ଭୁବନେଶ୍ୱର,୮।୭: ଟାଟା ଷ୍ଟିଲ୍ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଟାଟା ଷ୍ଟିଲ୍ ପକ୍ଷରୁ ୫.୦୧ ନିୟୁତ ଟନ୍ ଅଶୋଧିତ ଇସ୍ପାତ ଉପତ୍ାଦନ କରାଯାଇଛି। ଏଥିରେ କମ୍ପାନୀ ବାର୍ଷିକ ଆଧାରରେ ୨% ଅଭିବୃଦ୍ଧି ହାସଲ କରିଛି। ସେହିଭଳି ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ର ଉପତ୍ାଦନ କ୍ଷମତାରେ ବୃଦ୍ଧି ଯୋଗୁ କମ୍ପାନିର ସାମଗ୍ରିକ ଉପତ୍ାଦନ ବଢ଼ିଛି। ସେହିପରି ପ୍ରଥମ ତ୍ରୈମାସରେ କମ୍ପାନୀର ଡେଲିଭରି ୧୮% ବୃଦ୍ଧି ଘଟି ୪.୮ ନିୟୁତ ଟନ୍ ହୋଇଥିବାବେଳେ ରପ୍ତାନି ୦.୨୫ ନିୟୁତ ଟନ୍ ହୋଇଛି। ଅପରପକ୍ଷରେ ଅଟୋମୋଟିଭ୍ ଓ ସ୍ବତନ୍ତ୍ର ଉପତ୍ାଦ ବର୍ଗରେ ଡେଲିଭରି ବାର୍ଷିକ ଭିତ୍ତିରେ ପ୍ରାୟ ସମାନ ରହିଛି। ଯାତ୍ରୀବାହୀ ଗାଡ଼ି ଓ ଦୁଇଚକିଆ ଯାନ ପାଇଁ ଡେଲିଭରି ବଢ଼ିଥିବା ବେଳେ ବାଣିଜି୍ୟକ ଯାନ ପାଇଁ ହ୍ରାସ ପାଇଛି। ଏପରିକି ବ୍ରାଣ୍ଡେଡ୍ ଉପତ୍ାଦ ଓ ରିଟେଲ୍ ବର୍ଗରେ ମଧ୍ୟ ଡେଲିଭରି ବାର୍ଷିକ ଭିତ୍ତିରେ ୩୭% ବୃଦ୍ଧି ପାଇଛି। ଟାଟା ଟିସ୍କନ୍ ଓ ଟାଟା ଷ୍ଟିଲିୟମ୍ର ବିକ୍ରି ପ୍ରଥମ ତ୍ରୈମାସରେ ସର୍ବାଧିକ ରହିଛି। ରେଳ, ପ୍ରି-ଇଞ୍ଜିନିୟରିଂ ହୋଇଥିବା କୋଠା ଭଳି ପ୍ରମୁଖ କ୍ଷେତ୍ରରେ ମୂଲ୍ୟଯୁକ୍ତ ଉପତ୍ାଦ ବିକ୍ରିରେ ବୃଦ୍ଧି ପାଇଁ ଶିଳ୍ପ ଉପତ୍ାଦ ଓ ପ୍ରକଳ୍ପ କ୍ଷେତ୍ରରେ ଡେଲିଭରି ବାର୍ଷିକ ଭିତ୍ତିରେ ୨୪% ବୃଦ୍ଧି ପାଇଛି।
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ
ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...
ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…
ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...
ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା
ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...
ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା
ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...
ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି: ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା ସାଙ୍ଗକୁ ସୁନା, ଦେଖିକି ଭିଜିଲାନ୍ସ ତାଜୁବ
ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): କଟକ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ କଟକ ଭିଜିଲାନ୍ସ ସେଲ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...
ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅର୍ପିତା କଲେ…
ଭୁବନେଶ୍ୱର,୩୦।୧୨: ହ୍ୟୁମାନ ସାଗର ମୃତ୍ୟୁ ମାମଲା ଥମିବାର ନାଁ ଧରୁନାହିଁ। ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ହାଇକୋର୍ଟଙ୍କ...
Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ
ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...
ମଥୁରାନଗରୀକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ଏହି ସମୟରେ ଦେଖିବେ ଧନୁଯାତ୍ରା ମହୋତ୍ସବ
ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା ମହୋତ୍ସବରେ ମଥୁରାନଗରୀ ଉଠୁଛି ଓ ପଡୁଛି। କଂସ ମହାରାଜଙ୍କ ଅତ୍ୟାଚାରରେ ସମଗ୍ର ମଥୁରା ନଗରୀ ଥରହର...
Archives


