ଆୟକର ବ୍ୟବସ୍ଥାରେ ଦକ୍ଷ କରାଇବ ଟ୍ୟାକ୍ସବଡ଼ି

ଭୁବନେଶ୍ୱର,୧୧।୧୦: ଦେଶର ପ୍ରମୁଖ ଇନ୍‌କମ୍‌-ଟ୍ୟାକ୍ସ ଇ-ଫାଇଲିଙ୍ଗ୍‌ ପ୍ଲାଟ୍‌ଫର୍ମ ଟ୍ୟାକ୍ସବଡ଼ି ପକ୍ଷରୁ ଏକ ‘ଇନ୍‌କମ୍‌-ଟ୍ୟାକ୍ସ ଏକ୍ସପର୍ଟ କୋର୍ସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଆୟକର ଦାଖଲ, ଟିକସ ସମ୍ବନ୍ଧିତ ପରାମର୍ଶ, ଟିକସ ଯୋଜନା ଏବଂ ବିଜ୍ଞପ୍ତି ପରିଚାଳନା ଭଳି ବିଭିନ୍ନ ବ୍ୟବହାରିକ ଦିଗ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ ସହ ଜ୍ଞାନ ଆହରଣ ପାଇଁ ଆବଶ୍ୟକ ଶିକ୍ଷା ପ୍ରଦାନ କରୁଛି। ଏହି ପ୍ରୋଗ୍ରାମ ସମସ୍ତ ଆୟକର ବ୍ୟବସ୍ଥା ଓ ସେଗୁଡିକର ପ୍ରୟୋଗକୁ ଅନ୍ତର୍ଭୁକ୍ତ କରିବ ଏବଂ ବିଦେଶୀ ଆୟ, ଇଏସ୍‌ପିପି, ଆର୍‌ଏସ୍‌ୟୁ, ଏଫ୍‌ଆଣ୍ଡ୍‌ଓ ଓ କ୍ରିପ୍ଟୋ ଇନ୍‌କମ୍‌ ଭଳି ସ୍ବତନ୍ତ୍ର ମାମଲାଗୁଡିକ ସହ ଇନ୍‌କମ୍‌ ଟ୍ୟାକ୍ସ ପୋର୍ଟାଲ ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରିବ। ଏହି କୋର୍ସ ଜରିଆରେ ୪ମାସର ଇଣ୍ଟେନସିଭ୍‌ ପ୍ରୋଗ୍ରାମ ସୁବିଧା ମଧ୍ୟ ରହିଛି, ଯେଉଁଥିରେ ୧୦୦ ଘଣ୍ଟାର ଲାଇଭ୍‌ ସେସନ ଓ ସାପ୍ତାହିକ ମୂଲ୍ୟାଙ୍କନ ଆଦି ସାମିଲ ରହିଛି। ଏହା ମୁମ୍ବାଇଭିତ୍ତିକ ସଂସ୍ଥା ହୋଇଥିବା ବେଳେ ଭାରତରେ ଅନ୍‌ଲାଇନ୍‌ ଟିକସ ଦାଖଲ, ଟିକସ ପ୍ଲାନିଙ୍ଗ୍‌ ଓ ଟିକସ ପରାମର୍ଶ ସେବା କ୍ଷେତ୍ରରେ ବିଶେଷଜ୍ଞତା ହାସଲ କରିଛି। ଟ୍ୟାକ୍ସବଡିର ଅନ୍ତର୍ନିହିତକାରୀ ଇ-ଫାଇଲିଙ୍ଗ୍‌ ଆପ୍ଲିକେଶନ ଠିକ୍‌ ଟିକସ ରିଟର୍ନ ଦାଖଲ କରିବା ସୁନିଶ୍ଚିତ କରିଥାଏ। ଏହା ଟିକସଦାତାଙ୍କ ପାଇଁ ଏକ ସୁଲଭ ମୂଲ୍ୟରେ ବିଶେଷଜ୍ଞଙ୍କ ପରାମର୍ଶ ଉପଲବ୍ଧ କରିବା ଲାଗି ଟେକ୍ନୋଲୋଜିର ବ୍ୟବହାର କରିଥାଏ। ଏହି ପ୍ଲାଟ୍‌ଫର୍ମ ମୋବାଇଲ ଆପ୍‌, ୱେବ୍‌ ବ୍ରାଉଜର ଓ ହ୍ବାଟ୍‌ସଆପ୍‌ରେ ମଧ୍ୟ ଉପଲବ୍ଧ ରହିଛି, ଯାହା ଏହାର ସବ୍‌ସ୍କ୍ରାଇବରଙ୍କୁ ଟ୍ୟାକ୍ସବଡିର ଟିକସ ବିଶେଷଜ୍ଞଙ୍କ ସହଯୋଗରେ ଟିକସ ରିଟର୍ନ ଦାଖଲ କରିବା ପାଇଁ ସକ୍ଷମ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri