ବଢ଼ିପାରେ ଟିକସ ଛାଡ଼ ସୀମା

ନୂଆଦିଲ୍ଲୀ,୩୧।୧(ଆଇଏଏନ୍‌ଏସ୍‌) : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର ୨୦୨୨-୨୩ ଆର୍ଥତ୍କ ବର୍ଷ ଲାଗି ବଜେଟ ପାର୍ଲାମେଣ୍ଟରେ ଉପସ୍ଥାପନ କରିବାକୁ ଯାଉଛନ୍ତି। ଦୁଇବର୍ଷ ହେଲା କୋଭିଡ୍‌ ମହାମାରୀ ଯୋଗୁ ଦେଶର ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଥିବାବେଳେ ବହୁସଂଖ୍ୟାରେ ଲୋକ କାମଧନ୍ଦା ହରାଇ ବେରୋଜଗାର ହୋଇଛନ୍ତି। ତେଣୁ ଏଥର ବଜେଟ ଉପରେ ବିଭିନ୍ନ ବର୍ଗର ଲୋକେ ଅନେକ କିଛି ଆଶା ରଖିଛନ୍ତି। ସରକାର ନିଯୁକ୍ତି ସୃଷ୍ଟି, ଟିକସ ଛାଡ଼ ସୀମା ବୃଦ୍ଧି, ଷ୍ଟାଣ୍ଡାର୍ଡ ଡିଡକ୍ସନ, ଚିକିତ୍ସା ଖର୍ଚ୍ଚ ବୃଦ୍ଧି ଉପରେ ଅଧିକ ଧ୍ୟାନ ଦେଇପାରନ୍ତି ବୋଲି ଆଶା କରାଯାଉଛି।
ଚଳିତ ଆର୍ଥତ୍କ ବର୍ଷରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ବୃଦ୍ଧି ପାଇଛି। ତେଣୁ ଆଗାମୀ ବଜେଟରେ ଟିକସ ଛାଡ଼ ସୀମା ବୃଦ୍ଧି ପାଇପାରେ ବୋଲି ଆର୍ଥିକ ସେବା ଯୋଗାଉଥିବା ଓ୍ବିଲିୟମ ଓ’ ନେଲ୍‌ ଇଣ୍ଡିଆ ନାମକ ସଂସ୍ଥା ପକ୍ଷରୁ କୁହାଯାଇଛି। ୨୦୨୧ ବଜେଟରେ ଟିକସଦାତାଙ୍କୁ କୌଣସି ବଡ଼ ଟିକସ ରିହାତି ମିଳି ନ ଥିଲା। ୨୦୨୧ ବଜେଟରେ ଆୟକର ଛାଡ଼ ସୀମା ଅପରିବର୍ତ୍ତିତ ରହିଥିଲା। ତେଣୁ ଏଥର ଆୟକର ଛାଡ଼ ସୀମା ବୃଦ୍ଧି କରାଯିବା ଆଶା କରାଯାଉଛି। ବର୍ତ୍ତମାନ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଦେବାକୁ ପଡ଼ୁନାହିଁ। ବ୍ୟକ୍ତିଗତ ଆୟକର ହ୍ରାସ ପାଇଲେ ଜଣେ ବ୍ୟକ୍ତିଙ୍କ ଅବଶିଷ୍ଟ ଆୟ ବୃଦ୍ଧି ପାଇବ। ଫଳରେ ସେ ଅଧିକ ଖର୍ଚ୍ଚ କରିବାକୁ ଉତ୍ସାହିତ ହେବେ। ଏହା ଜିଏସ୍‌ଟି ସଂଗ୍ରହ ବଢ଼ାଇବା ସହ ପରୋକ୍ଷ ଟିକସରୁ ଆୟ ବୃଦ୍ଧିରେ ସହାୟକ ହେବ ବୋଲି କୁହାଯାଇଛି।
ସମ୍ପ୍ରତି ଆୟକର ଆଇନର ଧାରା ୧୬(୧ଏ) ଅନୁଯାୟୀ ବେତନଭୋଗୀ ଆୟକରଦାତାଙ୍କ ବେତନରୁ ୫୦,୦୦୦ ଟଙ୍କା ଷ୍ଟାଣ୍ଡାର୍ଡ ଡିଡକ୍ସନ ହେଉଛି। ବିତ୍ତୀୟ ଅଧିନିୟମ ୨୦୧୯ ଅନୁଯାୟୀ ଏହାକୁ ୪୦,୦୦୦ରୁ ୫୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏହା ପରେ ଏଥିରେ ଆଉ ବୃଦ୍ଧି କରାଯାଇ ନାହିଁ। ବର୍ତ୍ତମାନ ବଜାର ଦର ବହୁତ ବଢ଼ିଥିବାରୁ ଏହାକୁ ଦୃଷ୍ଟିରେ ରଖି ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୦,୦୦୦ରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇପାରେ ବୋଲି ଆଶା କରାଯାଉଛି। ସେହିପରି ବେତନଭୋଗୀ କର୍ମଚାରୀମାନଙ୍କ ପାଇଁ ଓ୍ବାର୍କ-ଫ୍ରମ୍‌-ହୋମ୍‌ ଭତ୍ତାକୁ ବଜେଟରେ ଟିକସମୁକ୍ତ କରାଯାଇପାରେ।
ବେତନଭୋଗୀ କର୍ମଚାରୀମାନଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୦,୦୦୦ରୁ ୬୦,୦୦୦ ଟଙ୍କାକୁ ବୃଦ୍ଧି କରାଯିବା ଆବଶ୍ୟକ ବୋଲି ଆର୍‌ଏସ୍‌ଏମ୍‌ ଇଣ୍ଡିଆର ପ୍ରତିଷ୍ଠାତା ସୁରେଶ ସୁରାନା କହିଛନ୍ତି। ବ୍ୟାଙ୍କ, ସମବାୟ ସୋସାଇଟି କିମ୍ବା ପୋଷ୍ଟ ଅଫିସରେ ସଞ୍ଚୟ ଜମା ଖାତାରେ ଦିଆଯାଉଥିବା ସୁଧ ଉପରେ ଧାରା ୮୦ଟିଟିଏ ଅନୁଯାୟୀ ବର୍ଷକୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଡିଡକ୍ସନ ପ୍ରଦାନ କରାଯାଉଛି। ଅଧିକାଂଶ କରଦାତାଙ୍କୁ ଏହି ସୁବିଧା ପ୍ରଦାନ କରିବାକୁ ହେଲେ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସର ଟର୍ମ ଡିପୋଜିଟ୍‌, ରିକରିଂ ଡିପୋଜିଟ୍‌ର ସୁଧ ଉପରେ ମଧ୍ୟ ଏହି ଡିଡକ୍ସନ ସୁବିଧା ମିଳିବା ଆବଶ୍ୟକ। ସୁଧ ରାଶି ଉପରେ ଡିଡକ୍ସନ ସୀମା ୨୦୧୨ରେ ୧୦,୦୦୦ ଟଙ୍କା ଧାର୍ଯ୍ୟ ହୋଇଥିଲା। ତେଣୁ ଏହାକୁ ୨୦,୦୦୦ ଟଙ୍କାକୁ ବୃଦ୍ଧି କରାଯିବା ଉଚିତ ବୋଲି ସୁରାନା କହିଛନ୍ତି।
ପିଲାମାନଙ୍କ ଶିକ୍ଷା ଭତ୍ତା, ପିଲାଙ୍କ ହଷ୍ଟେଲ ବ୍ୟୟ ଭତ୍ତା ଉପରେ ଛାଡ଼ ପାଇଁ ସର୍ବୋଚ୍ଚ ସୀମା ଅତି ନଗଣ୍ୟ ରହିଛି। ବର୍ତ୍ତମାନ ଶିକ୍ଷା ଖର୍ଚ୍ଚ ବହୁତ ବଢ଼ିବା ସହ ମୁଦ୍ରାସ୍ଫୀତି ଅତ୍ୟଧିକ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ଉକ୍ତ ଛାଡ଼ ସୀମା ବଢ଼ାଯିବା ଆବଶ୍ୟକ। ଏହାବ୍ୟତୀତ ଧାରା ୬୪(୧ଏ)ରେ ଅନ୍ୟ ଛୋଟମୋଟ ଆୟ ମିଶାଇ ଧାରା ୧୦(୩୨) ଅନୁଯାୟୀ ଛାଡ଼ ସୀମା ୧୫୦୦ ଟଙ୍କା ରହିଛି, ଯାହା ୧୯୯୩ରେ ଧାର୍ଯ୍ୟ ହୋଇଥିଲା। ଗତ ୨୮ ବର୍ଷ ମଧ୍ୟରେ ମୁଦ୍ରାସ୍ଫୀତି ବହୁତ ବଢ଼ିଥିବାରୁ ଏହି ଛାଡ଼ ସୀମାକୁ ୧୫,୦୦୦ ଟଙ୍କାକୁ ବୃଦ୍ଧି କରାଯିବା ଆଶା କରାଯାଉଛି। ସେହିପରି ଅଗ୍ରୀମ ଟିକସ ପୈଠ ପାଇଁ ବିତ୍ତୀୟ ଅଧିନିୟମ, ୨୦୦୯ରେ ସଂଶୋଧନ କରାଯାଇ ଥ୍ରେସ୍‌ହୋଲ୍ଡ ସୀମା ୧୦,୦୦୦ ରଖାଯାଇଥିଲା। ଗତ ୧୨ ବର୍ଷର ମୁଦ୍ରାସ୍ଫୀତିକୁ ଧ୍ୟାନରେ ରଖି ଏହି ସୀମାକୁ ୩୦,୦୦୦ ଟଙ୍କାକୁ ବୃଦ୍ଧି କରାଯିବା ଆବଶ୍ୟକ ବୋଲି କୁହାଯାଉଛି।
ସେହିପରି ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଗ୍ରାମାଞ୍ଚଳ ଅର୍ଥନୀତିକୁ ଅଧିକ ଫୋକସ୍‌ କରିପାରନ୍ତି। ବଜେଟରେ ଗ୍ରାମାଞ୍ଚଳ ବିକାଶ ଓ କୃଷକଙ୍କ ଆୟ ବୃଦ୍ଧି ଲାଗି ଘୋଷଣା ହୋଇପାରେ। ଖାଦ୍ୟ ସବ୍‌ସିଡି, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ପିଏମ୍‌-କିଷାନ, ସାର ସବ୍‌ସିଡି ଆଦି କଲ୍ୟାଣକାରୀ ଯୋଜନା ବାବଦରେ ଅଧିକ ବ୍ୟୟ ବରାଦ ହୋଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିଲିକାକୁ କମିଲେ ବିଦେଶାଗତ ପକ୍ଷୀ: ଏହି କାରଣରୁ ଆସିଲେନି ୧୦,୦୦୦

ଭୁବନେଶ୍ୱର,୨୯ା୧୨: ଚଳିତ ବର୍ଷ ଚିଲିକା ହ୍ରଦକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହ୍ରାସ ପାଇଛି। ଏଥିପାଇଁ ଜଳବାୟୁ ପରିବର୍ତ୍ତନ ବା ‘କ୍ଲାଇମେଟ୍ ଚେଞ୍ଜ’କୁ ମୁଖ୍ୟ କାରଣ ବୋଲି...

ଜିରୋ ନାଇଟ ପାଇଁ ଚେତାବନୀ ଦେଲେ ଟ୍ବିନ୍‌ ସିଟି ପୋଲିସ କମିଶନର, କହିଲେ ରାତି ୧୨ଟା ପରେ…

ନୂଆଦିଲ୍ଲୀ,୨୯।୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ କିଛି ଦିନ ବାକି ରହିଥିବା ବେଳେ ସବୁ ସ୍ଥାନରେ ଜିରୋ ନାଇଟ ପାଇଁ ପ୍ରସ୍ତୁତି...

ଡିସେମ୍ବର ୩୧ ପୂର୍ବରୁ ଶେଷ କରନ୍ତୁ ଏହି ୩ଟି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଅଟକି ରହିବ ଆପଣଙ୍କ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ବର୍ଷର ଶେଷ ମାସ ଦୁଇ ଦିନ ମଧ୍ୟରେ ଶେଷ ହେବ, ଯାହା ନୂତନ ବର୍ଷର ଆରମ୍ଭ ହେବ। ତଥାପି, ଯଦି ଆପଣ ନୂତନ ବର୍ଷର...

ବାଂଲାଦେଶରେ ପୁଣି ହିନ୍ଦୁଙ୍କୁ ଟାର୍ଗେଟ୍‌: ପିରୋଜପୁରରେ ପରିବାରକୁ ଜୀଅନ୍ତା ଜାଳିଦେବାକୁ ଉଦ୍ୟମ

ଢାକା,୨୯ା୧୨: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ଉପରେ ଆକ୍ରମଣ ଥମିବାର ନାଁ ନେଉନାହିଁ। ରବିବାର ପିରୋଜପୁର ଜିଲା ଦୁମରିତାଲା ଗ୍ରାମରେ ଏକ ଭୟଙ୍କର ଘଟଣା ଘଟିଛି।...

ତପ୍ତପାଣି ଘାଟିରେ ଦୁର୍ଘଟଣା: କାର ଉପରେ ଓଲଟି ପଡ଼ିଲା କାଜୁ ବୋଝେଇ ଟ୍ରକ୍, ତାପରେ…

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ଖେମୁଣ୍ଡିଖୋଲ ଗାଁ ନିକଟ ମୁଖ୍ୟରାସ୍ତାରେ ସଡ଼କ ଦୁର୍ଘଟଣା ହୋଇଛି । ସୋମବାର ମଧ୍ୟାହ୍ନ ପ୍ରାୟ ୧...

ନକଲି ବିଦେଶୀ ମଦ କାରାଖାନା ଠାବ, ନାମୀଦାମୀ କମ୍ପାନୀର ନକଲି ମଦ ଜବତ

କୋଟପାଡ଼ (ରାଜଶେଖର ),୨୯ା୧୨: କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ମଦ ଜବତ ହୋଇଛି । ରବିବାର ରାତିରେ ଅବକାରୀ ବିଭାଗ କର୍ମଚାରୀ...

ପୁଣି ବଦ୍ରି ପାତ୍ରଙ୍କ ବିସ୍ଫୋରଣ, ନବୀନ ପ୍ରଚାରକୁ ଗଲେ ନାହିଁ ବୋଲି ବିଜେଡି….

ଭୁବନେଶ୍ୱର,୨୯ା୧୨: ପୁଣି ଅସନ୍ତୋଷ ଝାଡିଲେ ବରିଷ୍ଠ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର । ନାଁ ନ ନେଇ ‘ପାଣ୍ଡିଆନ ଆଣ୍ଡ୍‌ କୋ’କୁ ଟାର୍ଗେଟ୍‌ କରିଛନ୍ତି । କାହିଁକି...

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri