ଷ୍ଟାଇଲିଶ୍‌ ଲୁକ୍‌ ପାଇଁ ଟାଟୁ

ଆଜିକାଲିର ଫ୍ୟାଶନ ଦୁନିଆରେ ଷ୍ଟାଇଲିଶ୍‌ ଦେଖାଯିବାକୁ କାହାର ବା ଇଚ୍ଛା ନୁହେଁ। ସେଥିପାଇଁ କିଏ ନାନା ପ୍ରକାରର ପ୍ରସାଧାନ ସାମଗ୍ରୀ ବ୍ୟବହାର କରନ୍ତି ତ ଆଉ କିଏ ମଡର୍ନ ଆଉଟ୍‌ଫିଟ୍‌କୁ ଟ୍ରାଏ କରିଥାନ୍ତି। ସେହିପରି ଆଟ୍ରାକ୍ଟିଭ୍‌ ଲୁକ୍‌ ପାଇଁ ଦେହରେ ଟାଟୁ କରିବା ବି ଏବେ ଏକ ନୂଆ ଟ୍ରେଣ୍ଡରେ ପରିଣତ ହେଲାଣି। ତେବେ ଏହି ଟାଟୁକୁ ଶରୀରର କେଉଁ ସ୍ଥାନରେ କଲେ ଅଧିକ ଆକର୍ଷଣୀୟ ଲାଗିଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

*ବେକର ପଛ ଭାଗରେ: ବେକର ପଛପଟେ ଟାଟୁ କରିବାର ଟ୍ରେଣ୍ଡ ଏବେ ଖୁବ୍‌ ଚାଲିଛି। ଖାସ୍‌ କରି ମଡର୍ନ ଯୁବତୀମାନେ ଏହାକୁ ପସନ୍ଦ କରିଥାନ୍ତି। ଜିନ୍ସ, ଟି-ଶାର୍ଟ ସାଙ୍ଗକୁ ବନ୍‌ ହେୟାର୍‌ ଷ୍ଟାଇଲ୍‌ରେ ବେକ ପଛପଟେ କରାଯାଇଥିବା ଏହି ଟାଟୁ ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ।

*କଚଟିରେ: କଚଟିରେ ଟାଟୁ କରିବା ପାଇଁ ସମୟ ଟିକେ କମ୍‌ ଲାଗିଥାଏ। ତେବେ ମନେ ରଖିବେ, ଯେବେ ବି କଚଟିରେ ଟାଟୁ କରିବେ, ଏହାର ଦରଜ ନ କମିବା ପର୍ଯ୍ୟନ୍ତ ହାତରେ କୌଣସି ଜୁଏଲେରୀ ପିନ୍ଧିବେ ନାହିଁ। ନଚେତ୍‌ ଏହାଦ୍ୱାରା ଇନ୍‌ଫେକସନ୍‌ ହେବାର ସମ୍ଭାବନା ରହିଥାଏ। ସେହିପରି ଆବଶ୍ୟକ ପଡିଲେ ଚୁଡି କିମ୍ବା ହାତଘଣ୍ଟା ପିନ୍ଧି ଏହାକୁ ଆରାମରେ ଲୁଚାଇ ମଧ୍ୟ ପାରିବେ।

*ହାତ ଆଙ୍ଗୁଠିରେ: ହାତର ଆଙ୍ଗୁଠିରେ ବି ଯୁବତୀମାନେ ଚାହିଁଲେ ଟାଟୁ କରି ଆକର୍ଷଣୀୟ ଲୁକ୍‌ ପାଇ ପାରିବେ। ତେବେ ଆଙ୍ଗୁଠିରେ କରାଯାଉଥିବା ଏହି ଟାଟୁ ଖୁବ୍‌ ଛୋଟ ଛୋଟ ଦେଖାଯାଉ ଥିବାରୁ ଏହା ବେଶ୍‌ କ୍ୟୁଟ୍‌ ଲାଗିଥାଏ।

*ଗୋଇଠି: ଗୋଇଠିରେ ବି ଟାଟୁ କରିବାର ଟ୍ରେଣ୍ଡ ଏବେ ଖୁବ୍‌ ଚାଲିଛି, କିନ୍ତୁ ଏହା ବେଶ୍‌ କଷ୍ଟଦାୟକ ହୋଇଥାଏ। ଯିଏ ଏହି କଷ୍ଟ ସହିପାରିଲା ତାହା ପାଇଁ ଏ ଟାଟୁ କରିବାରେ କୌଣସି ଅସୁବିଧା ନାହିଁ। ବିଶେଷକରି ଫ୍ଲାଓ୍ବାର୍‌ ଡିଜାଇନ୍‌ର ଟାଟୁ ଗୋଇଠିକୁ ଭଲ ମାନିଥାଏ। ସଟର୍‌ସ କିମ୍ବା ଆଙ୍କେଲ୍‌ ଲେଙ୍ଗ୍‌ଥ ଜିନ୍ସ ସାଙ୍ଗକୁ ହାଇହିଲ୍‌ ପିନ୍ଧି ଏହି ଟାଟୁକୁ ଆରାମରେ ହାଇଲାଇଟ୍‌ କରିହୁଏ।

*କାନର ଭିତର ପାର୍ଶ୍ୱ ଓ ବାହାର ପାର୍ଶ୍ୱରେ: ଆଜିକାଲି କାନ ପାଖରେ ବି ଟାଟୁ କରି ଭିନ୍ନ ଲୁକ୍‌ ପାଇବାର ପ୍ରୟାସ କରାଯାଉଛି, ଯାହାକି ଏବେ ଲାଟେଷ୍ଟ ଟ୍ରେଣ୍ଡରେ ପରିଣତ ହୋଇଛି। କିନ୍ତୁ କାନ ଭଳି ଏକ ସୂକ୍ଷ୍ମ ସ୍ଥାନରେ ଟାଟୁ କରିବା ଏତେ ସହଜ କଥା ନୁହେଁ। ଏହା ଖୁବ୍‌ ପୀଡ଼ାଦାୟକ ହୋଇଥାଏ। ତେଣୁ ଖୁବ୍‌ ହୁସିଆର୍‌ ସହକାରେ ଏହି ଟାଟୁ କରିବା ଆବଶ୍ୟକ।

*ବାହୁରେ: ନିଜ ବ୍ୟକ୍ତିତ୍ୱକୁ ସୁହାଇଲା ଭଳି ଟିକେ ବଡ ସାଇଜ୍‌ର ଟାଟୁ ବାହୁରେ କଲେ ଖୁବ୍‌ ଆକର୍ଷଣୀୟ ଲାଗିଥାଏ, ତେଣିକି ସେ ଫ୍ଲାଓ୍ବାର୍‌ ଡିଜାଇନ୍‌ ହେଉ ଅବା କିଛି ବି ଥିମ୍‌ ଡିଜାଇନ୍‌ର ଟାଟୁ ହେଉ। କିନ୍ତୁ ଏହି ଟାଟୁକୁ ହାଇଲାଇଟ୍‌ କରିବା ପାଇଁ ସ୍ଲିଭ୍‌ ଲେସ୍‌ ଟପ୍ସ୍‌ ପିନ୍ଧିବା ବି ଜରୁରୀ।

*ନାଭି କିମ୍ବା ଅଣ୍ଟାରେ: ମହିଳାମାନଙ୍କର ଅଣ୍ଟା ଭାଗଟି ଖୁବ୍‌ ଆକର୍ଷଣୀୟ ହୋଇଥାଏ। ଏହାକୁ ଆହୁରି ଆକର୍ଷଣୀୟ କରିବା ପାଇଁ କୌଣସି ସୁନ୍ଦର ଡିଜାଇନ୍‌ର ଟାଟୁ ବି ସେଠାରେ କରିପାରିବେ। ନାଭି ଅଂଶରେ ମଧ୍ୟ ଟାଟୁ ଖୁବ୍‌ ସୁନ୍ଦର ଦେଖାଯାଇଥାଏ। ସରୁ, ପତଳା ଅଣ୍ଟା ସାଙ୍ଗକୁ ଆକର୍ଷଣୀୟ ଟାଟୁ ଡିଜାଇନ୍‌ ମହିଳାମାନଙ୍କୁ ଆଟ୍ରାକ୍ଟିଭ୍‌ ଲୁକ୍‌ ଦେଇଥାଏ।

ପିଠିରେ: ମହିଳାମାନେ ଚାହିଁଲେ ପିଠିରେ ବି ଟାଟୁ କରିପାରିବେ। ତେବେ ଏହି ଟାଟୁକୁ ହାଇଲାଇଟ୍‌ କରିବାକୁ ହେଲେ କୌଣସି ଡିପ୍‌ ବେକ ଥିବା ଆଉଟ୍‌ଫିଟ୍‌ କିମ୍ବା ଡିପ୍‌ ନେକ୍‌ର ବ୍ଲାଉଜ୍‌ ସାଙ୍ଗକୁ ଆକର୍ଷଣୀୟ ଶାଢି ପିନ୍ଧିଲେ ଲୁକ୍‌ ଖୁବ୍‌ ଗର୍ଜିୟସ୍‌ ଲାଗିଥାଏ।

ତେବେ ଟାଟୁ କରିବା ଖୁବ୍‌ କଷ୍ଟଦାୟକ ହୋଇଥାଏ। ବେଳେବେଳେ ଏହାଦ୍ୱାରା ଇନ୍‌ଫେକ୍ସନ୍‌ ବି ହୋଇଯାଏ। ତେଣୁ ଟାଟୁ କରିବା ପୂର୍ବରୁ ଏହା ଶରୀରକୁ ସୁଟ୍‌ କରିବ ନା ନାହିଁ ସେ ନେଇ ପ୍ରଥମେ ତର୍ଜମା କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଶାମ୍ବ ଦଶମୀରେ ଖୋଲିବ ଏହି ୩ ରାଶିର ଭାଗ୍ୟ, ସବୁ କ୍ଷେତ୍ରରେ ମିଳିବ ସଫଳତା

 ଆଜି ପବିତ୍ର ଶାମ୍ବ ଦଶମୀ । ପୌଷ ଶୁକ୍ଳ ଦଶମୀ ତିଥିରେ ଶାମ୍ବ ଦଶମୀ ପାଳନ କରାଯାଇଥାଏ । ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କର ପୂଜା କରାଯାଇଥାଏ...

ନୂଆବର୍ଷ ୨୦୨୬ରୁ ଏହି ୩ ରାଶିର ଭଲ ଦିନ ଆରମ୍ଭ: ସୃଷ୍ଟି ହେଉଛି ଚତୁର୍ଗ୍ରହୀ ଯୋଗ, ଘଟିବ…

୨୦୨୬ର ପ୍ରଥମ ଦିନ ଜ୍ୟୋତିଷ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ଦିନରେ ଏକ ଶକ୍ତିଶାଳୀ ଚତୁର୍ଗ୍ରହୀ ଯୋଗ ସୃଷ୍ଟି ହେଉଛି। ଜାନୁଆରୀ ୧, ୨୦୨୬...

ଜାନୁଆରୀ ୧୧ ସୁଦ୍ଧା ଏହି ୩ ରାଶିର ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଗ୍ରହଙ୍କ ରାଜା ‘ସୂର୍ଯ୍ୟ’ କଲେ ନକ୍ଷତ୍ର ଗୋଚର

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ, ଯାହାକୁ ସୂର୍ଯ୍ୟ ଦେବତା ଏବଂ ଗ୍ରହମାନଙ୍କର ରାଜା ଉଭୟ ଭାବରେ ବିବେଚନା କରାଯାଏ, ୨୦୨୫ରେ ତାଙ୍କର ଶେଷ ଗୋଚର ସମାପ୍ତ କରିଛି।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

ସୃଷ୍ଟି ହେବ ଗଜକେଶରୀ ଯୋଗ, ଏହି ୨ ରାଶିର ବ୍ୟକ୍ତିଙ୍କର କ୍ୟାରିଅରରେ ହେବ ଉନ୍ନତି

ଗ୍ରହ ଏବଂ ନକ୍ଷତ୍ର ମଣ୍ଡଳର ଗତିକୁ ଆଧାର କରି ୨୦୨୬ ମସିହାର ପ୍ରଥମ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମକର ସଂକ୍ରାନ୍ତି ପୂର୍ବରୁ ଏହି ୩ ରାଶିର ଚମକିବ ଭାଗ୍ୟ, ଘଟିବାକୁ ଯାଉଛି…

୨୦୨୬ରେ, ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯିବ, ଯେତେବେଳେ ସୂର୍ଯ୍ୟ ଧନୁ ରାଶି ଛାଡି ମକର ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ମକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri