Tata Tech IPO Listing: ନିବେଶକ ହେଲେ ମାଲାମାଲ, ୧୪୦% ପ୍ରିମିୟମ ସହ ଲିଷ୍ଟିଂ ଟାଟା ଟେକ୍ନୋଲୋଜି

ମୁମ୍ବାଇ,୩୦ା୧୧: ଦେଶର ଅନ୍ୟତମ ସମ୍ମାନଜନକ ବ୍ୟବସାୟ ଗୋଷ୍ଠୀ ଟାଟା ଗ୍ରୁପର ଆଇପିଓ ଗୁରୁବାର ସେୟାର ମାର୍କେଟରେ ତାଲିକାଭୁକ୍ତ ହୋଇଛି। ପ୍ରାୟ ଦୁଇ ଦଶନ୍ଧି ଅର୍ଥାତ୍ ୨୦ ବର୍ଷ ପରେ, ଟାଟା ଗ୍ରୁପ୍ ଏହାର କମ୍ପାନୀ ଟାଟା ଟେକ୍ନୋଲୋଜିର ଆଇପିଓ ଆଣିଛି। ସେୟାର ମାର୍କେଟରେ ଏଣ୍ଟ୍ରି ହେଉ ହେଉ ଏହାକୁ ବଡ଼ ସଫଳତା ମିଳିଛି ଏବଂ ଟାଟା ଟେକ୍ ସେୟାର ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସଇ) ଏବଂ (ବମ୍ବେ ଷ୍ଟକ ଏକ୍ସଚେଞ୍ଜ)ବିଏସଇ’ରେ ବମ୍ପର ଲିଷ୍ଟିଂ ସହିତ କାରବାର ଆରମ୍ଭ କରିଛି। ତେବେ ନିବେଶକଙ୍କ ଆଶାଠାରୁ ଅଧିକ ମୂଲ୍ୟରେ ତାଲିକାଭୁକ୍ତ ହୋଇଛି ଏବଂ ଏହି ଟାଟା କମ୍ପାନୀକୁ ସେୟାର ମାର୍କେଟରେ ଏକ ଭଲ ପ୍ରତିକ୍ରିୟା ମିଳିଛି।

ଟାଟା ଟେକ୍ନୋଲୋଜିର ସେୟାର ବିଏସଇରେ ୧୨୦୦ ଟଙ୍କା ରେ ତାଲିକାଭୁକ୍ତ ହୋଇଛି। ତେବେ ସବୁଠୁ ବଡ଼ କଥା ହେଉଛି ଟାଟା ଟେକ୍ ସେୟାରଗୁଡିକ ସିଧାସଳଖ ୧୪୦ ପ୍ରତିଶତ ପ୍ରିମିୟମ ସହିତ ତାଲିକାଭୁକ୍ତ ହୋଇଥିଲା। ଟାଟା ଟେକ୍ ର ମୂଲ୍ୟ ୫୦୦ ଟଙ୍କା ତୁଳନାରେ ଏହି ତାଲିକା ଚମତ୍କାର ଅଟେ। ନିବେଶକମାନେ ପ୍ରତି ସେୟାର ପ୍ରତି ୭୦୦ ଟଙ୍କା ପ୍ରତ୍ୟକ୍ଷ ଲାଭ ପାଇଛନ୍ତି। ଅର୍ଥାତ ଦୁଇ ଗୁଣାରୁ ଅଧିକ।

ଗୁରୁବାର ସକାଳେ ଟାଟା ଟେକ୍ ଆଇପିଓର ଗ୍ରେ ମାର୍କେଟ ପ୍ରିମିୟମ୍ ୮୫ ପ୍ରତିଶତ ଅର୍ଥାତ୍ ୪୭୫ ଟଙ୍କା ଲାଭ ଦର୍ଶାଉଥିଲା। କିନ୍ତୁ, ତାଲିକାଭୁକ୍ତ ହେବା ପରେ ଏହି ଆକଳନ ଭୁଲ ପ୍ରମାଣିତ ହୋଇଥିଲା। କାରଣ ଏହା ୧୪୦ ପ୍ରତିଶତ ପ୍ରିମିୟମ ସହିତ ଲିଷ୍ଟିଂ ହୋଇଥିଲା ଏବଂ ନିବେଶକମାନେ ୫୦୦ ଟଙ୍କାର ପ୍ରତ୍ୟେକ ସେୟାରରେ ୭୦୦ ଟଙ୍କା ଲାଭ ପାଇଥିଲେ। ତେବେ ୧୨୦୦ ଟଙ୍କା ମୂଲ୍ୟରେ ବିଏସଇରେ ଟାଟା ଟେକ୍ ସେୟାର ତାଲିକାଭୁକ୍ତ ହେବା ପରେ ନିବେଶକମାନେ ଖୁସି ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଇରାନ-ଆମେରିକା ଯୁଦ୍ଧବିରତି ମଧ୍ୟରେ ଇସ୍ରାଏଲର ବଡ଼ ଦାବି: ହିଜବୁଲ୍ଲା ମୁଖ୍ୟଙ୍କ ଘନିଷ୍ଠ ସହଯୋଗୀ ନିହତ

ନୂଆଦିଲ୍ଲୀ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ୧୪ ଦିନିଆ ଯୁଦ୍ଧବିରତି ପାଇଁ ସହମତ ହୋଇଥିଲେ ମଧ୍ୟ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ, ଇସ୍ରାଏଲ ହିଜବୁଲ୍ଲା…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ଆମେରିକା-ଇରାନ ଯୁଦ୍ଧରେ ମଧ୍ୟସ୍ଥତା କରିବା ପରେ ଏତେ ବଡ଼ ପୁରସ୍କାର ମାଗିଦେଲା ପାକିସ୍ତାନ, ସାରା ବିଶ୍ୱ ଚକିତ

ଇସଲାମାବାଦ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତିରେ ସାମିଲ ହେବାରେ ପାକିସ୍ତାନ ଅତ୍ୟନ୍ତ ଖୁସି। ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି ଯେ ଏହି ସଙ୍କଟକୁ ଏଡାଇବାରେ ଇସଲାମାବାଦ…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଆମେରିକା-ଇରାନ ମଧ୍ୟରେ କିପରି ଯୁଦ୍ଧବିରତି କରାଇଲା ଚାଇନା, ସାମ୍ନାକୁ ଆସିଲା ସେହି ୨୬ ଫୋନ କଲ୍‌ର ରହସ୍ୟ

ବେଜିଂ,୯।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରିବା ପାଇଁ ନିଜକୁ ପିଠି ଥାପୁଡ଼ାଉଛି, କିନ୍ତୁ ଏହାକୁ ହାସଲ କରିବାରେ…

ଆହୁରି ବଢିିବ ପେଟ୍ରୋଲ-LPG ଦର! ସାରା ବିଶ୍ୱକୁ ବଡ଼ ଝଟ୍‌କା ଦେଲା ଇରାନ

ତେହରାନ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ପରେ, ଇରାନ ସମଗ୍ର ବିଶ୍ୱକୁ ଏକ ବଡ଼ ଝଟକା ଦେବାକୁ ପ୍ରସ୍ତୁତ ହେଉଛି। ଇରାନ ହର୍ମୁଜ ପ୍ରଣାଳୀ ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri