେ ନିଜ ଭିଡିଓଗୁଡ଼ିକ ଅପଲୋଡ୍‌ କରୁଥିଲେ। ହେଲେ ୨୦୨୦ରେ ସେ ଅଶ୍ଳୀଳ ଭିଡିଓ ପ୍ଲାଟଫର୍ମରେ ନିଜ ଗଣିତ ଶିକ୍ଷା ଭିଡିଓଗୁଡ଼ିକ ଅପଲୋଡ୍‌ କଲେ। ଗଣିତରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଚାଙ୍ଗସୁ ଦୀର୍ଘ ୧୫ ବର୍ଷ ଧରି ସ୍କୁଲରେ ପଢ଼ାଇ ଆସୁଛନ୍ତି । ଅଶ୍ଳୀଳ ଓ୍ବେବ୍‌ସାଇଟ୍‌ଗୁଡିକର ଲୋକପ୍ରିୟତା ପାଇଁ ଗଣିତ ଭିଡିଓଗୁଡ଼ିକୁ ମଧ୍ୟ ଲୋକେ ପସନ୍ଦ କରୁଛନ୍ତି।

୩୪ ବର୍ଷୀୟ ଶିକ୍ଷକ ଚାଙ୍ଗସୁ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି। ସେ କୁହନ୍ତି, ଏହା ତାଙ୍କ ପାଇଁ ଅତ୍ୟନ୍ତ ଗମ୍ଭୀର ଥିବାବେଳେ ସେ ଆଡଲ୍ଟ ଓ୍ବେବ୍‌ସାଇଟ୍‌ର ବାସ୍ତବତା ବିଷୟରେ ମଧ୍ୟ ଅବଗତ ଅଛନ୍ତି। ସେ ବିଶ୍ୱାସ କରନ୍ତି ଯେ, ତାଙ୍କର ପ୍ରାୟ ୬୦% ଦର୍ଶକ କେବଳ ତାଙ୍କ ଭିଡିଓ ପାଇଁ ମଜା କରନ୍ତି। ଯାହାକି ଶିଖିବାର ପ୍ରକୃତ ଉଦ୍ଦେଶ୍ୟ ନୁହେଁ। ତାଙ୍କର ଏହି ଭିଡିଓଗୁଡ଼ିକ ମଧ୍ୟରୁ ଅନେକ ୧.୬ ମିଲିୟନ ଭ୍ୟୁରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ହେଉଛନ୍ତି ଅଭିଜିତ୍‌ ମଜୁମଦାର: ମେଡିକାଲରୁ ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍‌ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...

ବିଳିବିଳାଉଛନ୍ତି ହାଫିଜ ସଇଦ: ଭାରତକୁ ନେଇ ଏମିତି କହିଦେଲେ, ୫୦ ବର୍ଷ ପର୍ଯ୍ୟନ୍ତ…

ଇସଲାମାବାଦ୍‌,୩୧।୧୨: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା(LeT)ର ପ୍ରତିଷ୍ଠାତା ହାଫିଜ ସଇଦ ଏବଂ ତାଙ୍କର ନିକଟତର ସହଯୋଗୀମାନେ ପୁଣି ଥରେ ଭାରତର ଅପରେଶନ...

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri