ଅଶ୍ଳୀଳ ଓ୍ବେବ୍‌ସାଇଟ୍‌ରେ ଏହି ଶିକ୍ଷକ ଦେଉଛନ୍ତି ଗଣିତ ଶିକ୍ଷା, ଭାଇରାଲ ହେଉଛି ଭିଡିଓ

କରୋନା ମହାମାରୀ ଯୋଗୁ ଶିକ୍ଷା ପଦ୍ଧତିରେ ଅନେକ ପରିବର୍ତ୍ତନ ହୋଇଛି। ପିଲା ସ୍କୁଲ ନ ଯାଇ ଅନ୍‌ଲାଇନ ଶିକ୍ଷା ଗ୍ରହଣ କରୁଛନ୍ତି। ଲାଇଭ୍‌ କ୍ଲାସ୍‌କୁ ବାଦ୍‌ ଦେଲେ ପ୍ରି-ରେକର୍ଡେଡ କ୍ଲାସ ଉପରେ ଛାତ୍ରୀଛାତ୍ର ନିର୍ଭରଶୀଳ। ଏହି ସମୟରେ ତାଇଓ୍ବାନର ଜଣେ ଶିକ୍ଷକ ଭିନ୍ନ ଏକ ପନ୍ଥା ଅବଲମ୍ବନ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ।

ତାଇଓ୍ବାନର ଗଣିତ ଶିକ୍ଷକ ଚାଙ୍ଗସୁ ଏକ ନିର୍ଦ୍ଦିଷ୍ଟ ଅଶ୍ଳୀଳ ଭିଡିଓ ଓ୍ବେବ୍‌ସାଇଟ୍‌ରେ ୨୦୦ରୁ ଅଧିକ ଗଣିତ ଶିକ୍ଷାର ଭିଡିଓ ଅପଲୋଡ୍‌ କରିଛନ୍ତି। ପ୍ରଥମେ ଛାଙ୍ଗ୍‌ସୁ ଶିକ୍ଷକ କେବଳ ୟୁଟ୍ୟୁବ୍‌ରେ ନିଜ ଭିଡିଓଗୁଡ଼ିକ ଅପଲୋଡ୍‌ କରୁଥିଲେ। ହେଲେ ୨୦୨୦ରେ ସେ ଅଶ୍ଳୀଳ ଭିଡିଓ ପ୍ଲାଟଫର୍ମରେ ନିଜ ଗଣିତ ଶିକ୍ଷା ଭିଡିଓଗୁଡ଼ିକ ଅପଲୋଡ୍‌ କଲେ। ଗଣିତରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଚାଙ୍ଗସୁ ଦୀର୍ଘ ୧୫ ବର୍ଷ ଧରି ସ୍କୁଲରେ ପଢ଼ାଇ ଆସୁଛନ୍ତି । ଅଶ୍ଳୀଳ ଓ୍ବେବ୍‌ସାଇଟ୍‌ଗୁଡିକର ଲୋକପ୍ରିୟତା ପାଇଁ ଗଣିତ ଭିଡିଓଗୁଡ଼ିକୁ ମଧ୍ୟ ଲୋକେ ପସନ୍ଦ କରୁଛନ୍ତି।

୩୪ ବର୍ଷୀୟ ଶିକ୍ଷକ ଚାଙ୍ଗସୁ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି। ସେ କୁହନ୍ତି, ଏହା ତାଙ୍କ ପାଇଁ ଅତ୍ୟନ୍ତ ଗମ୍ଭୀର ଥିବାବେଳେ ସେ ଆଡଲ୍ଟ ଓ୍ବେବ୍‌ସାଇଟ୍‌ର ବାସ୍ତବତା ବିଷୟରେ ମଧ୍ୟ ଅବଗତ ଅଛନ୍ତି। ସେ ବିଶ୍ୱାସ କରନ୍ତି ଯେ, ତାଙ୍କର ପ୍ରାୟ ୬୦% ଦର୍ଶକ କେବଳ ତାଙ୍କ ଭିଡିଓ ପାଇଁ ମଜା କରନ୍ତି। ଯାହାକି ଶିଖିବାର ପ୍ରକୃତ ଉଦ୍ଦେଶ୍ୟ ନୁହେଁ। ତାଙ୍କର ଏହି ଭିଡିଓଗୁଡ଼ିକ ମଧ୍ୟରୁ ଅନେକ ୧.୬ ମିଲିୟନ ଭ୍ୟୁରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri