ଟାଟା ଷ୍ଟିଲ୍‌ର ୪ର୍ଥ ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୭।୪: ଟାଟା ଷ୍ଟିଲ୍‌ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ତ୍ରୈ ମାସିକରେ କମ୍ପାନୀ ସର୍ବାଧିକ ୧୯.୯ ନିୟୁତ ଟନ୍‌ର ଅଶୋଧିତ ଇସ୍ପାତ ଉପତ୍ାଦନ ସହ ବାର୍ଷିକ ଭିତିରେ ୪% ଅଭିବୃଦ୍ଧି ହାସଲ କରିଛି। ବିଶେଷ କରି କଂପାନି ତା’ର ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ର ଉପତ୍ାଦନକୁ ମଧ୍ୟ ବଢ଼ାଇଛି। ସେହିଭଳି ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକରେ ଅଶୋଧିତ ଇସ୍ପାତ ଉପତ୍ାଦନ ତ୍ରୈମାସିକ ଭିତିରେ ୩% ବୃଦ୍ଧି ପାଇ ୫.୧୫ ନିୟୁତ ଟନ୍‌ ରହିଥିଲା। ଆର୍ଥିକ ବର୍ଷରେ ଅସ୍ଥିର ପରିଚାଳନା ପରିବେଶ ସତ୍ୱେ ଟାଟା ଷ୍ଟିଲ୍‌ର ଡେଲିଭରି ୩% ବୃଦ୍ଧି ପାଇ ପୂର୍ବରୁ ୨୦୨୧-୨୨ ଆର୍ଥିକ ବର୍ଷରେ ହାସଲ କରାଯାଇଥିବା ଶ୍ରେଷ୍ଠ ରେକର୍ଡକୁ ଅତିକ୍ରମ କରିଛି। ଅପରପକ୍ଷରେ ଦେଶ ଭିତରେ ଡେଲିଭରି ବର୍ଷକୁ ବର୍ଷ ଭିତରେ ୧୦% ବୃଦ୍ଧି ପାଇଛି। ଏପରିକି ତ୍ରୈମାସିକ ଭିତିରେ ୪ର୍ଥ ତ୍ରୈମାସିକରେ ଡେଲିଭରି ୯% ବୃଦ୍ଧି ପାଇ ୫.୧୫ ନିୟୁତ ଟନ୍‌ ହୋଇଛି, ଯାହା କଂପାନିର ସର୍ବକାଳୀନ ସର୍ବୋଚ୍ଚ ତ୍ରୈମାସିକ ଡେଲିଭରି। ୨୦୨୨-୨୩ ଆର୍ଥିକ ବର୍ଷରେ ଅଟୋମୋଟିଭ୍‌ ଓ ସ୍ବତବ ଉପତ୍ାଦ ଡେଲିଭରି ୫% ବୃଦ୍ଧି ପାଇ ୨.୭ ନିୟୁତ ଟନ୍‌ ହୋଇଛି। ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର ଏମ୍‌ଡି ଓ ସିଇଓ ଟିଭି ନରେନ୍ଦ୍ରନ୍‌ କହିଛନ୍ତି, ଏକ ଆହ୍ବାନପୂର୍ଣ୍ଣ ପରିବେଶ ସତ୍ୱେ ୨୦୨୨-୨୩ ଆର୍ଥିକ ବର୍ଷରେ କମ୍ପାନୀ ରେକର୍ଡ ଭଙ୍ଗକାରୀ ପରିଚାଳନା ପ୍ରଦର୍ଶନ ହାସଲ କରିଛି। ବିଶେଷ କରି ଆମର ସର୍ବକାଳୀନ ବାର୍ଷିକ ଉପତ୍ାଦନ ଓ ଡେଲିଭରି ସଫଳତା ୨୦୨୧-୨୨ ଆର୍ଥିକ ବର୍ଷର ରେକର୍ଡକୁ ଅତିକ୍ରମ କରିଛି, ଯାହା ଆମର ଦୃଢ଼ତାର ପରିଚୟ ଦେଉଛି। ଆମର ଦୃଢ଼ ମାର୍କେଟିଂ ନେଟ୍‌ୱର୍କ ଓ ଦ୍ରୁତ କ୍ରିୟାଶୀଳ ବ୍ୟବସାୟ ମଡେଲ୍‌ ଆମକୁ ସବୁ କ୍ଷେତ୍ରରେ ବଢ଼ିବାରେ ସକ୍ଷମ କରିଛି। ଗତ ଦୁଇ ତ୍ରୈମାସିକରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ୍‌) ଉପତ୍ାଦନରେ ଉନ୍ନତି ଦେଖି ଆମେ ଆନନ୍ଦିତ। ଏହି ଧାରାକୁ ବଜାୟ ରଖିବା ଏବଂ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଲାଗି ଆମେ ଆମ ଦୃଢ଼ତାର ବ୍ୟବହାର ଜାରି ରଖିବୁ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri