ବଢ଼ିପାରେ ଟିକସ ଛାଡ଼ ସୀମା

ନୂଆଦିଲ୍ଲୀ,୩୧।୧(ଆଇଏଏନ୍‌ଏସ୍‌) : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର ୨୦୨୨-୨୩ ଆର୍ଥତ୍କ ବର୍ଷ ଲାଗି ବଜେଟ ପାର୍ଲାମେଣ୍ଟରେ ଉପସ୍ଥାପନ କରିବାକୁ ଯାଉଛନ୍ତି। ଦୁଇବର୍ଷ ହେଲା କୋଭିଡ୍‌ ମହାମାରୀ ଯୋଗୁ ଦେଶର ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଥିବାବେଳେ ବହୁସଂଖ୍ୟାରେ ଲୋକ କାମଧନ୍ଦା ହରାଇ ବେରୋଜଗାର ହୋଇଛନ୍ତି। ତେଣୁ ଏଥର ବଜେଟ ଉପରେ ବିଭିନ୍ନ ବର୍ଗର ଲୋକେ ଅନେକ କିଛି ଆଶା ରଖିଛନ୍ତି। ସରକାର ନିଯୁକ୍ତି ସୃଷ୍ଟି, ଟିକସ ଛାଡ଼ ସୀମା ବୃଦ୍ଧି, ଷ୍ଟାଣ୍ଡାର୍ଡ ଡିଡକ୍ସନ, ଚିକିତ୍ସା ଖର୍ଚ୍ଚ ବୃଦ୍ଧି ଉପରେ ଅଧିକ ଧ୍ୟାନ ଦେଇପାରନ୍ତି ବୋଲି ଆଶା କରାଯାଉଛି।
ଚଳିତ ଆର୍ଥତ୍କ ବର୍ଷରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ବୃଦ୍ଧି ପାଇଛି। ତେଣୁ ଆଗାମୀ ବଜେଟରେ ଟିକସ ଛାଡ଼ ସୀମା ବୃଦ୍ଧି ପାଇପାରେ ବୋଲି ଆର୍ଥିକ ସେବା ଯୋଗାଉଥିବା ଓ୍ବିଲିୟମ ଓ’ ନେଲ୍‌ ଇଣ୍ଡିଆ ନାମକ ସଂସ୍ଥା ପକ୍ଷରୁ କୁହାଯାଇଛି। ୨୦୨୧ ବଜେଟରେ ଟିକସଦାତାଙ୍କୁ କୌଣସି ବଡ଼ ଟିକସ ରିହାତି ମିଳି ନ ଥିଲା। ୨୦୨୧ ବଜେଟରେ ଆୟକର ଛାଡ଼ ସୀମା ଅପରିବର୍ତ୍ତିତ ରହିଥିଲା। ତେଣୁ ଏଥର ଆୟକର ଛାଡ଼ ସୀମା ବୃଦ୍ଧି କରାଯିବା ଆଶା କରାଯାଉଛି। ବର୍ତ୍ତମାନ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଦେବାକୁ ପଡ଼ୁନାହିଁ। ବ୍ୟକ୍ତିଗତ ଆୟକର ହ୍ରାସ ପାଇଲେ ଜଣେ ବ୍ୟକ୍ତିଙ୍କ ଅବଶିଷ୍ଟ ଆୟ ବୃଦ୍ଧି ପାଇବ। ଫଳରେ ସେ ଅଧିକ ଖର୍ଚ୍ଚ କରିବାକୁ ଉତ୍ସାହିତ ହେବେ। ଏହା ଜିଏସ୍‌ଟି ସଂଗ୍ରହ ବଢ଼ାଇବା ସହ ପରୋକ୍ଷ ଟିକସରୁ ଆୟ ବୃଦ୍ଧିରେ ସହାୟକ ହେବ ବୋଲି କୁହାଯାଇଛି।
ସମ୍ପ୍ରତି ଆୟକର ଆଇନର ଧାରା ୧୬(୧ଏ) ଅନୁଯାୟୀ ବେତନଭୋଗୀ ଆୟକରଦାତାଙ୍କ ବେତନରୁ ୫୦,୦୦୦ ଟଙ୍କା ଷ୍ଟାଣ୍ଡାର୍ଡ ଡିଡକ୍ସନ ହେଉଛି। ବିତ୍ତୀୟ ଅଧିନିୟମ ୨୦୧୯ ଅନୁଯାୟୀ ଏହାକୁ ୪୦,୦୦୦ରୁ ୫୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏହା ପରେ ଏଥିରେ ଆଉ ବୃଦ୍ଧି କରାଯାଇ ନାହିଁ। ବର୍ତ୍ତମାନ ବଜାର ଦର ବହୁତ ବଢ଼ିଥିବାରୁ ଏହାକୁ ଦୃଷ୍ଟିରେ ରଖି ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୦,୦୦୦ରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇପାରେ ବୋଲି ଆଶା କରାଯାଉଛି। ସେହିପରି ବେତନଭୋଗୀ କର୍ମଚାରୀମାନଙ୍କ ପାଇଁ ଓ୍ବାର୍କ-ଫ୍ରମ୍‌-ହୋମ୍‌ ଭତ୍ତାକୁ ବଜେଟରେ ଟିକସମୁକ୍ତ କରାଯାଇପାରେ।
ବେତନଭୋଗୀ କର୍ମଚାରୀମାନଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୦,୦୦୦ରୁ ୬୦,୦୦୦ ଟଙ୍କାକୁ ବୃଦ୍ଧି କରାଯିବା ଆବଶ୍ୟକ ବୋଲି ଆର୍‌ଏସ୍‌ଏମ୍‌ ଇଣ୍ଡିଆର ପ୍ରତିଷ୍ଠାତା ସୁରେଶ ସୁରାନା କହିଛନ୍ତି। ବ୍ୟାଙ୍କ, ସମବାୟ ସୋସାଇଟି କିମ୍ବା ପୋଷ୍ଟ ଅଫିସରେ ସଞ୍ଚୟ ଜମା ଖାତାରେ ଦିଆଯାଉଥିବା ସୁଧ ଉପରେ ଧାରା ୮୦ଟିଟିଏ ଅନୁଯାୟୀ ବର୍ଷକୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଡିଡକ୍ସନ ପ୍ରଦାନ କରାଯାଉଛି। ଅଧିକାଂଶ କରଦାତାଙ୍କୁ ଏହି ସୁବିଧା ପ୍ରଦାନ କରିବାକୁ ହେଲେ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସର ଟର୍ମ ଡିପୋଜିଟ୍‌, ରିକରିଂ ଡିପୋଜିଟ୍‌ର ସୁଧ ଉପରେ ମଧ୍ୟ ଏହି ଡିଡକ୍ସନ ସୁବିଧା ମିଳିବା ଆବଶ୍ୟକ। ସୁଧ ରାଶି ଉପରେ ଡିଡକ୍ସନ ସୀମା ୨୦୧୨ରେ ୧୦,୦୦୦ ଟଙ୍କା ଧାର୍ଯ୍ୟ ହୋଇଥିଲା। ତେଣୁ ଏହାକୁ ୨୦,୦୦୦ ଟଙ୍କାକୁ ବୃଦ୍ଧି କରାଯିବା ଉଚିତ ବୋଲି ସୁରାନା କହିଛନ୍ତି।
ପିଲାମାନଙ୍କ ଶିକ୍ଷା ଭତ୍ତା, ପିଲାଙ୍କ ହଷ୍ଟେଲ ବ୍ୟୟ ଭତ୍ତା ଉପରେ ଛାଡ଼ ପାଇଁ ସର୍ବୋଚ୍ଚ ସୀମା ଅତି ନଗଣ୍ୟ ରହିଛି। ବର୍ତ୍ତମାନ ଶିକ୍ଷା ଖର୍ଚ୍ଚ ବହୁତ ବଢ଼ିବା ସହ ମୁଦ୍ରାସ୍ଫୀତି ଅତ୍ୟଧିକ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ଉକ୍ତ ଛାଡ଼ ସୀମା ବଢ଼ାଯିବା ଆବଶ୍ୟକ। ଏହାବ୍ୟତୀତ ଧାରା ୬୪(୧ଏ)ରେ ଅନ୍ୟ ଛୋଟମୋଟ ଆୟ ମିଶାଇ ଧାରା ୧୦(୩୨) ଅନୁଯାୟୀ ଛାଡ଼ ସୀମା ୧୫୦୦ ଟଙ୍କା ରହିଛି, ଯାହା ୧୯୯୩ରେ ଧାର୍ଯ୍ୟ ହୋଇଥିଲା। ଗତ ୨୮ ବର୍ଷ ମଧ୍ୟରେ ମୁଦ୍ରାସ୍ଫୀତି ବହୁତ ବଢ଼ିଥିବାରୁ ଏହି ଛାଡ଼ ସୀମାକୁ ୧୫,୦୦୦ ଟଙ୍କାକୁ ବୃଦ୍ଧି କରାଯିବା ଆଶା କରାଯାଉଛି। ସେହିପରି ଅଗ୍ରୀମ ଟିକସ ପୈଠ ପାଇଁ ବିତ୍ତୀୟ ଅଧିନିୟମ, ୨୦୦୯ରେ ସଂଶୋଧନ କରାଯାଇ ଥ୍ରେସ୍‌ହୋଲ୍ଡ ସୀମା ୧୦,୦୦୦ ରଖାଯାଇଥିଲା। ଗତ ୧୨ ବର୍ଷର ମୁଦ୍ରାସ୍ଫୀତିକୁ ଧ୍ୟାନରେ ରଖି ଏହି ସୀମାକୁ ୩୦,୦୦୦ ଟଙ୍କାକୁ ବୃଦ୍ଧି କରାଯିବା ଆବଶ୍ୟକ ବୋଲି କୁହାଯାଉଛି।
ସେହିପରି ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଗ୍ରାମାଞ୍ଚଳ ଅର୍ଥନୀତିକୁ ଅଧିକ ଫୋକସ୍‌ କରିପାରନ୍ତି। ବଜେଟରେ ଗ୍ରାମାଞ୍ଚଳ ବିକାଶ ଓ କୃଷକଙ୍କ ଆୟ ବୃଦ୍ଧି ଲାଗି ଘୋଷଣା ହୋଇପାରେ। ଖାଦ୍ୟ ସବ୍‌ସିଡି, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ପିଏମ୍‌-କିଷାନ, ସାର ସବ୍‌ସିଡି ଆଦି କଲ୍ୟାଣକାରୀ ଯୋଜନା ବାବଦରେ ଅଧିକ ବ୍ୟୟ ବରାଦ ହୋଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri