ଏମ୍‌ଏସ୍‌ଏମ୍‌ଇ ପିସିର ଓଡ଼ିଶା କାର୍ଯ୍ୟାଳୟ

ଭୁବନେଶ୍ୱର,୧୭।୮: ଏମ୍‌ଏସ୍‌ଏମ୍‌ଇ ପ୍ରୋମୋସନ କାଉନସିଲ ଇଣ୍ଡିଆ (ଏମ୍‌ଏସ୍‌ଏମ୍‌ଇପିସିଆଇ)ର ଓଡ଼ିଶା ଶାଖା କାର୍ଯ୍ୟାଳୟ ଭୁବନେଶ୍ୱରର ଖାରବେଳନଗରସ୍ଥିତ ୟୁନିଟ୍‌-୩ ମଲ୍ଲିକ କମ୍ପ୍ଲେକ୍ସଠାରେ ବୁଧବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏସ୍‌ଏସ୍‌ଏମ୍‌ଇପିସିଆଇର ଜାତୀୟ ସମ୍ପାଦକ (ସେଣ୍ଟ୍ରାଲ ନୂଆଦିଲ୍ଲୀ) ଦୁଷ୍ୟନ୍ତ ଯାଦବ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମ୍‌ଏସ୍‌ଏମ୍‌ଇ ପ୍ରମୋସନ କାଉନସିଲ (ପିସି) ଓଡ଼ିଶାର ଚେୟାରମ୍ୟାନ ରବି ମାଝି, ଭାଇସ ଚେୟାରମ୍ୟାନ ଦେବରାଜ ପ୍ରଧାନ, ସାଧାରଣ ସମ୍ପାଦକ ସୁରେନ୍ଦ୍ର ମଲ୍ଲିକ ଏବଂ ଡିଭିଜନାଲ ହେଡ୍‌ ପ୍ରଦୀପ କୁମାର ଚକ୍ର ପ୍ରମୁଖ ଉପସ୍ଥିତ ଥିଲେ।

ବିଶେଷକରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଏମ୍‌ଏସ୍‌ଏମ୍‌ଇ ପ୍ରମୋସନ କାଉନସିଲର ଓଡ଼ିଶା କାର୍ଯ୍ୟାଳୟ ରାଜ୍ୟର ସମସ୍ତ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକ ସହ ଓଡ଼ିଶାର ଶିଳ୍ପୋଦ୍ୟୋଗୀ ତଥା ସାଧାରଣ ବର୍ଗର ଲୋକମାନଙ୍କୁ ମଧ୍ୟ ଆବଶ୍ୟକ ସହଯୋଗ ଓ ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଇବ। ସେହିଭଳି ରାଜ୍ୟରେ କିପରି ଅଧିକରୁ ଅଧିକ ଯୁବ ଉଦ୍ୟୋଗୀ ସୃଷ୍ଟି ହୋଇପାରିବେ ସେ ଦିଗରେ ମଧ୍ୟ ଆବଶ୍ୟକ କାର୍ଯ୍ୟ କରିବା ସହ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଓ ପ୍ରୋତ୍ସାହିତ କରିବ ବୋଲି ମାଝି ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ସବୁ ବର୍ଗର ଲୋକଙ୍କୁ କିଭଳି ରୋଜଗାରର ମୁଖ୍ୟ ସ୍ରୋତକୁ ଅଣାଯାଇପାରିବ, ସରକାରୀ ଯୋଜନା ବିଷୟରେ ବିସ୍ତୃତ ଆଲୋଚନା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଏପରିକି ସବୁ ସ୍ତରରେ ସଚେତନତା ସୃଷ୍ଟି କରିବା ସହ ଯୋଜନାର ପ୍ରଚାର ଓ ପ୍ରସାର କରାଯିବ ବୋଲି ମଲ୍ଲିକ ମତପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଦେଶର ବିକାଶ ପାଇଁ ସରକାର ଅନେକ ଯୋଜନା ଓ ସୁବିଧା ପ୍ରଦାନ କରୁଛନ୍ତି, ହେଲେ ଯୋଜନାର କାର୍ଯ୍ୟକାରିତା ଓ ସଚେତନତା ସେହି ଅନୁସାରେ ହୋଇପାରୁନାହିଁ। ଏପରିକି ସରକାରଙ୍କର କିଛି ନିର୍ଦ୍ଦିଷ୍ଟ ଯୋଜନା ବିଭାଗୀୟସ୍ତରରେ କାର୍ଯ୍ୟ କରୁଛି। କେନ୍ଦ୍ର ସରକାରଙ୍କ ସ୍କିଲ୍‌ ଡେଭଲପମେଣ୍ଟ ଆଣ୍ଡ ଏଣ୍ଟରପ୍ରେନ୍ୟୁୟର୍ସ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଏମ୍‌ଏସ୍‌ଏମ୍‌ଇ ପ୍ରମୋସନ କାଉନସିଲ ଇଣ୍ଡିଆ (ଏମ୍‌ଏସ୍‌ଏମ୍‌ଇପିସିଆଇ) ଉଭୟ ସ୍କିଲ୍‌ ଡେଭଲପେଣ୍ଟ ଆଣ୍ଡ ଏଣ୍ଟରପ୍ରେନ୍ୟୁୟର୍ସ ଓ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମଇ)ର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଉପରେ କାର୍ଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

ମୁମ୍ବାଇ,୧୮ା୮: ମୁମ୍ବାଇର ଜବାହରଲାଲ ନେହେରୁ ବନ୍ଦର ନିକଟ କଣ୍ଟେନର ଫ୍ରେଇଟ୍‌ ଷ୍ଟେଶନରେ ମକା ଚାଲାଣ ଭିତରୁ ୫୫ କେ.ଜି. ମେଥାମ୍ଫେଟାମାଇନ୍‌ ଜବତ ହୋଇଛି। ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ…

ଶାହରୁଖଙ୍କ ଘରେ ସାପ

ମୁମ୍ବାଇ,୧୮ା୮: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ମୁମ୍ବାଇ ବାସଭବନ ମାନତ୍‌ରୁ ସୋମବାର ରାତିରେ ୨ଟି ସାପ ଦେଖିବାକୁ ମିଳିଥିଲା। ବାସଭବନ ବଗିଚାର ଏକ ସେଡ୍‌ ତଳେ ସାପ…

ହୋଇଗଲା କି Ayesha Khanଙ୍କ ନିର୍ବନ୍ଧ? ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ରୋମାଣ୍ଟିକ ଫଟୋ ଶେୟାର କରି ଚମକାଇଲେ

ମୁମ୍ବାଇ: ଟିଭି ଏବଂ ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ ଆୟଶା ଖାନ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି। ’ବିଗ ବସ 17’ ରୁ ଆରମ୍ଭ…

ଲଗାଣ ବର୍ଷା: ଏହି ଜିଲାରେ ବନ୍ଦ ରହିବ ସମସ୍ତ ସ୍କୁଲ

ସୁନ୍ଦରଗଡ଼, ୧୮ା୮(ଜୟ ନାରାୟଣ ମେଣ୍ଡୁଳି)- ଲଗାଣ ବର୍ଷା ସହ ପ୍ରତିକୂଳ ପାଗ ଜାରି ରହିଥିବାରୁ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ବୁଧବାର…

ମହିଳା ହକି ବିଶ୍ୱକପ୍‌ରେ ଭାରତର ବଡ଼ ବିଜୟ

ଆମଷ୍ଟେଲଭିନ୍‌,୧୮ା୮: ଓଡ଼ିଆ ଝିଅ ସୁନେଲିତା ଟପ୍ପୋଙ୍କ ଗୋଲ ବଳରେ ଚଳିତ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ୬-୧ ଗୋଲରେ ଦକ୍ଷିଣ…

କାର୍ଯ୍ୟବନ୍ଦ ଚେତାବନୀ ଦେଲେ ହସ୍ପିଟାଲ କର୍ମଚାରୀ

ନବରଙ୍ଗପୁର,୧୮।୮(ସଦାଶିବ ପ୍ରହରାଜ): ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଅଲ୍‌ ଓଡ଼ିଶା ହସ୍ପିଟାଲ କର୍ମଚାରୀ ସଂଘ ନବରଙ୍ଗପୁର ଜିଲା ଶାଖା। ମଙ୍ଗଳବାର ଭାରତୀୟ…

୨୦୨୫ ପାଇଁ ଖେଳରତ୍ନ ପୁରସ୍କାର ନାହିଁ, ତେଜସ୍ବିନ, ଦିବ୍ୟା, ଗାୟତ୍ରୀଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ, ୧୮ା୮- ୨୦୨୫ ବର୍ଷ ଲାଗି କୌଣସି ଆଥଲେଟ୍‌ଙ୍କୁ ସମାନ୍‌ଜନକ ଧ୍ୟାନ୍‌ ଚାନ୍ଦ ଖେଳରତ୍ନ ପୁରସ୍କାର ଦିଆଯିବ ନାହିଁ। ଏ ନେଇ କ୍ରୀଡ଼ା ମନ୍ତ୍ରଣାଳୟ ମଙ୍ଗଳବାର ନିଷ୍ପତ୍ତି…

ଜେଲ୍‌ରୁ ମୁକୁଳିଲେ ମାଓନେତା ଆଜାଦ୍: ୧୫ ବର୍ଷରୁ ଅଧିକ ଜେଲ୍ ଦଣ୍ଡ ପରେ…

ଗଜପତି,୧୮।୮(ଗିରିଧାରୀ ପରିଛା): ଦୀର୍ଘ ୧୫ ବର୍ଷ, ୨ ମାସ ଏବଂ ୧୮ ଦିନ ଜେଲରେ ବିଚାରାଧୀନ କୈଦୀ ଭାବେ ରହିବା ପରେ ଶେଷରେ ମୁକ୍ତି ପାଇଛନ୍ତି ମାଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri