ଅଧିକାର ପାଇଁ ରାଜରାସ୍ତାରେ ଶିକ୍ଷୟିତ୍ରୀ ଶିକ୍ଷକ

ଭୁବନେଶ୍ୱର,୧୭।୮(ଅନୁରାଧା ମହାରଣା)ଦାବି ଦିବସରେ ନିଜ ଅଧିକାର ପାଇବାକୁ ୫୦ହଜାରରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସମାନ କାମକୁ ସମାନ ଦରମା ସହ ୧୦ଦଫା ଦାବି ନେଇ ପୁଣି ଆନ୍ଦୋଳନ ଆରମ୍ଭ କରିଛନ୍ତି। ବୁଧବାର ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ଭୁବନେଶ୍ୱରଠାରେ ବିକ୍ଷୋଭ ସମାବେଶ କରାଯାଇଥିବାବେଳେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅହୋରାତ୍ର ଧାରଣାରେ ବସିବେ ବୋଲି ଆନ୍ଦୋଳନରତ ଶିକ୍ଷୟିତ୍ରୀଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ଚେତାବନୀ ଦେଇଛନ୍ତି। ପ୍ରଥମେ ସେମାନେ ରାଜଧାନୀରେ ଏକାଠି ହେବା ପରେ ମାଷ୍ଟରକ୍ୟାଣ୍ଟିନ ଛକରୁ ପ୍ରତିବାଦ ଯାତ୍ରାରେ ବିଧାନସଭା ଅଭିମୁଖେ ବାହାରିଥିଲେ। ସରକାରୀ ଅବହେଳାରୁ ନିଜ ଅଧିକାରରୁ ବଞ୍ଚତ୍ତ ହୋଇଥିବା ନେଇ ଶିକ୍ଷୟିତ୍ରୀଶିକ୍ଷକ ଓ ଶିକ୍ଷା କର୍ମଚାରୀମାନେ ନାରାବାଜି କରିଥିଲେ। ରାଜ୍ୟର ବିଭିନ୍ନ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଓ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀଙ୍କ ସାମାଜିକ ସୁରକ୍ଷା ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପ୍ରମୁଖ ଅର୍ଥ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟର ଜିଲା ଶିକ୍ଷାଧିକାରୀଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଥିଲା। ମାତ୍ର ଦାବି ପୂରଣ ନ ହେବାରୁ ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିବା କୁହାଯାଇଛି। ଗୋଟିଏ ବିଦ୍ୟାଳୟ ଭିତରେ ସମାନ ଯୋଗ୍ୟତା ଥାଇ ସମାନ କାର୍ଯ୍ୟ କରୁଥିବା ଶିକ୍ଷକଙ୍କ ଭିତରେ ଦରମା, ଚାକିରି ସର୍ତ୍ତାବଳୀ ଆଦିରେ ତାରତମ୍ୟ ନ ରଖିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି। ପ୍ରାଥମିକଠାରୁ ମାଧ୍ୟମିକ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକରେ ଶୂନ୍ୟ ପଡ଼ିଥିବା ଶିକ୍ଷକ ଓ ପ୍ରଧାନଶିକ୍ଷକ ପଦବୀକୁ ତୁରନ୍ତ ପୂରଣ କରାଯାଉ ଓ ଶିକ୍ଷକମାନଙ୍କୁ ଅଣଶୈକ୍ଷିକ କାର୍ଯ୍ୟରେ ନିୟୋଜିତ ନ କରି ସମ୍ପୂର୍ଣ୍ଣ ଶିକ୍ଷଣ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଅନ୍ୟତମ ଦାବି ରଖାଯାଇଛି। ସେହିଭଳି ଚାକିରିରୁ ଅବସର ନେଇଯାଉଥିବା ଶିକ୍ଷକଙ୍କ ପେନ୍‌ସନ୍‌, ଭବିଷ୍ୟନିଧି ପାଣ୍ଠି ମିଳିବାରେ ଅନିୟମିତତା ଦେଖାଯାଉଥିବାରୁ ସେମାନେ ଅମଲାତାନ୍ତ୍ରିକ ଚକ୍ରାନ୍ତର ଶିକାର ହୋଇ ବାରମ୍ବାର ଶିକ୍ଷାବିଭାଗର ବିଭିନ୍ନ ଦପ୍ତରକୁ ଦୌଡ଼ିବାକୁ ବାଧ୍ୟ ହେଉଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ବେତନ ପ୍ରଦାନ, ଅବସର ନେଉଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କୁ ପେନ୍‌ସନ୍‌ ଏବଂ ଅବସରକାଳୀନ ସୁବିଧା ପ୍ରଦାନ, ବିଦ୍ୟାଳୟରେ ଖାଲିପଡ଼ିଥିବା ପଦବୀରେ ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ନିଯୁକ୍ତି, ୬୪୮ ବିଦ୍ୟାଳୟକୁ ସରକାରୀକରଣ, ୧୧୦ ବାଳିକା ବିଦ୍ୟାଳୟ ପ୍ରତି କରାଯାଇଥିବା ଅବିଚାରକୁ ଦୂର କରିବା, ୨୦୦୪ରୁ ୨୦୧୩ ମସିହା ପର୍ଯ୍ୟନ୍ତ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସନାଲ ଇନ୍‌କ୍ରିମେଣ୍ଟ ସହ ବରିଷ୍ଠତା ପ୍ରଦାନ, ୨୮୦୦ଗ୍ରେଡ଼୍‌ ପେ’ରେ ଥିବା ଅସଙ୍ଗତି ଦୂରୀକରଣ, ୪୮ ବର୍ଷରେ ପଦାର୍ପଣ କରିଥିବା ହିନ୍ଦୀ, ସଂସ୍କୃତ ଓ କ୍ରୀଡ଼ା ଶିକ୍ଷକଙ୍କୁ ଟି.ଜି ସ୍କେଲ୍‌ର ମାନ୍ୟତା ପ୍ରଦାନ, ନୂତନ ପେନ୍‌ସନ୍‌ ପରିବର୍ତ୍ତେ ପୁରାତନ ପେନ୍‌ସନ୍‌ର ପୁନଃପ୍ରଚଳନ, ବିଦ୍ୟାଳୟରେ କାର୍ଯ୍ୟରତ କିରାଣିଙ୍କୁ ଯୋଗ୍ୟତାଭିତ୍ତିରେ ପଦୋନ୍ନତି ଓ ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା ଆଦି ଦାବି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri