ଟ୍ୟାକ୍ସି ଚୋରି ପରେ ଡ୍ରାଇଭରଙ୍କୁ ହତ୍ୟାକରି ପିଙ୍ଗିଦେଇଥିଲେ

ଆନନ୍ଦପୁର,୨୮।୬(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଘସିପୁରା ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଘସିପୁରା ପୋଲିସ ବୁଧବାର ଉଦ୍ଧାର କରିଥିବା ଗଳିତ ମୃତଦେହ ଘଟଣାର ପର୍ଦାଫାଶ ହୋଇଛି। ଦୁର୍ବୃତ୍ତମାନେ ଟ୍ୟାକ୍ସି ଚୋରି କରି ଡ୍ରାଇଭରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଫିଙ୍ଗି ଦେଇଥିବା ଘଟଣା ଜଣାପଡିଛି।

ସୂଚନାଯୋଗ୍ୟ, ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଅଧୀନ ଦରଖଳା ନିକଟ ରାସ୍ତା ପାର୍ଶ୍ୱରୁ ପୋଲିସ ଏକ ଗଳିତ ମୃତଦେହ ଉଦ୍ଧାର କରିଥିଲା। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ.୩୨.୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ତଦନ୍ତ ପରେ ମୃତଦେହ ପୁରୀ ଜିଲା କଣାସ ଥାନା ଛୋଟିଯୋଡି ଗାଁର ଭଗବାନ ବଇରି ଓରଫ ରଞ୍ଜନ ବୋଲି ଜାଣିବାକୁ ପାଇଥିଲା। ପୋଲିସଠାରୁ ଖବର ପାଇ ମୃତକଙ୍କ ସମ୍ପର୍କୀୟ ଚିନ୍ତାମଣି ବଇରୀ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଆବଶ୍ୟକ ପରିଚୟ ଦେଇ ମୃତଦେହ ଚିହ୍ନଟ କରି ଘରକୁ ନେଇଛନ୍ତି।
ଅନ୍ୟପକ୍ଷେ ଟ୍ୟାକ୍ସି ଡ୍ରାଇଭର ନିଖୋଜ ଥିବା ଖବର ପୋଲିସ ନଜରରେ ରହିଥିଲା ବୋଲି ଘସିପୁରା ଥାନା ଅଧିକାରୀ ବିକ୍ରମ କୁମାର ଭୁୟାଁ କହିଛନ୍ତି। ଏପରିକି ଟ୍ୟାକ୍ସି ଚାଳକଙ୍କ ମୋବାଇଲ ଟ୍ରେସିଂ ଦ୍ୱାରା ସେ ଘଟଗାଁ ରେଞ୍ଜ ଅଞ୍ଚଳରେ ରହିଥିବା ଜଣାପଡିଥିଲା। ପୋଲିସ ମୃତଦେହ ଉଦ୍ଧାର କରି ପରିଚୟ ପାଇବା ପରେ ମୃତକଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା।
ସୂଚନାଯୋଗ୍ୟ, ଭଗବାନ ପେସାରେ ଜଣେ ଟ୍ୟାକ୍ସି ଡ୍ରାଇଭର ଥିବାବେଳେ ଚଳିତ ମାସ ୨୪ ତାରିଖ ସନ୍ଧ୍ୟାରେ କଟକ କଲେଜ ଛକରୁ ୨ଜଣ ପୁଅ ଓ ଜଣେ ଝିଅ ଯାଜପୁର ଯିବାକୁ କହି ଭଡ଼ାରେ ନେଇଥିଲେ। ପରବର୍ତ୍ତୀ ସମୟରେ ଭଗବାନଙ୍କ ଆଉ କୌଣସି ପତ୍ତା ମିଳି ନ ଥିଲା। ପରିବାର ଲୋକେ ଅନେକ ଖୋଜାଖୋଜି ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏନେଇ ୨୫ ତାରିଖ ସନ୍ଧ୍ୟାରେ କଟକ ମାଲଗୋଦାମ ଥାନାରେ ଭଗବାନ ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri