ଗୁରୁଦିବସରେ ଗଲା ଗୁରୁଙ୍କ ଜୀବନ

ରୂପସା,୫।୯(ଡି.ଏନ୍‌.ଏ.): ଗୁରୁ ଦିବସରେ ସଡ଼କ ଦୁର୍ଘଟଣାରେ ଚାଲିିଯାଇଛି ଆଦର୍ଶ ଗୁରୁଙ୍କ ଜୀବନ। ସ୍କୁଲରୁ ଘରକୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା। ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ଥାନା ଭୋଲୋରା ଛକ ନିକଟରେ ରବିବାର ୨ଟି ବାଇକ୍‌ ସାମ୍ନାସାମ୍ନି ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ବସ୍ତା ଥାନା ବେଣାପୁରା ଗ୍ରାମର ଭବାନୀ ମହାପାତ୍ରଙ୍କ ମୃତ୍ୟୁ ହୋଇଛି। ସେ ସ୍ଥାନୀୟ ବାଗଲଡ଼ିହା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ଗୁରୁଦିବସ ଥିବାରୁ ସେ ସ୍କୁଲକୁ ଯାଇଥିଲେ। କାର୍ଯ୍ୟକ୍ରମ ସାରି ଘରକୁ ବାଇକ୍‌ ଯୋଗେ ଫେରୁଥିଲେ। ହେଲେ ଭେଲୋରା ନିକଟରେ ବିପରିତ ଦିଗରୁ ଆସୁଥିବା ଏକ ବାଇକ୍‌ ସହିତ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଶିକ୍ଷକଙ୍କୁ ଆମ୍ବୁଲାନ୍ସ ଯୋଗେ ବସ୍ତା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବସ୍ତା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।