Odisha Elections 2024

ଟାଟା ଷ୍ଟିଲ୍‌ର ସ୍ପ୍ରିଣ୍ଟ୍‌ ଟୁ ଜିରୋ ଚ୍ୟାଲେଞ୍ଜ ଅଭିଯାନ

ଭୁବନେଶ୍ୱର,୧୫।୭: ଦେଶର ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ଟାଟା ଷ୍ଟିଲ୍‌ ପକ୍ଷରୁ ଏକ ଅଭିନବ ଅଭିଯାନ ‘ଟାଟା ଷ୍ଟିଲ୍‌-ସ୍ପ୍ରିଣ୍ଟ ଟୁ ଜିରୋ-୨୦୨୩ ଚ୍ୟାଲେଞ୍ଜ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଶିଳ୍ପ କ୍ଷେତ୍ରର ନିରନ୍ତର ଭବିଷ୍ୟତ ଲାଗି ଗ୍ରୀନ୍‌ ହାଇଡ୍ରୋଜେନ୍‌ ପ୍ରଯୁକ୍ତିର ମୁକାବିଲା ପାଇଁ ପ୍ରଯୁକ୍ତିଭିତ୍ତିକ ସମାଧାନ ପ୍ରଦାନ କରିବା ନିମନ୍ତେ ଏଭଳି ଏକ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏପରିକି ଏହି ଘୋଷଣା ହେଉଛି, ବ୍ରିଟେନ୍‌-ଭାରତ ହାଇଡ୍ରୋଜେନ୍‌ ସହଭାଗିତାର ଏକ ପ୍ରମୁଖ ଅଂଶ। ବ୍ରିଟେନ୍‌ର ବିଜ୍ଞାନ ମନ୍ତ୍ରୀ ଜର୍ଜ ଫ୍ରିମ୍ୟାନ୍‌ ଓ ଟାଟା ଷ୍ଟିଲ୍‌ର ଉପସଭାପତି (ପ୍ରଯୁକ୍ତି ଓ ଆର୍‌ ଆଣ୍ଡ୍‌ ଡି) ଡ. ଦେବାଶିଷ ଭଟ୍ଟାଚାର୍ଯ୍ୟ ମିଳିତ ଭାବେ ଆଇଆଇଏସ୍‌ସି ବେଙ୍ଗାଲୁରୁଠାରେ ଏହି ଘୋଷଣା କରିଛନ୍ତି।
ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର ଉପସଭାପତି ଭଟ୍ଟାଚାର୍ଯ୍ୟ କହିଛନ୍ତି, ବର୍ତ୍ତମାନ ଇସ୍ପାତ ଶିଳ୍ପର ପ୍ରାଥମିକତା ହେଉଛି, ଡିକାର୍ବନାଇଜେସନ୍‌ ଏବଂ ତାହାକୁ ଏଭଳି ଭାବେ କରିବାକୁ ହେବ, ଯାହା ଉଭୟ ପ୍ରଯୁକ୍ତି ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ଦୀର୍ଘସ୍ଥାୟୀ ହେବ। ବିଶେଷ କରି ଇସ୍ପାତ କ୍ଷେତ୍ରରେ ବର୍ତ୍ତମାନର କାର୍ବନ ଫୁଟ୍‌ପ୍ରିଣ୍ଟ ଦୀର୍ଘସ୍ଥାୟୀ ନ ଥିବା ବେଳେ ଉପଲବ୍ଧ ସ୍ବଚ୍ଛ ହାଇଡ୍ରୋଜେନ୍‌ କ୍ଷେତ୍ରରେ ପରିଚାଳନା ଖର୍ଚ୍ଚ ଓ ଶକ୍ତି କ୍ଷତି ଭଳି ଅନେକ ଆହ୍ବାନ ରହିଛି। ଏହି ଆହ୍ବାନଗୁଡ଼ିକର ସମାଧାନ ପାଇବା ଲାଗି ଆମେ ପ୍ରତିବଦ୍ଧ ରହିଛୁ ଏବଂ ଏହି ଉଦ୍ୟମରେ ଶିକ୍ଷା ଓ ଶିଳ୍ପ ଜଗତର ଶ୍ରେଷ୍ଠ ପ୍ରତିଭା ଯେଭଳି ହାତ ମିଳାଇବେ ତାହା ନିଶ୍ଚିତ କରିବା ଲାଗି ‘ଟାଟା ଷ୍ଟିଲ୍‌-ସ୍ପ୍ରିଣ୍ଟ୍‌ ଟୁ ଜିରୋ ୨୦୨୩’ ଭଳି ପ୍ଲାଟ୍‌ଫର୍ମ ସୃଷ୍ଟି କରିଛୁ। ବ୍ରିଟେନ୍‌ ସରକାରଙ୍କ ସହ ମିଶି ସ୍ପ୍ରିଣ୍ଟ୍‌ ଅଭିଯାନର ଶୁଭାରମ୍ଭ କରିଥିବାରୁ ଆମେ ବହୁତ ଖୁସି ଏବଂ ଭାରତ ଓ ବ୍ରିଟେନ୍‌ର ନବସୃଜନ ନୀତି ନିର୍ଦ୍ଧାରକ, ଆର ଆଣ୍ଡ୍‌ ଡି କମ୍ପାନୀ, ଷ୍ଟାର୍ଟଅପସ୍‌, ନିବେଶକ ଏବଂ ଗବେଷଣା ଦଳ ସହ କାର୍ଯ୍ୟ କରିବାକୁ ଆମେ ଚାହଁିରହିଛୁ। ସେହିଭଳି ବ୍ରିଟେନ୍‌ର ବିଜ୍ଞାନ, ନବସୃଜନ ଓ ପ୍ରଯୁକ୍ତି ବିଭାଗର ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଫ୍ରିମ୍ୟାନ୍‌ କହିଛନ୍ତି, ସାରା ଦୁନିଆ ପାଇଁ ଅର୍ଥନୀତିର ମେରୁଦଣ୍ଡ ଭାବେ ଇସ୍ପାତକୁ ବିଚାର କରାଯାଉଛି। ଏପରିକି ଇସ୍ପାତ ତିଆରିରେ ବ୍ୟାପକ ଶକ୍ତି ଓ କାର୍ବନ ବ୍ୟବହାର ହୋଇଥାଏ ଏବଂ ବିଶ୍ୱ ତାପନକୁ ହ୍ରାସ କରିବା ଲାଗି ଇସ୍ପାତ ଶିଳ୍ପକୁ ସ୍ବଚ୍ଛ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତର ଇସ୍ପାତ ଶିଳ୍ପ ସହିତ ବ୍ରିଟେନ୍‌ର ଲୋ କାର୍ବନ ଉପତ୍ାଦନ ବିଶେଷତାର ସମ୍ମିଶ୍ରଣ ଏବଂ ଟାଟା ଷ୍ଟିଲ୍‌ ଭଳି ଏକ ପ୍ରଗତିଶୀଳ ଇସ୍ପାତ କମ୍ପାନୀ ସହ କାର୍ଯ୍ୟ କରି ଆମେ ଇସ୍ପାତ ଶିଳ୍ପ ଓ ଆମ ସମସ୍ତଙ୍କ ପାଇଁ ଏକ ପରିବେଶ ଦୀର୍ଘସ୍ଥାୟୀ ଭବିଷ୍ୟତ ପ୍ରଦାନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଇପିଏଫ୍‌ଓରେ ଯୋଡ଼ି ହେଲେ ୧୪.୪୧ ଲକ୍ଷ ସଦସ୍ୟ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ)ଗତ ମାର୍ଚ୍ଚ ମାସରେ ୧୪.୪୧ ଲକ୍ଷ ନେଟ୍‌ ସଦସ୍ୟଙ୍କୁ ଯୋଡ଼ିଛି। ଇପିଏଫ୍‌ଓ ପକ୍ଷରୁ ସୋମବାର ମିଳିଥିବା ତଥ୍ୟ ଅନୁସାରେ ଶ୍ରମ ଓ...

ଆଇଏଆଇର ଉପାଧ୍ୟକ୍ଷ ହେଲେ ଜନ୍‌ ସ୍ଲାଭେନ

ଭୁବନେଶ୍ୱର,୨୧।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଆଲୁମିନିୟମ ସିଇଓ ଜନ୍‌ ସ୍ଲାଭେନଙ୍କୁ ନିକଟରେ ଅନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନ (ଆଇଏଆଇ)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।...

ଆଜି ଖୋଲିବ ଏବିଏଲ୍‌ର ରାଟଟ୍‌ସ ଇସ୍ୟୁ

ନୂଆଦିଲ୍ଲୀ,୨୧।୫: ଦେଶର ଅଗ୍ରଣୀ ତଥା ଏକ ପିୟୋର ଭେଜ (ପୂର୍ଣ୍ଣ ଶାକାହାରୀ) ପ୍ରାଣୀ ସ୍ବାସ୍ଥ୍ୟ ପ୍ରଯତ୍ନକାରୀ ସମାଧାନ କମ୍ପାନୀ ଅଜୁନି ବାୟୋଟେକ ଲିମିଟେଡ ବା ଏବିଏଲ...

ବିଓଏମ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୧।୫: ବ୍ୟାଙ୍କ୍‌ ଅଫ ମହାରାଷ୍ଟ୍ର (ବିଓଏମ୍‌)ର ବାର୍ଷିକ ଫଳାଫଳ ଅନୁଯାୟୀ ବ୍ୟାଙ୍କ ମୋଟ୍‌ ବ୍ୟବସାୟ ଅଭିବୃଦ୍ଧି ତଥା ଋଣଦାତାଙ୍କ ମଧ୍ୟରେ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ...

ଶୁଭେନ୍ଦୁ ନାଲ୍‌କୋର ମାନବସମ୍ବଳ ମହାପ୍ରବନ୍ଧକ

ଅନୁଗୋଳ,୨୧ା୫ (ଅମିତ କୁମାର ସାମଲ): ଅନୁଗୋଳସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ନୂଆ ମାନବ ସମ୍ବଳ ମହାପ୍ରବନ୍ଧକ ଭାବେ ଦାୟିତ୍ୱ ତୁଲାଇବେ ଶୁଭେନ୍ଦୁ କୁମାର ନାୟକ। ଏ...

୬.୫% ଜିଡିପି ଅଭିବୃଦ୍ଧି ହାରରେ ଦେଶ ଧନୀ ହେବନାହିଁ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): ଜି -୨୦ ଦେଶ ମଧ୍ୟରେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତଥାପି ଏହା ଏକ ଗରିବ ଦେଶରେ ଗଣାଯାଉଛି। ଭାରତରେ...

ଓଡ଼ିଶାରେ ସିବିଆଇର ପ୍ରଥମ ମହିଳା ଶାଖା

ଭୁବନେଶ୍ୱର,୨୧।୫ (ଅଭୟ ଦାଶ): ଓଡ଼ିଶାରେ ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ସିବିଆଇର ପ୍ରଥମ ମହିଳା ଶାଖା ଭୁବନେଶ୍ୱରସ୍ଥିତ ନୟାପଲ୍ଲୀଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ...

ପ୍ରଥମଥର ୩ ଲକ୍ଷ କୋଟି ପାର କଲା ବ୍ୟାଙ୍କ ଗୁଡ଼ିକର ଲାଭ

ମୁମ୍ବାଇ,୨୦।୫: ପ୍ରଥମ ଥର ପାଇଁ ବ୍ୟାଙ୍କିଙ୍ଗ କ୍ଷେତ୍ରର ମୋଟ ଲାଭ ଆର୍ଥିକ ବର୍ଷ ୨୦୨୪ ରେ ୩ ​​ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ତାଲିକାଭୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri