ଶ୍ରୀମନ୍ଦିର ପାଇଁ ପଞ୍ଚବାର୍ଷିକ ଯୋଜନା: ମରାମତି ହେବ ପାର୍ଶ୍ୱ ଦେବଦେବୀ ମନ୍ଦିର

ପୁରୀ ଅଫିସ,୪।୬: ଶ୍ରୀମନ୍ଦିର ପରିସରରେ ଥିବା ପାର୍ଶ୍ୱ ଦେବଦେବୀ ମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ ନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ)କୁ ମନ୍ଦିର ପ୍ରଶାସନ ଅବଗତ କରାଇବା ସତ୍ତ୍ୱେ ପଦକ୍ଷେପ ନିଆଯାଇ ନ ଥିଲା। ଗୁରୁବାର ଭିଡିଓ କନ୍‌ଫରେନ୍ସରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ମନ୍ଦିର ରକ୍ଷଣାବେକ୍ଷଣ ସଂକ୍ରାନ୍ତ ବାର୍ଷିକ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଛି। ଶ୍ରୀମନ୍ଦିର ଗର୍ଭଗୃହ ସମେତ ପାର୍ଶ୍ୱ ଦେବଦେବୀ ମନ୍ଦିରର ମରାମତି ଓ ରକ୍ଷଣାବେକ୍ଷଣ ନିମନ୍ତେ ଏକ ପଞ୍ଚବାର୍ଷିକ ଯୋଜନା ପ୍ରସ୍ତୁତ କରାଯିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। କୋଭିଡ୍‌ କଟକଣା ମଧ୍ୟରେ ଗର୍ଭଗୃହ ଓ ପାର୍ଶ୍ୱ ଦେବଦେବୀଙ୍କ ମନ୍ଦିର ମରାମତି କାର୍ଯ୍ୟ କରାଯିବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀମାନେ ମିଳିତ ଭାବେ ୫ବର୍ଷ ଲାଗି ଏକ ଯୋଜନା ପ୍ରସ୍ତୁତ କରିବେ। ଜୁଲାଇ ୧୨ରେ ଘୋଷଯାତ୍ରା। ଏହି ସମୟରେ ୯ଦିନ ଶ୍ରୀମନ୍ଦିରରେ ତିନିଦିଅଁ ରହିବେ ନାହିଁ। ତେଣୁ ଉକ୍ତ ସମୟରେ ଗର୍ଭଗୃହ ମରାମତି ସହ କେମିକାଲ ଫିଲିଂ ଓ ପଲିସିଂ କରାଯିବ। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଅଧ୍ୟକ୍ଷତା କରିଥିଲେ। ପ୍ରତ୍ନତତ୍ତ୍ବ ବିଭାଗର ଅତିରିକ୍ତ ଡିଜି ଜନଓହ୍ବିଜ୍‌ ଶର୍ମା, ବିଜ୍ଞାନ ସଂରକ୍ଷଣ ବିଭାଗ ନିର୍ଦ୍ଦେଶକ ରାମ୍‌ଜୀ ନିଗମ, ଭାରତୀୟ ପ୍ରାଦ୍ୟୋଗିକ ପ୍ରତିଷ୍ଠାନର ପୂର୍ବତନ ପ୍ରଫେସର ଏ.ପି. ଗୁପ୍ତା, ବିଶେଷଜ୍ଞ ଡି.ପି. ମିଶ୍ର, ବିନ୍ଦେଶ୍ୱର ପାତ୍ର ଏବଂ ବି.କେ. ରଥ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଣ୍ଣାୟକ ଭୂମିକା ନେବେ ବସ୍ତିବାସିନ୍ଦା

ବାରିପଦା ଅଫିସ,୧୫।୩ ମୟୂରଭଞ୍ଜ ଜିଲାରେ ପଞ୍ଚାୟତ ନିର୍ବାଚନ ସରିବା ପରେ ପୌର ନିର୍ବାଚନ ଉଷ୍ମତା ବୃଦ୍ଧି ପାଇଛି। ଜିଲା ପରିଷଦ ନିର୍ବାଚନରେ ଅପୂର୍ବ ସଫଳତା ହାସଲ...

ସୋଲାର ସିଷ୍ଟମ୍‌ ନଳକୂପ ଅଚଳ: ଫେଲ୍‌ ମାରିଛି ଯୋଜନା

ଝୁମ୍ପୁରା, ୧୭।୭ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଖଣି କ୍ଷତିଗ୍ରସ୍ତ ଅଞ୍ଚଳ ଭାବେ ପ୍ରଥମ ଭାଗରେ ଚିହ୍ନଟ ହୋଇଥିବା ୫ଟି ପଞ୍ଚାୟତ (ବସନ୍ତପୁର, ମଲଦା,...

ଆଜି ସରିବ ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ଯୁକ୍ତ୨ ପ୍ରଥମ ବର୍ଷ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ବୁଧବାର ଶେଷ ହେବ। ସନ୍ଧ୍ୟାରେ ନାମଲେଖା ସମ୍ପର୍କିତ ଚୂଡ଼ାନ୍ତ ତଥ୍ୟ ଇ-ସ୍ପେସ୍‌ରେ ପ୍ରକାଶ...

ଦୁର୍ଘଟଣାରେ ଗଲା ଶିଶୁକନ୍ୟାଙ୍କ ଜୀବନ, ଟ୍ରକ ଜାଳି ଦେଲେ ଲୋକେ

ଝାରସୁଗୁଡ଼ା ଅଫିସ,୨୦।୮: ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ରାସ୍ତାର ଛତ୍ରିଆକଣ୍ଟା ଗ୍ରାମ ନିକଟରେ ଶୁକ୍ରବାର ରାତିରେ ଏକ ମାଲବୋଝେଇ ଟ୍ରକ ବାଇକ୍‌କୁ ଧକ୍କା ଦେଇଥିଲା। ଏଥିରେ...

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଚାଉଳ ମିଳିଲା

ଜହ୍ନାପଙ୍କ, ୧୭।୪ (ଡି.ଏନ.ଏ.): ବର୍ତ୍ତମାନ କରୋନା ପାଇଁ ଲକ୍‌ ଡାଉନ ଯୋଗୁ କାମ ଧନ୍ଦା ଠପ୍‌ ହୋଇଯାଇଛି । ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର...

ଏନ୍‌ଡିଆର୍‌ଏଫ୍‌ର ୪୯ ଯବାନ କରୋନା ପଜିଟିଭ

କଟକ ଅଫିସ,୯।୬: ପଶ୍ଚିମବଙ୍ଗରୁ ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ସାରି ଫେରିଥିବା ଏନ୍‌ଡିଆର୍‌ଏଫ୍‌ ଟିମ୍‌ର ଆଉ ୪୯ କରୋନା ଆକ୍ରାନ୍ତ ହୋଇଛନ୍ତି। ସୋମବାର ସେମାନଙ୍କ ସ୍ବାବ୍‌...

କୋରାପୁଟରେ ଖାତା ଖୋଲିପାରିଲା ନାହିଁ ଭାଜପା

କୋରାପୁଟ,୨୬।୩(ସ୍ବ.ପ୍ର.): କୋରାପୁଟ ଏନଏସିରେ ବିଜେଡି ପୌରାଧ୍ୟକ୍ଷ ଆସନ ହାତେଇଛି। ବିଜେଡିର ଲଲାଟ ରଞ୍ଜନ ସେଠୀ ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତିା ଲଳାଟ କଂଗ୍ରେସର ଦେବାନନ୍ଦ ବେହେରାଙ୍କୁ...

ଘାଟିରେ ଓଲଟିଲା ପେପର ବୋଝେଇ ଟ୍ରକ୍‌

ଦିଗପହଣ୍ଡି,୨୧।୨(ଡି.ଏନ୍‌.ଏ.): ଗଞ୍ଜାମ – ଗଜପତି ସୀମାନ୍ତ ପାଟପୁର ଥାନା ଅଧୀନ ତପ୍ତପାଣି ଘାଟି ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଏକ ପେପର ବୋଝେଇ ଟ୍ରକ ଓଲଟି...

Advertisement
Archives

Model This Week