କଟକ,୨୪।୬(ପ୍ରଭୁ କଲ୍ୟାଣ ପାଲ): ଅପ୍ରାକୃତିକ ଯୌନ ଲାଳସା ହେଲା କାଳ। ନାବାଳକଙ୍କୁ ବଳାତ୍କାର କରି ଫସିଲେ ଉର୍ଦ୍ଦୁ ଶିକ୍ଷକ। ଟ୍ୟୁସନ ବାହାନାରେ ନାବାଳକକୁ ବାରମ୍ବାର ପକାଉଥିଲେ ଲୋଲୁପ ଦୃଷ୍ଟି। ଆଉ ଶେଷରେ କରି ବସିଲେ ଏପରି କାମ, ଯାହା ଗୁରୁ ଶିଷ୍ୟ ପଦ ମର୍ଯ୍ୟାଦାକୁ ସବୁଦିନ ପାଇଁ କଳଙ୍କିତ କରିଛି। କଟକ କ୍ୟାଣ୍ଟନେକଣ୍ଟ ଅଂଚଳରେ ଘଟିଛି ଏପରି ଘଟଣା। ଘରକୁ ଟ୍ୟୁସନ କରିବାକୁ ଆସି ନାବାଳକକୁ ବଳପୂର୍ବକ ବଳାତ୍କାର କରିଥିଲେ । ତେବେ ଏହି ବଳାତ୍କାର ମାମଲାରେ ଅଭିଯୁକ୍ତ ହଫିଜ ନୁର ଅର୍ତ୍ତାଜ ଓରଫ ଅଖତରକୁ ସଜା ଶୁଣାଇଲେ କଟକ ଫାଷ୍ଟଟ୍ରାକ -୧ ଅଦାଲତ। ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସଜା ଶୁଣାଇଛନ୍ତି କୋର୍ଟ ।ଜରିମାନା ବାବଦ ୧୦,୦୦୦ ଟଙ୍କା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।ଏହାବ୍ୟତୀତ ଜରିମାନା ଅନାଦେୟ ଏକବବର୍ଷ ଅଧିକ କାରାଦଣ୍ଡାଦେଶ ପାଇଁ କୋର୍ଟ ିର୍ଦ୍ଦେଶ ଦେଇଛନ୍ତି । କ୍ଷତିପୂରଣ ରାଶି ବାବଦ ନାବାଳିକଙ୍କୁ ୪ ଲକ୍ଷ ଟଙ୍କା ଦେବା ପାଇଁ ଜିଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲରୁ ପ୍ରକାଶ ଯେ ୨୦୨୫ ଅଗଷ୍ଟ ୨୩ ତାରିଖରେ କଟକ କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଘଟିଥିଲା ଏହି ଘଟଣା। ଅଭିଯୁକ୍ତ ଜଣେ ଉର୍ଦ୍ଦୁ ଶିକ୍ଷକ ଥିଲେ ଓ ପୀଡିତକୁ ତାଙ୍କ ଘରେ ପଢ଼ାଉଥିଲେ । ପଢେଇବା ବାହାନାରେ ବାରମ୍ବାର ନାବାଳକକୁ ବଳପୂର୍ବକ ବଳାତ୍କାର କରିଥିଲେ। ଏନେଇ ନାବାଳକ ଜଣଙ୍କ ଘରେ କହିବା ପରେ ସଙ୍ଗେସଙ୍ଗେ ସ୍ଥାନୀୟ ଥାନାରେ ମାମଲା ଦାୟର କରିଥିଲେ ପରିବାର। ଏତଲା ଦେବା ପରେ ତଦନ୍ତ ଆଧାରରେ ଅନେକ ପ୍ରମାଣ ପୋଲିସ ହସ୍ତଗତ କରିଥିଲା ।ଏହାପରେ ସିଧାସଳଖ ଅଭିଯୁକ୍ତ ଅଖତରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ସମସ୍ତ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଅଭିଯୁକ୍ତଙ୍କୁ କାରାଦଣ୍ଡ ଶୁଣାଇଛନ୍ତି ଅଦାଲତ।ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଏସ ଏନ ଦାସ ମାମଲା ପରିଚାଳନା କରୁଥିଲେ।