୮୪୯୦ ଶାଖାରେ ବ୍ୟାଙ୍କିଙ୍ଗ୍‌ ସେବା ଯୋଗାଉଛି ଆଇପି

ଭୁବନେଶ୍ୱର,୧୧।୧୦: ଗତ ବର୍ଷକ ମଧ୍ୟରେ ଭାରତୀୟ ଡାକ ବା ଇଣ୍ଡିଆନ ପୋଷ୍ଟ (ଆଇପି)ର ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍‌ସ ବ୍ୟାଙ୍କ (ଆଇପିପିବି) ଓଡ଼ିଶାର ଲୋକ ଓ ଗ୍ରାହକଙ୍କର ଆଦର ଲାଭ କରିଛି। ବିଶେଷକରି ଉଭୟ ଘରୋଇ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭଳି ଆଇପିପିବି ମଧ୍ୟ ସମସ୍ତ ପ୍ରକାରର ବ୍ୟାଙ୍କିଙ୍ଗ ସେବା ସୁବିଧା ତା’ର ଗ୍ରାହକମାନଙ୍କୁ ଯୋଗାଇ ଦେଉଛି ବୋଲି ବିଶ୍ୱ ଡାକ ଦିବସ ଏବଂ ଜାତୀୟ ଡାକ ସପ୍ତାହ ପରିପ୍ରେକ୍ଷୀରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଡିପିଏସ୍‌ ସୁବାସ ଚନ୍ଦ୍ର ବାରିକ ଏଭଳି କିଛି କହିଥିଲେ। ସେହିଭଳି ଆଗାମୀ ଦିନରେ ଭାରତୀୟ ଡାକ ଓ ଡାକ କର୍ମଚାରୀ ସବୁ ପ୍ରକାରର ଡାକ ବାବଦୀୟ ସେବା ସହ ଡାକ ବ୍ୟାଙ୍କ ସେବା ଯୋଗାଇବା ପାଇଁ ସବୁ ବର୍ଗର ଗ୍ରାହକଙ୍କ ଘରକୁ ଯିବେ ବୋଲି ବାରିକ ମତବ୍ୟକ୍ତ କରିଛନ୍ତି। ଏପରିକି ଭାରତୀୟ ଡାକର ଓଡ଼ିଶା ସର୍କଲରେ କାର୍ଯ୍ୟ କରୁଥିବା ମୋଟ ୮୪୯୦ ପୋଷ୍ଟ ଅଫିସ ସମେତ ୩୫ ପ୍ରଧାନ ଡାକଘର, ୩୫ ମୁଖ୍ୟ ଡାକଘର, ୧୧୪୨ ଉପ ଡାକଘର ଏବଂ ୭୨୭୮ ଶାଖା ଡାକଘର ଜରିଆରେ ରାଜ୍ୟବାସୀଙ୍କୁ ଡାକ ବାବଦୀୟ ସମସ୍ତ ସେବା ଯୋଗାଇ ଦେଉଛି। ସେହିପରି ୧୫ ଏଲଡବ୍ଲ୍ୟୁଇ ଜିଲାରେ ୧୨ ପ୍ରଧାନ ଡାକଘର,୩୭୩ ମୁଖ୍ୟ ଡାକଘର ଏବଂ ୨୮୧୫ ଶାଖା ଡାକଘର ରହିଛି। ବିଶେଷକରି ଆଇପିର ଫ୍ଲାଗସିପ କାର୍ଯ୍ୟକ୍ରମ ଅଧୀନ ଏଲଡବ୍ଲ୍ୟୁଇ ଜିଲାରେ ୩୧୨ ଶାଖା ଡାକଘର ଖୋଲାଯାଇଛି। ସେହିପରି କେନ୍ଦ୍ର ସରକାରଙ୍କ ୨୦୪୭ ଭିଜନ ଅନୁଯାୟୀ ଆଗାମୀ ଦିନରେ ଅନେକ ପଦକ୍ଷେପ ସାଙ୍ଗକୁ ସେବା ଓ ସାମାଜିକ କାର୍ଯ୍ୟ ମଧ୍ୟ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ଆୟୋଜିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?