ଟାଟା ପାୱାରର ଦାୟିତ୍ୱହୀନତା : ବିଦ୍ୟୁତ ଆଘାତରେ ବ୍ୟବସାୟୀ ଆହତ

ପୁରୁଷୋତ୍ତମପୁର,୩୦।୧୧(ସିମାଞ୍ଚଳ ମିଶ୍ର) ଟାଟାପାୱାର ବିଦ୍ୟୁତ ବିତରଣ ଦାୟିତ୍ୱ ନେବାପରଠାରୁ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଲାଗିରହିଛ। ବିଦ୍ୟୁତ ମରାମତି ନାମରେ ଟାଟାପାୱାର ଦିନତମାମ ଲାଇନ କାଟି ଲୋକଙ୍କୁ ହନ୍ତସନ୍ତ କରିବାରେ ଲାଗିଥିବା ବେଳେ ମରାମତିର କୌଣସି ନା ଧରୁ ନ ଥିବାର ଦେଖିବାକୁ ମିଳିଛି। ବୁଧବାର ଦିନତମାମ ମରାମତି ନାମରେ ଲାଇନ କଟାଯାଇ ଥିବାବେଳେ ମରାମତି କାର୍ଯ୍ୟ ଠିକ ଭାବରେ ହୋଇ ନ ଥିବା ସହ ତଦାରଖ ହୋଇ ନ ଥିବା ହେତୁ ଗୁରବାର ସକାଳେ ପୁରୁଷୋତ୍ତମପୁର କଲେଜଛକ ଠାରେ ଏକ ଅଘଟଣ ଘଟିଛିା ରାସ୍ତାକଡରେ ଏକ ବିଦ୍ୟୁତ ପୋଲ ରହିଥିବା ବେଳେ ଏହାକୁ ଲାଗି ଫୁଟପାଥରେ ବ୍ୟବସାୟୀମାନେ ବେପାର କରୁଥିଲୋ ଟାଟାପାୱାରର ଦାୟିତ୍ୱହୀନତା ଯୋଗୁଁ ବିଦ୍ୟୁତ ପୋଲରେ କରେଣ୍ଟ ଚାର୍ଜ ହୋଇ ରହିଥିଲା। ଏହା ଜାଣି ନ ପାରି ବ୍ୟବସାୟୀ ଜଣକ ନଡିଆ ବାହାର କରିବା ବେଳେ ବିଦ୍ୟୁତ ପୋଲରେ ଲାଗିଯାଇ ଦୂରକୁ ଛିଟିକି ପଡି ଗୁରୁତର ଭାବେ ଆହାତ ହୋଇଥିଲୋ ଏହାକୁ ଦେଖି ସ୍ଥାନୀୟ ଲୋକ ବ୍ୟବସାୟୀଙ୍କ ସଙ୍ଗେ ସଙ୍ଗେ ପୁରୁଷୋତ୍ତମପୁର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦରେ ଭର୍ତ୍ତି କରିଥିଲେ। ବ୍ୟବସାୟୀ ଜଣକ ହେଉଛନ୍ତି ପ୍ରମୋଦ କୁମାର ଲେଙ୍କା(୫୨)। ତାଙ୍କ ଘର ନୟାଗଡ ଜିଲା ଭାପୁର ବ୍ଲକ ପିଠାଖାଇ ଗ୍ରାମରେ ହୋଇଥିବା ବେଳେ ସେ ପେଟ ପୋଷିବା ଲାଗି ଏଠାକୁ ଆସି ଫୁଟପାଥରେ ବସି ନଡିଆ କଦଳୀ ମାନ ବିକ୍ରି କରୁଛନ୍ତିା ଏହି ଘଟଣାକୁ ନେଇ ଏଠାରେ ତୀବ୍ର ଜନ ଅସନ୍ତୋଷ ଦେଖାଯିବା ସହ ଲୋକେ ଟାଟାପାୱାରକୁ ଦାୟୀ କରିଛନ୍ତିା


Enter your email to get our daily news in your inbox.

All Right Reserved By Dharitri.Com

କନ୍ଧମାଳରୁ ବେଆଇନ ଗୋଚାଲାଣ: ଉଦ୍ଧାର କଲା ଭଞ୍ଜନଗର ପୋଲିସ

ଭଞ୍ଜନଗର,୧୬।୩ (ବାବୁଲା ପ୍ରଧାନ): ଶନିବାର ବିଳମ୍ବିତ ରାତିରେ କନ୍ଧମାଳ ଜିଲାରୁ ଶତାଧିକ ଗାଈ, ଗୋରୁ ବେନିୟମ ଭାବେ ଗଞ୍ଜାମ ଜିଲା ବେଲଗୁଣ୍ଠା ହାଟ କିମ୍ବା ଅନ୍ୟ...

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ରମାକାନ୍ତ ରଥଙ୍କ ଶେଷକୃତ୍ୟ

ଭୁବନେଶ୍ୱର,୧୬।୩: ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ରମାକାନ୍ତ ରଥଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ଘୋଷଣା କରିଛନ୍ତି। ସୋମବାର...

ଆହୁରି ୩ ଦିନ କରିବ କଲବଲ: ଏହି ୩ ଜିଲାକୁ ହିଟୱେଭ ଆଲର୍ଟ

ଭୁବନେଶ୍ୱର,୧୬।୩: ରାଜ୍ୟରେ ଉପରମୁହାଁ ହେଉଛି ପାରଦ। ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା। ଅସହ୍ୟ ହେଉଛି ଗ୍ରୀଷ୍ମ ଲହରୀ। ଆଜିଠାରୁ ଆହୁରି ପ୍ରଚଣ୍ଡ ହେବ ତାତି। ଆସନ୍ତା ୩...

ସାଙ୍ଗମାନଙ୍କ ସହ ଯାଇଥିଲେ ହୋଲି ଖେଳି, ଫେରିଲେନି ଘରକୁ …

ଗଞ୍ଜାମ,୧୬।୩: ଗଞ୍ଜାମ ଜିଲା ପୋଡମପେଟା ଗାଁ ନିକଟ ସମୁଦ୍ର କୂଳରେ ଏକ ଅଘଟଣ ଘଟିଛି। ହୋଲି ଖେଳି ସମୁଦ୍ରରେ ଗାଧୋଇବା ବେଳେ ପାଣିରେ ବୁଡି ଜଣେ...

ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: କହିଲେ କରିହେବନି ତାଙ୍କ ଭୂମିକାକୁ ଅସ୍ବୀକାର

ଭୁବନେଶ୍ୱର,୧୬ । ୩ : ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥିତଯଶା କବି  ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି...

ସାପକୁ କଚାଡି ମାରିଲେ, ପରେ ସାଙ୍ଗରେ ନେଇ ପହଁଚିଲେ ମେଡିକାଲ

ଉଦଳା,୧୬।୩(ସନ୍ତୋଷ କୁମାର ବାଛିନି): ସାପକୁ କଚାଡି ମାରିଲେ ଆଉ ସାପକୁ ନେଇ ସାଙ୍ଗରେ ପହଁଚିଲେ ମେଡିକାଲ। ଯୁବକଙ୍କୁ କାମୁଡ଼ିଲା ନାଗ ସାପ। ୩ ରୁ ୪...

ଅଙ୍ଗୁର ଗାଡିକୁ ପିଟିଲା ଟ୍ରକ: ଯେତେ ପାରିଲେ ବୋହିନେଲେ

ଯାଜପୁର,୧୬।୩: ଯାଜପୁର କୁଆଖିଆ ନିକଟରେ ରବିବାର ସକାଳୁ ସକାଳୁ ଘଟିଛି ଏଦ ସଡ଼କ ଦୁର୍ଘଟଣା। ଏକ ଅଙ୍ଗୁର ବୋଝେଇ ଗାଡିକୁ ପିଟିଲା ଆଉ ଏକ ଟ୍ରକ।...

ଚିକିତ୍ସାଧୀନ ଅବସ୍ଥାରେ ଅଙ୍ଗନୱାଡିି କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୬ ନଂ ୱାର୍ଡ ନିମନ୍ତେ ନିଯୁକ୍ତ ଅଙ୍ଗନୱାଡିି କର୍ମୀ ଟିକିନା ମେକାପଙ୍କ ଅକାଳ ଦେହାନ୍ତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri