ଚାର୍ଟାର୍ଡ ଆକାଉଣ୍ଟାଣ୍ଟରୁ ଶିକ୍ଷା ଗୁରୁ

ଭୁବନେଶ୍ୱର,୪।୬(ବ୍ୟୁରୋ): ଡ. ବିଜୟ କୁମାର ସାହୁ। ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିତ୍ୱ। ୧୯୬୩ ଜୁନ୍‌ ୧ରେ ଖୋର୍ଦ୍ଧା ଜିଲାରେ ଜନ୍ମଗ୍ରହଣ କରିଥିବା ବିଜୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ଓଡ଼ିଶାରେ ଶିକ୍ଷାର ପରିବର୍ତ୍ତନ ଥିଲା ତାଙ୍କର ସ୍ବପ୍ନ। ଭୁବନେଶ୍ୱରରେ ପ୍ରତିଷ୍ଠା କରିଥିଲେ ସାଇ ଇଣ୍ଟରନ୍ୟାଶନାଲ ଏଜୁକେଶନାଲ ଗ୍ରୁପ୍‌। ଯେଉଁଥିରେ ୪ଟି ଶିକ୍ଷାନୁଷ୍ଠାନ ରହିଛି। ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ(ଏଜୁକେଶନ ଓ୍ବାର୍ଲଡ ସ୍କୁଲ ର଼୍ୟାଙ୍କିଙ୍ଗ୍‌ ୨୦୨୦ରେ ଭାରତରେ ର଼୍ୟାଙ୍କ-୧ ପାଇଛି), ସାଇ ଆଙ୍ଗନ, ସାଇ ଇଣ୍ଟରନ୍ୟାଶନାଲ ରେସିଡେନ୍‌ସିଆଲ ସ୍କୁଲ ଓ ସାଇ ଇଣ୍ଟରନ୍ୟାଶନାଲ କଲେଜ ଅଫ୍‌ କମର୍ସ। ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, କଷ୍ଟ୍‌ ଆକାଉଣ୍ଟାଣ୍ଟ, ଆଇନରେ ସ୍ନାତକ କରିଥିବା ବିଜୟ ସାହୁ କେବଳ ଜ୍ଞାନ ଆହରଣ କରିବା ନୁହେଁ ବରଂ ଏହାକୁ ବିସ୍ତାର କରିବା ପାଇଁ ନିରନ୍ତର ଚେଷ୍ଟା କରିଥିଲେ। ଏକାଡେମିକ୍‌ ଉତ୍କର୍ଷ ତଥା ଶିକ୍ଷା ମାଧ୍ୟମରେ ଏକ ଉନ୍ନତ ଭାରତ ଗଠନ ପାଇଁ ସେ ୟୁଏସ୍‌ ହାର୍ଭାର୍ଡ ଗ୍ରାଜୁଏଟ୍‌ ସ୍କୁଲ୍‌ ଅଫ୍‌ ଏଜୁକେଶନ୍‌, ବ୍ରିଟେନ ନ୍ୟାଶନାଲ୍‌ କଲେଜ୍‌ ଫର୍‌ ସ୍କୁଲ୍‌ ଲିଡରଶିପ୍‌, ସିଙ୍ଗାପୁରସ୍ଥିତ ଏସୀୟ ଅନ୍ତର୍ଜାତୀୟ କଲେଜ ଆଦି ପ୍ରତିଷ୍ଠିତ ଅନୁଷ୍ଠାନରୁ ତାଲିମ ହାସଲ କରିଥିଲେ। ରାଜ୍ୟ ସରକାର ତାଙ୍କୁ ୨୦୧୯ ଜୁନ୍‌ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ପରାମର୍ଶଦାତା ଭାବେ ଦାୟିତ୍ୱ ଦେଇଥିଲେ। ସେ ଭାରତର ଉପରାଷ୍ଟ୍ରପତିଙ୍କ ଠାରୁ ୨୦୨୧ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ଡକ୍ଟର ଅଫ୍‌ ଲିଟରେଚର ସମ୍ମାନ ଗ୍ରହଣ କରିଥିଲେ। ଗତ ଏପ୍ରିଲରେ ‘ଧରିତ୍ରୀ’ ଓ ‘ଓଡ଼ିଶାପୋଷ୍ଟ’ ପକ୍ଷରୁ ଆୟୋଜିତ ‘ବିଜ୍‌ନେସ୍‌ ଏମିନେନ୍ସ ଆଓ୍ବାର୍ଡ’ କାର୍ଯ୍ୟକ୍ରମରେ ତାଙ୍କୁ ବିଶିଷ୍ଟ ଶିକ୍ଷା ଉଦ୍ୟୋଗୀ ଭାବେ ସମ୍ମାନିତ କରାଯାଇଥିଲା।

ଦୈନନ୍ଦିନ ଖର୍ଚ୍ଚ ପାଇଁ ଟ୍ୟୁଶନ କରୁଥିଲେ
ଭୁବନେଶ୍ୱର ଡିଏମ୍‌ ସ୍କୁଲରୁ ଶିକ୍ଷା ଆରମ୍ଭ କରି ୧୯୮୦ରେ ସେ ସେଠାରୁ ଦ୍ୱାଦଶ ପାସ୍‌ କରିଥିଲେ। ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବାରୁ ଫି’ ଅଳ୍ପ ଥିଲା। ତେବେ ଅଧ୍ୟୟନରେ ଭଲ ପ୍ରଦର୍ଶନ କରୁଥିବାରୁ ତାଙ୍କୁ ବାର୍ଷିକ ୬୦୦ଟଙ୍କା ଷ୍ଟାଇପେଣ୍ଡ ମିଳୁଥିଲା। ଯାହା ତାଙ୍କୁ ଟ୍ୟୁଶନ ଫି’ ଦେବା ସହିତ ଅନ୍ୟାନ୍ୟ ଖର୍ଚ୍ଚ କରିବାରେ ସାହାଯ୍ୟ କରିଥିଲା। କିନ୍ତୁ କଲେଜ ସମୟରେ ନିଜ ଦୈନନ୍ଦିନ ଖର୍ଚ୍ଚ ପାଇଁ ସେ ଟ୍ୟୁଶନ କରୁଥିଲେ।

କାନ୍ଧରେ ଥିଲା ପରିବାର ଦାୟିତ୍ୱ
ବାପା ଜଣେ ଛୋଟ ବ୍ୟବସାୟୀ ଥିବାରୁ ପରିବାର ଚଳାଇବା ପାଇଁ ତାଙ୍କ ରୋଜଗାର ଯଥେଷ୍ଟ ନ ଥିଲା। ତେଣୁ ୧୯୮୨ରେ ସେ କଲିକତା ଯାଇ ଚାର୍ଟାର୍ଡ ଆକାଉଣ୍ଟାନ୍ସି ପାଇଁ ନାମ ଲେଖାଇବା ସହିତ କଲକିତାର ଏକ କମ୍ପାନୀରେ ଆର୍ଟିକିଲଶିପ୍‌ କରୁଥିଲେ। ଏହି ସମୟରେ ତାଙ୍କୁ ମାସକୁ ୬୦୦ଟଙ୍କା ଷ୍ଟାଇପେଣ୍ଡ ମିଳୁଥିଲା। ପରିବାରର ଦାୟିତ୍ୱ ତାଙ୍କ କାନ୍ଧ ଉପରେ ଥିବାରୁ ସେ ମିଳୁଥିବା ଷ୍ଟାଇପେଣ୍ଡରୁ ଟଙ୍କା ସଞ୍ଚୟ କରୁଥିଲେ। ତେଣୁ ସେ ଏକ ଡାକଘରର ଓ୍ବାଚ୍‌ମ୍ୟାନ ସହିତ ଏକ ରୁମ୍‌ରେ ମିଶିକି ରହୁଥିଲେ। ଭଡ଼ା ହିସାବରେ ପ୍ରତି ମାସରେ ସେ ୧୦୦ ଟଙ୍କା ଦେଉଥିଲେ।

ଶିକ୍ଷା ପରିବର୍ତ୍ତନ ପାଇଁ ବୁଲିଥିଲେ ବିଶ୍ୱର ପ୍ରାୟ ୨୫୦ ବିଦ୍ୟାଳୟ
ଜଣେ ଭଲ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହୋଇ ସଫଳତା ପାଇଥିଲେ ମଧ୍ୟ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ତାଙ୍କର ପ୍ରବଳ ଇଚ୍ଛା ଥିଲା। ଶିକ୍ଷା ହେଉଛି ଏକ ମୌଳିକ ଆବଶ୍ୟକତା ଯାହା ଦେଶର ଭବିଷ୍ୟତକୁ ମଧ୍ୟ ବଦଳାଇ ପାରିବ। ଶିକ୍ଷା ତାଙ୍କର ପେଷା ଥିଲା। ତେଣୁ ସେ ନିଜ ବୃତ୍ତିକୁ ତ୍ୟାଗ କରି ପେଷାକୁ ଆପଣାଇଥିଲେ। ତେଣୁ ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ କଣ ଉନ୍ନତି ଅଣାଯାଇପାରିବ, ସେଥିପାଇଁ ସେ ୧୯୯୭-୨୦୦୬ ମଧ୍ୟରେ ବିଶ୍ୱର ପ୍ରାୟ ୨୫୦ ବିଦ୍ୟାଳୟ ପରିଦର୍ଶନ କରି ସେମାନଙ୍କ ଶିକ୍ଷାର ସ୍ତର କଣ ଜାଣିବା ପାଇଁ ଯାଇଥିଲେ। ୨୦୦୭ରେ ସେ ବିଶ୍ୱସ୍ତରୀୟ ସୁବିଧା ଥିବା ଏକ ବିଦ୍ୟାଳୟ ଖୋଲିବାକୁ ସ୍ଥିର କରିବା ସହ ବ୍ୟାଙ୍କରୁ ଋଣ ଆଣି ସେହିବର୍ଷ ଫେବୃୟାରୀ ୧୪ରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୦୮ ଏପ୍ରିଲ ୪ରେ ସ୍କୁଲ ଖୋଲିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri